Tamil Nadu Elephant News: ହାତୀଙ୍କ ପାଇଁ ଚିନ୍ତା ବଢାଇଛି ଘାସ; ଖାଦ୍ୟ ପାଇଁ କରିବାକୁ ପଡ଼ିପାରେ ସଂଘର୍ଷ
Advertisement
Article Detail0/zeeodisha/odisha1794146

Tamil Nadu Elephant News: ହାତୀଙ୍କ ପାଇଁ ଚିନ୍ତା ବଢାଇଛି ଘାସ; ଖାଦ୍ୟ ପାଇଁ କରିବାକୁ ପଡ଼ିପାରେ ସଂଘର୍ଷ

Ludwigia Peruviana Weed: ଏକ ଘାସ ବଢାଇ ଦେଇଛି ହାତୀ ଭଳି ଏକ ତୃଣଭୋଜି ପ୍ରାଣୀର ଚିନ୍ତା। ଏହି ଘାସ; କାରଣରୁ ହାତୀ ଭଳି ଜୀବର ପାଇଁ ଖାଦ୍ୟ ଏବଂ ବାସସ୍ଥାନ ବିପଦରେ ପଡ଼ିଛି।

Tamil Nadu Elephant News: ହାତୀଙ୍କ ପାଇଁ ଚିନ୍ତା ବଢାଇଛି ଘାସ; ଖାଦ୍ୟ ପାଇଁ କରିବାକୁ ପଡ଼ିପାରେ ସଂଘର୍ଷ

Elephants Habitat Tamil Nadu: ମଧ୍ୟ-ଦକ୍ଷିଣ ଆମେରିକୀୟ ଦେଶରେ ଉତ୍ପନ୍ନ ଏକ ଜଳୀୟ ଘାସ ହାତୀଙ୍କ ବାସସ୍ଥାନ ପାଇଁ ବିପଦ ସୃଷ୍ଟି କରୁଛି। ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଲୁଡୱିଗିଆ ପେରୁଭିଆନା ନାମରେ ଜଣାଶୁଣା ଏହି ତୃଣ ଦ୍ୱାରା ଏଠାକାର ଦଳ ପଙ୍କ ଭଳି ବହୁ ମାତ୍ରାରେ ସଂକ୍ରମିତ ହୋଇଛି। ଯେଉଁଠାରେ ହାତୀ ମରୁଡ଼ି ଭଳି ସମୟରେ ଖାଇବାକୁ ଘାସ ପାଉଥିଲେ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁ଼ ଜଙ୍ଗଲ ବିଭାଗ (Tamil Nadu Forest Department) ସ୍ପଷ୍ଟ କରିଛି ଯେ ଏହି ଏହି ତୃଣ ମଧ୍ୟରୁ ଅଧିକାଂଶ ଘରୋଇ ବାସସ୍ଥାନ ମଧ୍ୟରେ ଅବସ୍ଥିତ। ଯେଉଁଠାରେ ସେମାନଙ୍କୁ ସଜାଇବା ଉଦ୍ଦେଶ୍ୟରେ ବୁଣାଯାଇଥିଲା। ଏପରି ଘାସକୁ ଅପସାରଣ କରିବାର ପ୍ରୟାସ ଅଜାଣତରେ ଏହାର ବିସ୍ତାରକୁ ଅଧିକ ସହଜ କରିପାରେ। ଏହି ତୃଣ ଦ୍ୱାରା ହେଉଥିବା ଆକ୍ରମଣ ଦେଶୀ ଘାସ (Native Grass in Tamil Nadu) ତଥା ଅନ୍ୟାନ୍ୟ ଗଛଲତାର ବୃଦ୍ଧିକୁ ସୀମିତ ରଖିଛି। ଯାହା ଉପରେ ହାତୀ (Elephant) ସମେତ ଅନ୍ୟାନ୍ୟ ତୃଣଭୋଜି ପ୍ରାଣୀ ଖାଦ୍ୟ (Herbivores Animals Food) ପାଇଁ ନିର୍ଭର କରିଥାନ୍ତି।

ଏହି ତୃଣ ଦ୍ୱାରା କିପରି ପ୍ରଭାବିତ ହେଉଛି ହାତୀଙ୍କ ବାସସ୍ଥାନ?
ଖବର ଅନୁଯାୟୀ ଅନ୍ନାମଲାଇ ଟାଇଗର ରିଜର୍ଭ (Anamalai Tiger Reserve) ସ୍ଥିତ ୱାଲପାରାଏ (Valparai Area Tamil Nadu) ଠାରେ ତୃଣକ ଆକ୍ରମଣ (Weed Attack in Tamil Nadu) ଅଧିକ ତୀବ୍ର ହୋଇଛି। ତାମିଲନାଡୁ-କେରଳ ସୀମାରେ (Tamil Nadu Kerala Border) ଅବସ୍ଥିତ ଏହି ଅଞ୍ଚଳ ହାତୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ ଭାବରେ କାର୍ଯ୍ୟ କରିଥାଏ। ହେଲେ ସାମ୍ପ୍ରତିକ ସମୟରେ ଏହି କ୍ଷେତ୍ର ମାନବ-ହାତୀ ବିବାଦ (Human Elephant Clash) ପାଇଁ ଜଣାଶୁଣା। ହେଲେ ଉଭୟ ତାମିଲନାଡୁ ଏବଂ କେରଳ ରାଜ୍ୟର ଜଙ୍ଗଲ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉଥିବା ସଚେତନତା ମାନବ-ହାତୀ ବିବାଦ ରୋକିବାରେ ବହୁ ପରିମାଣରେ ପ୍ରଭାବଶାଳୀ ହୋଇଛି। ହାତୀ ଆକ୍ରମଣ ହେତୁ ଶେଷ ମାନବ ମୃତ୍ୟୁ ଦୁଇ ବର୍ଷ ପୂର୍ବେ ଅର୍ଥାତ ୨୦୨୧ ଜୁନ୍ ୪ ତାରିଖରେ ହୋଇଥିଲା।

ଦଳ ଦଳିଆ ସ୍ଥାନ କ'ଣ?
ଦଳ ଦଳିଆ (Swampy Area) ସ୍ଥାନ ହେଉଛି ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ। ଯାହା ବିଭିନ୍ନ ବନ୍ୟଜନ୍ତୁ ତଥା ଉଭୟଚର ପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥାନ ଭାବରେ ଜଣାଶୁଣା। ଏହି ସ୍ଥାନ ଜଳ ସଂରକ୍ଷଣ କ୍ଷେତ୍ର (Water Conservation Area) ଭାବରେ କାର୍ଯ୍ୟ କରିଥାଏ। ଯାହାର ସୁରକ୍ଷା କରାଯିବା ଆବଶ୍ୟକ। ଅବଶ୍ୟ ଲୁଡୱିଗିଆ ପେରୁଭିଆନା (Ludwigia Peruviana) ଦ୍ୱାରା ଦଳ ଦଳିଆ ଅଞ୍ଚଳରେ ହେଉଥିବା ଆକ୍ରମଣ ପ୍ରାକୃତିକ ପରିସଂସ୍ଥାକୁ (Natural Ecosystem) ବ୍ୟାହତ କରିଥାଏ। ଯାହା ଦ୍ୱାରା ସେଠାରେ ବସବାସ କରୁଥିବା ବନ୍ୟଜନ୍ତୁ ବାସସ୍ଥାନ ପାଇଁ ଅନ୍ୟ ଅଞ୍ଚଳକୁ (Natural Habitat of Wildlife) ସ୍ଥାନାନ୍ତରିତ ହୋଇଥାନ୍ତି।

ତାମିଲନାଡୁରେ ୨୨ ପ୍ରାଥମିକ ଆକ୍ରମଣକାରୀ ଉଦ୍ଭିଦ ମଧ୍ୟରୁ ଲୁଡୱିଗିଆ ପେରୁଭିଆନା ଅନ୍ୟତମ। ରାଜ୍ୟ ସରକାରଙ୍କ ଦ୍ୱାରା ଏପରି ଆକ୍ରମଣକାରୀ ଉଦ୍ଭିଦକୁ (Invasive Plants) ଅପସାରଣ କରିବା ପାଇଁ କରାଯାଉଥିବା ପ୍ରୟାସ ମୁଖ୍ୟତଃ ଲାଣ୍ଟାନା କାମାରା (Lantana Camara), ସେନ୍ନା ସ୍ପେକ୍ଟାବିଲିସ୍ (Senna Spectabilis) ଏବଂ ବବଲୁ ମେର୍ନସି (Acacia Mearnsii) ଭଳି ଅନ୍ୟ ଆକ୍ରମଣକାରୀ ପ୍ରଜାତି ଉପରେ ରହିଛି। ଲୁଡୱିଗିଆ ପେରୁଭିଆନା ଅପସାରଣ ରାଜ୍ୟରେ ଜଙ୍ଗଲ ସୁରକ୍ଷା ପାଇଁ ଏକ ଘରୋଇ ସମ୍ପତ୍ତି ମାଲିକଙ୍କ ଦାୟିତ୍ୱ ଭାବରେ ଉଭା ହୋଇଛି।

ଅନ୍ୟ ଆକ୍ରମଣକାରୀ ଉଦ୍ଭିଦ ଅପେକ୍ଷା ଲୁଡୱିଗିଆ ପେରୁଭିଆନା ଘାସର ବିଲୋପ ଅଧିକ କଠିନ। କାରଣ ଏହି ଘାସ ଦଳ ଦଳିଆ ସ୍ଥାନରେ ବଢିଥାଏ। ଯାହା ପ୍ରାକୃତିକ ପରିସଂସ୍ଥାକୁ ଅଧିକ କ୍ଷତି ନକରି ଏହାର ବ୍ୟବହାରକୁ ସୀମିତ କରି ଦେଇଥାଏ। ଏପରିକି ଏହାକୁ ହାତରେ ଅପସାରଣ କରିବା ମଧ୍ୟ କଷ୍ଟସାଧ୍ୟ। କାରଣ ଏପରି  ଉଦ୍ଭିଦ ସହଜରେ ଭାଙ୍ଗିଯାଏ। ମୂଳରୁ କିମ୍ବା ଭଙ୍ଗା ଡାଳରୁ ଏହାର ନୂତନ ଅଭିବୃଦ୍ଧି ଉତ୍ପନ୍ନ ହୋଇପାରେ।