ସବୁ ସମୟର ଖେଳ, ଏପରି କାହିଁକି କହିଲେ ପାର୍ଥ ଚାଟାର୍ଜୀ
Advertisement
Article Detail0/zeeodisha/odisha1279756

ସବୁ ସମୟର ଖେଳ, ଏପରି କାହିଁକି କହିଲେ ପାର୍ଥ ଚାଟାର୍ଜୀ

ଆଜି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋଲକାତାର (Kolkata) ଏକ ଡାକ୍ତରଖାନାକୁ ନିଆଯାଇଥିଲା। ଗାଡ଼ିରୁ ଓହ୍ଲାଇବା ସମୟରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଥିଲେ କି ତାଙ୍କୁ ମୋହରା କରାଯାଇଛି। 

ସବୁ ସମୟର ଖେଳ, ଏପରି କାହିଁକି କହିଲେ ପାର୍ଥ ଚାଟାର୍ଜୀ

Teacher Recruitment Scam: କୋଲକାତା: ଦଳରୁ ବିଦା ହେବା ପରେ ମୁଁହ ଖୋଲିଛନ୍ତି ପଶ୍ଚିମବଙ୍ଗର (WestBengal) ପୂର୍ବତନ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ (Partha Chatterjee)। ଶୁକ୍ରବାର ସେ କହିଛନ୍ତି କି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ସ୍କୁଲରେ ଶିକ୍ଷକ ନିଯୁକ୍ତିରେ (Teacher Recruitment Scam) ଘୋଟାଲା ମାମଲାରେ ପାର୍ଥଙ୍କ (Partha Chatterjee) ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଚଢାଉ ଜାରି ରଖିଛି। 

ଆଜି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋଲକାତାର (Kolkata) ଏକ ଡାକ୍ତରଖାନାକୁ ନିଆଯାଇଥିଲା। ଗାଡ଼ିରୁ ଓହ୍ଲାଇବା ସମୟରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଥିଲେ କି ତାଙ୍କୁ ମୋହରା କରାଯାଇଛି। ସବୁ ସମୟର ଖେଳ। ସମୟ ଆସିଲେ ସତ ସାମ୍ନାକୁ ଆସିବ ବୋଲି ସେ କହିଥିଲେ। 

ପୁନର୍ବାର ଚିକିତ୍ସାଳୟରୁ ଫେରିବା ପରେ ସେ ଆହୁରି ମଧ୍ୟ କହିଥିଲେ କି ଦଳ ତାଙ୍କ ବିପକ୍ଷରେ ନେଇଥିବା କାର୍ଯ୍ୟାନୁଷ୍ଠାନ ଠିକ କି ଭୁଲ ତାହା ସମୟ କହିବ। ସୂଚନାଯୋଗ୍ୟ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେ ରାଜ୍ୟ ସରକାରଙ୍କ ଶିଳ୍ପ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ରହିଥିଲେ। 

ସେ ଶିକ୍ଷାମନ୍ତ୍ରୀ ରହିଥିବା ସମୟରେ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଘୋଟାଲା ହୋଇଥିବା ଜଣାପଡ଼ିଛି। ଏହାର ଚଢାଉ ସମୟରେ ପାର୍ଥଙ୍କ ନିକଟତମ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗୁରୁବାର ସନ୍ଧ୍ୟାରେ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ଚିନାର ପାର୍କ ଅଞ୍ଚଳରେ ମୁଖାର୍ଜୀଙ୍କ ତୃତୀୟ ଆପାର୍ଟମେଣ୍ଟ ଉପରେ ଚଢାଉ କରିଥିଲେ। 

ଇଡି ସୂତ୍ର ଅନୁଯାୟୀ, ଡାକ୍ତରଖାନାରୁ ଫେରିବା ପରେ ଚାଟାର୍ଜୀ ଏବଂ ମୁଖାର୍ଜୀଙ୍କୁ ଏଜେନ୍ସିର ସିଜିଓ କମ୍ପ୍ଲେକ୍ସରେ ପଚରାଉଚରା କରାଯାଇଥିଲା। ଏହି ସମୟରେ ବିରୋଧୀ ଦଳର ନେତାମାନେ କହିଛନ୍ତି ଯେ ଚାଟାର୍ଜୀ ତାଙ୍କ "ଷଡଯନ୍ତ୍ର" ଅଭିଯୋଗ ବିଷୟରେ ଅଧିକ ଖୁଲାସା କରିବା ଉଚିତ। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ନେତା ସୁଜନ ଚକ୍ରବର୍ତ୍ତୀ କହିଛନ୍ତି ଯେ ଏହି ଷଡଯନ୍ତ୍ରରେ ଜଡିତ ଥିବା ବ୍ୟକ୍ତିଙ୍କ ନାମ ଚାଟାର୍ଜୀ କହିବା ଉଚିତ୍।

ଚକ୍ରବର୍ତ୍ତୀ କହିଛନ୍ତି, ଏହି ସ୍କୁଲ ନିଯୁକ୍ତି ସ୍କାମ ଯୋଗୁଁ ବଙ୍ଗଳାର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଏହି ଘୋଟାଲା ହେତୁ ଅନେକ ଲୋକଙ୍କ କ୍ୟାରିଅର୍ ନଷ୍ଟ ହୋଇଯାଇଥିଲା। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି ଯେ ଯଦି ପୂର୍ବତନ ମନ୍ତ୍ରୀ କୌଣସି ଷଡଯନ୍ତ୍ର ହୋଇଥିବାର ଦାବି କରୁଛନ୍ତି ତେବେ ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ନାମ ପ୍ରକାଶ କରିବା ଉଚିତ। ଘୋଷ କହିଛନ୍ତି, “ଚାଟାର୍ଜୀ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି। ସେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ତୃଣମୂଳର ଜଣେ ବରିଷ୍ଠ ନେତା ଥିଲେ। ଏହି ଷଡଯନ୍ତ୍ରରେ ଜଡିତ ଲୋକଙ୍କ ନାମ ସାମ୍ନାକୁ ଆସିବା ଦରକାର ବୋଲି ସେ କହିଥିଲେ। 

ସେହିପରି ତୃଣମୂଳ କଂଗ୍ରେସର ସାଂସଦ ଶାନ୍ତନୁ ସେନ କହିଥିଲେ କି ଭ୍ରଷ୍ଟାଚାର ପ୍ରତି ତାଙ୍କ ଦଳ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିଆସୁଛି। ଯେଉଁ ମହିଳାଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟଙ୍କା ଜବତ କରାଯାଇଛି ତାଙ୍କର ଶାସକ ଦଳ ସହିତ କୌଣସି ସମ୍ପର୍କ ନଥିବା ସେ କହିଛନ୍ତି।