Mo Bus: ମୋ’ ବସ୍ ଦୁର୍ଘଟଣାଗ୍ରସ୍ତ, ଏକାଧିକ ଯାତ୍ରୀ ଆହତ
Advertisement
Article Detail0/zeeodisha/odisha1674632

Mo Bus: ମୋ’ ବସ୍ ଦୁର୍ଘଟଣାଗ୍ରସ୍ତ, ଏକାଧିକ ଯାତ୍ରୀ ଆହତ

Mo Bus News In Odia: ପୁଣି ମୋ ବସ୍ (Mo Bus Accident ) ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର । (Khordha) ଖୋର୍ଦ୍ଧା -ଜଟଣୀ ଓଭର ବ୍ରିଜ୍ ଉପରେ ମୋ’ବସ୍ (Mo Bus) ଓ ଟ୍ରକ୍ (truck )ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Mo Bus News In Odia: ପୁଣି ମୋ ବସ୍ (Mo Bus Accident ) ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର । (Khordha) ଖୋର୍ଦ୍ଧା -ଜଟଣୀ ଓଭର ବ୍ରିଜ୍ ଉପରେ ମୋ’ବସ୍  (Mo Bus) ଓ ଟ୍ରକ୍ (truck )ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।  ଦୁର୍ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ମୋବସରେ (Mo Bus) ଫସିଥିବା ଲୋକଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ମେଡିକାଲରେ ଭର୍ତ୍ତି କରିଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ, କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି । 

ସୂଚନା ଅନୁସାରେ, ଆଜି ସକାଳ ସମୟରେ କିଛି ଯାତ୍ରୀଙ୍କୁ ନେଇ  ମୋ ବସଟି (Mo Bus) ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପିତାପଲ୍ଲୀ ପୂର୍ବରୁ ଖୋର୍ଦ୍ଧା -ଜଟଣୀ ଓଭର ବ୍ରିଜ୍ ଉପରେ ବସଟିକୁ (Mo Bus) ଏକ ଟ୍ରକ୍ ପିଟି ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ୧୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଆହତ ହୋଇଛନ୍ତି।  ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତକୁ ଉଦ୍ଧାର କରି ଆହତମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଥିଲା । 

Also Read: Odisha News: ଓଡ଼ିଶା ପାଇଁ ଗର୍ବ, ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ବଡ଼ ଦାୟିତ୍ୱ

Also Read: Silver Health Benefits: ରୂପା ବାସନରେ ଖାଇଲେ ଶରୀରକୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା!

ସେହିପରି, ଗତକାଲି ମଧ୍ୟ ଏଭଳି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଗାଁ ଦାଣ୍ତରେ ଖେଳୁଥିବା(playing) ବେଳେ ହଠାତ୍ ଶିଶୁଙ୍କ ଉପରେ ଚଢିଗଲା କାର(Road Accident) । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଥିବା ବେଳେ ଜଣେ ବୃଦ୍ଧା ମଧ୍ୟ ରହିଛନ୍ତି। ଏଭଳି ଏକ ଛାତିଥରା ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଗୋବରା ଗାଁ ନିକଟରେ  । ମୃତକମାନେ ହେଲେ ବୃଦ୍ଧ ପ୍ରମିଳା ପ୍ରଧାନ ଏବଂ ଦୁଇ ଶିଶୁ ୭ ବର୍ଷର ପୁନମ୍‌ ପ୍ରଧାନ ଓ ୪ ବର୍ଷର ଗୁଗୁ ପ୍ରଧାନ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ଅନୁସାରେ, ଅନୁଗୋଳ(Angul) ଜିଲ୍ଲା ବିକ୍ରମପୁର ଥାନା ଗୋବରା ଗାଁରେ ରୁହନ୍ତି ପ୍ରମିଳାଙ୍କ ପରିବାର । ଶୁକ୍ରବାର ସଂନ୍ଧ୍ୟାରେ ପ୍ରମିଳା ନିଜ ଦୁଇ ନାତିଙ୍କୁ (Grandsons)ନିଜ ଘର ବାହାରେ ଖେଳାଉ (playing) ଥିଲେ। ଏହି ସମୟରେ ହଠାତ୍ , ଏକ ଦୃତଗାମୀ କାର୍ ଗାଁ ଦଣ୍ତ ଆଡକୁ ମାଡି ଆସିଲା ।  ଦୁଇ ନାତିଙ୍କୁ ଖେଳାଉଥିବା ପ୍ରମିଳାଙ୍କ ଓ ଶିଶୁଙ୍କ ଉପରେ ଚଢି ଯାଇଥିଲା। ଏହା ଦେଖି ଗାଁ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ପରେ ଗାଁ ଲୋକେ ଗୁରୁତର ଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରି ହସପିଟାଲ ନେବା ବାଟରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

 ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ, ଡ୍ରାଇଭର ଜଣକ ନିଶାସକ୍ତ (drunk driver)ଅବସ୍ଥାରେ ଏଭଳି ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ଘଟଣାକୁ ନେଇ ଗୋବରା ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଲୋକ ନିଶାଗ୍ରସ୍ତ ଥିବା ଚାଳକ ଓ ଅନ୍ୟ ଜଣକୁ ମାଡ଼ ମାରି ଅଟକ ରଖିଥିବା ଜଣା ପଡ଼ିଛି। ଘଟଣାକୁ ନେଇ ପୁରା ଗାଁ’ରେ ଏବେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।