Uttar Pradesh: ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଶୁ ପ୍ରେମ
Advertisement
Article Detail0/zeeodisha/odisha1383543

Uttar Pradesh: ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଶୁ ପ୍ରେମ

CM Yogis Animal Love: ପଶୁ ପ୍ରେମକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

Uttar Pradesh: ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଶୁ ପ୍ରେମ

UP CM Yogi Adityanath: ବିଭିନ୍ନ ସମୟରେ ପଶୁ ପ୍ରେମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତାଙ୍କର ପଶୁ ପ୍ରେମ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯାହାର ଫଟୋ କିମ୍ବା ଭିଡ଼ିଓ ଇଣ୍ଟରେନଟ ଅଥବା ସୋସିଆଲ ମିଡ଼ିଆ ଯୋଗେ ବିଭିନ୍ନ ସମୟରେ ଭାଇରାଲ ହୋଇଛି। 

ସଦ୍ୟ ଦଶହରା (Dussehra) ଅବସରରେ ଏକ କଲରା ପତ୍ରିଆ ବାଘ ଶାବକକୁ (Baby Leopard) କ୍ଷୀର ପିଆଇ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister)  ଯୋଗୀ ଆଦିତ୍ୟନାଥ (Yogi Adityanath)। ତାଙ୍କର ଏହ ଭିଡ଼ିଓ ସାମ୍ନାକୁ ଆସିଛି। ସେ ନିଜ ହାତରେ ବାଘ ଶାବକତକୁ କ୍ଷୀର ପିଆଉଥିବାର ଦେଖୁବାକୁ ମିଳିଛି। ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଏକ ବୋତଲ କ୍ଷୀର ଧରିଥିବାର ଦେଖିବାକୁ ମିଳିଛି। ତାଙ୍କ ପାଖରେ ବିଜେପି ସାଂସଦ ରବି କିଷାନ, ପ୍ରାଣୀ ଚିକିତ୍ସକ, ପ୍ରାଣୀ ଉଦ୍ୟାନ ଅଧିକାରୀ ଘେରି ରହିଛନ୍ତି। ଏହି ସମୟରେ ବାଘ ଶାବକ ତାଙ୍କ ହାତରୁ କ୍ଷୀର ପିଉଥିବାର ନଜର ଆସିଛି।

Also Read: ଇଣ୍ଟରନେଟରେ ଛାଇଗଲା ଯୋଗୀଙ୍କ 'ଗୁଲ୍ଲୁ'

ଭିଡି଼ଓ ରେ ଦେଖିବାକୁ ମିଳୁଛି ଯେ ଏହି କଲରା ପତ୍ରିଆ ବାଘ ଶାବକ କ୍ଷୀର ପିଇବାକୁ ଦ୍ୱିଧା କରୁଛି। ଏହା ପରେ ପଶୁ ଚିକିତ୍ସକ ଏହାକୁ ମୁଖ୍ୟମନ୍ତ୍ରୀ ଯୋଗୀକୁ ହାତକୁ ବଢାଇ ଦେଉଛନ୍ତି। ଏକ ନାରଙ୍ଗୀ ରଙ୍ଗର ରବର ଗ୍ଲୋଭସ୍ ପିନ୍ଧି ମୁଖ୍ୟମନ୍ତ୍ରୀ ଯୋଗୀ ବାଘ ଶାବକକୁ ଧରି ପୁଣି ଥରେ କ୍ଷୀର ପିଆଇବାକୁ ଚେଷ୍ଟା କରୁଛନ୍ତି। ଏହା ପରେ ଯଇ ବାଘ ଛୁଆ ଦୁଗ୍ଧ ପିଇବାକୁ ଚେଷ୍ଟା କରୁଛି।

ଅକ୍ଟୋବର ୫ ତାରିଖ ଗୃହ ଜିଲ୍ଲା ଗୋରଖପୁର ଠାରେ ଅବସ୍ଥିତ ଚିଡିଆଖାନା (Gorakhpur Zoo) ନିରୀକ୍ଷଣ କରିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗୋରଖପୁର ପ୍ରାଣୀ ଉଦ୍ୟାନରେ ରହିଥିବା ଅନ୍ୟ ପଶୁଙ୍କୁ ଯାଞ୍ଚ କରିଥିଲେ। ଏହି ଭିଡିଓ ଉତ୍ତର ପ୍ରଦେଶ ସରକାରଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ସେୟାର କରାଯାଇଛି। ଯେଉଁଥିରେ ପ୍ରାଣୀ ଉଦ୍ୟାନର ମୁଖ୍ୟମନ୍ତ୍ରୀ ଯୋଗୀ ଚିଡ଼ିଆଖାନା କର୍ତ୍ତୃପକ୍ଷ (Gorakhpur Zoo Authority) ଏନକ୍ଲୋଜର ପରିସରରେ ରହୁଥିବା ପଶୁଙ୍କୁ କିପରି ପରିଚାଳନା କରାଯାଏ ଏହାର ବୈଶିଷ୍ଟ୍ୟ କ'ଣ ସେ ବାବଦରେ ଅବଗତ କରାଇଛନ୍ତି। ଶହୀଦ ଅଶଫାକ ଉଲ୍ଲା ଖାନ ପ୍ରାଣୀ ଉଦ୍ୟାନକୁ (Shaheed Ashfaq Ullah Khan Zoological Park) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ବର୍ଷ ମାର୍ଚ୍ଚରେ ଉଦଘାଟନ କରିଥିଲେ। ଏହି ପ୍ରାଣୀ ଉଦ୍ୟାନ ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଏହା ପୁର୍ବାଞ୍ଚଳର ପ୍ରଥମ ଏବଂ ଉତ୍ତର ପ୍ରଦେଶର ତୃତୀୟ ପ୍ରାଣୀ ଉଦ୍ୟାନ।