Accident Viral Video: ଫିଲ୍ମ ଷ୍ଟାଇଲରେ କାରକୁ ଘୋଷାରି ନେଲା କଣ୍ଟେନର, ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha1570744

Accident Viral Video: ଫିଲ୍ମ ଷ୍ଟାଇଲରେ କାରକୁ ଘୋଷାରି ନେଲା କଣ୍ଟେନର, ଭିଡିଓ ଭାଇରାଲ

Meerut Accident Viral Video: ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅଭିଯୁକ୍ତ କଣ୍ଟେନର ଚାଳକଙ୍କୁ ଗିରଫ କରିଛି। ଗିରଫଦାରୀ ପରେ କଣ୍ଟେନର ଚାଳକଙ୍କୁ ଜେରା କରୁଛି ପୋଲିସ।

Accident Viral Video: ଫିଲ୍ମ ଷ୍ଟାଇଲରେ କାରକୁ ଘୋଷାରି ନେଲା କଣ୍ଟେନର, ଭିଡିଓ ଭାଇରାଲ

Latest Accident Viral Video: ଆପଣ ନିଶ୍ଚିତ ଭାବରେ ଚଳଚ୍ଚିତ୍ରରେ ବହୁତ ଷ୍ଟଣ୍ଟ୍ ଦେଖିଥିବେ। ହେଲେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛୁ ଯାହା ସତ୍ୟ ଏବଂ ଏହା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ନୁହେଁ। ଏହି ଭିଡିଓ ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରୁ ଆସିଛି। ଏଠାରେ ଜଣେ ମଦ୍ୟପ କଣ୍ଟେନର ଡ୍ରାଇଭର  ଫିଲ୍ମ ଷ୍ଟାଇଲରେ ଗୋଟିଏ କାରକୁ ରାସ୍ତାରେ ଘୋଷାରି ନେଇଛନ୍ତି। ଘଟଣାାସ୍ଥଳରେ ଉପସ୍ଥିତ ରହିଥିବା ଲୋକେ ପାଟି କରି କଣ୍ଟେନର ଚାଳକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ସେମାନଙ୍କ ଉଦ୍ୟମ ବିଫଳ ହୋଇଥିଲା। 

ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର କଣ୍ଟେନର ଚାଳକଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପାଖରେ ଦାବି କରିଛନ୍ତି।

ହେଲେ ସୌଭାଗ୍ୟବଶତଃ ଏହି କାରରେ ବସିଥିବା ୪ ଜଣ ଯୁବକଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚି ନାହିଁ। ସେମାନେ କୌଣସି ପ୍ରକାରେ ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ରାସ୍ତାରେ ଯାଉଥିବା ଲୋକେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ସେହି କଣ୍ଟେନର ଚାଳକଙ୍କ କାରନାମାକୁ କ୍ୟାମେରା ଯୋଗେ କଏଦ କରି ନେଇଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ଲାଗିଛି।

ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅଭିଯୁକ୍ତ କଣ୍ଟେନର ଚାଳକଙ୍କୁ ଗିରଫ କରିଛି। ଗିରଫଦାରୀ ପରେ କଣ୍ଟେନର ଚାଳକଙ୍କୁ ଜେରା କରୁଛି ପୋଲିସ। ଏହି ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ଜଣେ ପୋଲିସ ଅଧିକାରୀ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

କଣ୍ଟେନର ଚଲାଉଥିବା ଡ୍ରାଇଭର ଜଣଙ୍କ କ୍ରମାଗତ ଭାବରେ ତାଙ୍କ ଗାଡି ଆଗରେ କାରକୁ ଘୋଷାରି ନେଇଥିଲେ। ପୋଲିସ କୌଣସି ପ୍ରକାରେ କଣ୍ଟେନର ଚାଳକଙ୍କ ଅଟକାଇ ତାଙ୍କୁ ଅଟକ ରଖିଥିଲା। ଧରାପଡ଼ିବା ପରେ କଣ୍ଟେନର ଚାଳକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ରହିଥିଲେ। ଏହି ଘଟଣାରେ ଭାଇରାଲ ହେଉଥିବା ଭିଡିଓ ମେରଠ ଜିଲ୍ଲାର ପରତାପୁର ଥାନା ଅଞ୍ଚଳ ବୋଲି କୁହାଯାଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ କଣ୍ଟେନର କିପରି ଗୋଟିଏ କାରକୁ ଘୋଷାରି ନେଉଛି। କାର ଭିତରେ ଉପସ୍ଥିତ ଥିବା ୪ ଜଣ ଯୁବକ କୌଣସି ପ୍ରକାରେ ସେମାନଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ଘଟଣା ଘଟିବାର କିଛି ସମୟ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେହି କଣ୍ଟେନର ଚାଳକଙ୍କୁ ଗିରଫ କରିଥିଲା।