ଦୁନିଆର ସବୁଠୁ ବଡ ନୀଳ ହୀରା ୫୭.୫ ନିୟୁତ ଡଲାର ମୂଲ୍ୟରେ ବିକ୍ରି
Advertisement
Article Detail0/zeeodisha/odisha1168756

ଦୁନିଆର ସବୁଠୁ ବଡ ନୀଳ ହୀରା ୫୭.୫ ନିୟୁତ ଡଲାର ମୂଲ୍ୟରେ ବିକ୍ରି

ଏହି ୧୫.୧୦ କ୍ୟାରେଟ୍ ହୀରା ଷ୍ଟେପ୍ କଟ୍ ରତ୍ନର ନାମ " ଦ ଡି ବିୟର୍ସ କଲିନାନ୍ ବ୍ଲୁ" ରଖାଯାଇଛି।

ଦୁନିଆର ସବୁଠୁ ବଡ ନୀଳ ହୀରା ୫୭.୫ ନିୟୁତ ଡଲାର ମୂଲ୍ୟରେ ବିକ୍ରି

ଲଣ୍ଡନ: ଦୁନିଆର ସବୁଠୁ ବଡ ନୀଳ ହୀରା ୫୭.୫ ନିୟୁତ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୪୫୦ କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛି। ସୋଥେ ଅନୁଯାୟୀ ଚାରି ଜଣ ଏହାକୁ କିଣିବା ରେସରେ ଥିଲେ। ସେମାନଙ୍କ ମଧ୍ୟରେ ୮  ମିନିଟର ବିଡିଂ ପରେ ଏହାକୁ ହଂକଂର ସୋଥେ ଠାରେ ବିକ୍ରି କରାଯାଇଥିଲା। ଏହି ହୀରାର ସର୍ବାଧିକ ମୂଲ୍ୟ ୪୮ ମିଲିୟନ୍ ଡଲାର ଲଗାଯାଇଥିଲା। ଏହି ହୀରା ଏହା ଠାରୁ ପ୍ରାୟ ୧୦ ମିଲିୟନ୍ ଡଲାର ଅଧିକ ଦାମରେ ବିକ୍ରି ହୋଇଛି। 

ଜଣେ ଅଜ୍ଞାତ କ୍ରେତା ଟେଲିଫୋନ୍ ମାଧ୍ୟମରେ ଏହି ନୀଳ ହୀରା କିଣିଛନ୍ତି। ଡି ବିର୍ସ କୁଲିନାନ୍ ବ୍ଲୁ ଡାଇମଣ୍ଡ। ଏହି ୧୫.୧୦ କ୍ୟାରେଟ୍ ହୀରା ଷ୍ଟେପ୍ କଟ୍ ରତ୍ନର ନାମ " ଦ ଡି ବିୟର୍ସ କଲିନାନ୍ ବ୍ଲୁ" ରଖାଯାଇଛି। ଗତ ୨୦୨୧ ବର୍ଷରେ ଦକ୍ଷିଣ ଆଫ୍ରିକାର କୁଲିନାନ୍ ଖଣିରେ ଏହି ବିରଳ ହୀରା ମିଳିଥିଲା। ରଙ୍ଗୀନ ହୀରା ମୂଲ୍ୟାଙ୍କନରେ ଏହା ସର୍ବୋଚ୍ଚ ମାନ୍ୟତା ହାସଲ କରିଥିଲା।

ସୋଥବିଜଙ୍କ ବୟାନ ଅନୁଯାୟୀ ଜେମୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆମେରିକା (ଜିଆଇ) ହୀରାକୁ “ଫ୍ୟାନ୍ସ ଭିଭି ବ୍ଲୁ” ରୂପରେ ଶ୍ରେଣୀଭୁକ୍ତ କରିଛି। ଏହି ବର୍ଗରେ ହୀରା ସଂଖ୍ୟା ଜମା ହୋଇଥିବା ହୀରାର ୧ ପ୍ରତିଶତରୁ କମ୍। ଏହି ହୀରା ପ୍ରାୟତଃ ରିଙ୍ଗ ସେରେମୋନି (RING CEREMONY) ଭଳି କାର୍ଯ୍ୟକ୍ରମରେ ବ୍ୟବହୃତ ହୁଏ।

ଦୁନିଆରେ କେବଳ ପାଞ୍ଚଟି ରତ୍ନ ଅଛି। ହୀରାକୁ "ଅସାଧାରଣ ବିରଳ" ବୋଲି ବର୍ଣ୍ଣନା କରି ସୋଥେଙ୍କ ବିବୃତ୍ତିରେ କୁହାଯାଇଛି ଯେ ନିଲାମରେ ୧୦ ଟି କ୍ୟାରେଟ୍ ଉପରେ କେବଳ ପାଞ୍ଚଟି ରତ୍ନ ଆସିଛି। କେହି କେବେ ବି ୧୫ କ୍ୟାରେଟ୍ ଅତିକ୍ରମ କରିନାହାଁନ୍ତି, "ଏହି ରତ୍ନର ଦୃଶ୍ୟ ନିଜେ ଏକ ଲ୍ୟାଣ୍ଡମାର୍କ ଅଟେ।"

ସବୁଠୁ ମହଙ୍ଗା ମୂଲ୍ୟ ଏତେ ଅଧିକ 
ସୋଥେବିଙ୍କ ଏସିଆର ଅଧକ୍ଷ ପଟ୍ଟି ୱଙ୍ଗଙ୍କ ଅନୁଯାୟୀ ଅନ୍ତିମ ମୂଲ୍ୟ ୫୭,୪୭୧,୯୬୦ ଡଲାର ସହିତ ଡି ବିର୍ସ କୁଲିନାନ ବ୍ଲୁ ମାତ୍ର ୭୦,୦୦୦ ଡଲାର ପଛରେ ପଡିଛି। ସବୁଠାରୁ ମହଙ୍ଗା ହୀରାର ଆଖ୍ୟା ଏପର୍ଯ୍ୟନ୍ତ ୧୪.୬୨ କ୍ୟାରେଟ୍ "ଓପେନହାଇମର୍ ବ୍ଲୁ" ଦ୍ୱାରା ଧାରଣ କରାଯାଇଛି। ଯାହା ୨୦୨୬ ବର୍ଷରେ ଅନ୍ତିମ ମୂଲ୍ୟରେ ୫୭,୫୪୧,୭୭୯ ଡଲାର ମୂଲ୍ୟରେ ବିକ୍ରି ହୋଇଥିଲା।