Kartik Purnima : ବାଲି ଭିତରେ ପ୍ଲଟ ବୁକିଂ ଆରମ୍ଭ, ପ୍ରଶାସନର କଡା ନଜର, ପ୍ରକମ୍ପିତ ହେବ କଟକ
Advertisement
Article Detail0/zeeodisha/odisha1386107

Kartik Purnima : ବାଲି ଭିତରେ ପ୍ଲଟ ବୁକିଂ ଆରମ୍ଭ, ପ୍ରଶାସନର କଡା ନଜର, ପ୍ରକମ୍ପିତ ହେବ କଟକ

କଟକ: ଆଗକୁ ଆସୁଛି ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆରମ୍ଭ ହେଲା ଆରମ୍ଭ ହେଲା ପ୍ଳଟ ବୁକିଂ। ଚଳିତ ବର୍ଷ ବଢିଲା ପ୍ଲଟର ଦର। ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା। ଏ ନେଇ ଆରମ୍ଭ ହେଲା ନିଲାମ ପ୍ରକ୍ରିୟା। ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ।  ଚଳିତ ଥର କଟକ ଐତିହାସିକ ବାଲିଯାତ୍ରା ପାଇଁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସ

Kartik Purnima : ବାଲି ଭିତରେ ପ୍ଲଟ ବୁକିଂ ଆରମ୍ଭ, ପ୍ରଶାସନର କଡା ନଜର, ପ୍ରକମ୍ପିତ ହେବ କଟକ

Balijatra 2022: କଟକ: ଆଗକୁ ଆସୁଛି ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆରମ୍ଭ ହେଲା ଆରମ୍ଭ ହେଲା ପ୍ଳଟ ବୁକିଂ। ଚଳିତ ବର୍ଷ ବଢିଲା ପ୍ଲଟର ଦର। ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା। ଏ ନେଇ ଆରମ୍ଭ ହେଲା ନିଲାମ ପ୍ରକ୍ରିୟା। ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ। 

ଚଳିତ ଥର କଟକ ଐତିହାସିକ ବାଲିଯାତ୍ରା ପାଇଁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା  ଏଭଳି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ। ଏ ହେଉଛନ୍ତି କଟକ ଜିଲ୍ଲା ବନମାଳୀପୁର ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ ରୋହିତ ବେହେରା (ବୃଦ୍ଧ ବ୍ୟକ୍ତି ବ୍ୟବସାୟୀ)। ଦୀର୍ଘ ୨୫ ବର୍ଷରୁ ସେ ବାଲିଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଖେଳନା ଷ୍ଟଲ୍ କରନ୍ତି। ୩୦୦ ଟଙ୍କାରେ ଷ୍ଟଲ୍ ବିକ୍ରୀ ହେଉଥିବା ସମୟରେ ସେ ପ୍ଲଟ ନେଇ ବ୍ୟବସାୟ କରୁଥିଲେ। 

ହେଲେ ଚଳିତ ଥର ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କେମିତି କରିବେ ବ୍ୟବସାୟ ତାକୁ ନେଇ ସେ ଏବେ ଚିନ୍ତାରେ। ତାଙ୍କର ଯେତିକି ବ୍ୟାପାର ନୁହେଁ, ତା ଠାରୁ ଅଧିକ ଟଙ୍କାରେ ପ୍ଲଟ ନିଲାମ ହେଉଛି। ଯାହାକୁ ତାଙ୍କ ପାଇଁ ସମ୍ଭପର ନୁହେଁ ବୋଲି ସେ। ସେହିପରି ଏ ହେଉଛନ୍ତି ଗୀତା ଇଞ୍ଜିନିୟରସର ରୀତିକାନ୍ତ ମହାନ୍ତି। ନିଲାମ ପ୍ରକ୍ରିୟା ବ୍ୟବସ୍ଥାକୁ ନେଇ ସେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। 

ସେପଟେ କଟକ ବାରବାଟି ପ୍ୟାଲେସରେ ଆରମ୍ଭ ହୋଇଥିବା ଏହି ନିଲାମ ପ୍ରକ୍ରିୟାକୁ ତଦାରଖ କରିଛନ୍ତି ଜିଲ୍ଲାପାଳ।  କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦ ଟଙ୍କା ବର୍ଗଫୁଟ ଦର ରହିଥିବା ବେଳେ ସେମାନେ ୫ ହଜାର ଟଙ୍କା ଦେଇ ପ୍ରଥମେ ପଞ୍ଜିକରଣ କରିବେ। ଏହା ପରେ ଉକ୍ତ ସ୍ଥାନର ନିଲାମ ହେବ। ଏକ ହଜାର ବର୍ଗଫୁଟ ତଳକୁ ପ୍ଲଟ ନେବା ପାଇଁ ଚାହୁଁଥିବା ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ବାଲିଯାତ୍ରାରେ ସବୁ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଦେବା, ବଡ଼ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସମାନ ନିୟମ କରିବା ସହ ପ୍ଲଟ ବିକ୍ରୀରେ ପାରଦର୍ଶିତା ଆଣିବା ପାଇଁ ନିଲାମ ପ୍ରକ୍ରିୟା କରାଯାଇଛି ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। 

ବାଲିଯାତ୍ରା ପ୍ଲଟ ବିକ୍ରୀରେ ମଧ୍ୟସ୍ଥତା ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଏପରି ନିୟମ କରାଯାଇଛି ବୋଲି ଜିଲ୍ଲାପାଳ କହିବା ସହ କୌଣସି ବ୍ୟବସାୟୀ ଏଥିରୁ ବଞ୍ଚିତ ହୋଇପାରିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ବାଲିଯାତ୍ରା ପାଇଁ ଆରମ୍ଭ ହୋଇଥିବା ପ୍ଲଟ ବୁକିଙ୍ଗ ବ୍ୟବସ୍ଥାରେ ପାରଦର୍ଶିତା ରହିବ ତ ? ଏଥିରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଫାଇଦା ମିଳିବ ତ୍ ? ଯାହାକୁ ନେଇ ଉଠିଲାଣି ପ୍ରଶ୍ନ।

ଅଧିକ ପଢନ୍ତୁ: Lady Blackmailer: 'ଇଚ୍ଛାଧାରୀ ନାଗୁଣୀ' ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ? ପୋଲିସ ହାତରେ ଲାଗିଲା ପ୍ରମାଣ

ଅଧିକ ପଢନ୍ତୁ: Teacher Salary: ଜାଲିଆଙ୍କ ଜାଲରେ ଶିକ୍ଷା ବିଭାଗ, ୧୨୩ ଶିକ୍ଷକଙ୍କ ଦରମା ଧରି ମହିଳା ଆକାଉଣ୍ଟାଣ୍ଟ ଫେରାର

ଅଧିକ ପଢନ୍ତୁ: ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାତି ଉଠିଲେ ଶଶୀ ଥରୁର