Weather Report: ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ସତର୍କ ସୂଚନା ଦେଲା ପାଣିପାଗ ବିଭାଗ..
Advertisement
Article Detail0/zeeodisha/odisha2101392

Weather Report: ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ସତର୍କ ସୂଚନା ଦେଲା ପାଣିପାଗ ବିଭାଗ..

Weather Report: ଦୁଇଦିନର ପ୍ରବଳ ତାତିପରେ ଆଜିଠୁ ରାଜ୍ଯରେ ବଦଳିବାକୁ ଯାଉଛି ପାଣିପାଗ। ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁରୁବାର ଉପକୂଳ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। 

Weather Report: ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ସତର୍କ ସୂଚନା ଦେଲା ପାଣିପାଗ ବିଭାଗ..

Weather Report: ଦୁଇଦିନର ପ୍ରବଳ ତାତିପରେ ଆଜିଠୁ ରାଜ୍ଯରେ ବଦଳିବାକୁ ଯାଉଛି ପାଣିପାଗ। ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁରୁବାର ଉପକୂଳ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ପୂର୍ବାନୁମାନ ଅନୁସାରେ ଆଜି ସ୍ଥାନେ ସ୍ଥାନେ ହାଲୁକା ବର୍ଷା(Rain) ସହିତ ‌କେତେକ ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହେବ। ପଶ୍ଚିମାଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହୋଇଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହି ପଶ୍ଚିମାଝଡ଼ ପ୍ରଭାବରେ ଆଜିଠାରୁ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ(Ganjam), ଗଜପତି,ନବରଙ୍ଗପୁର(Nabarangpur), କୋରାପୁଟ, କନ୍ଧମାଳ(Kandhamal) ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ମଧ୍ୟମଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।। ସେହିପରି ୧୦ ତାରିଖରେ ଦକ୍ଷିଣ ଉପକୂଳ ଅଞ୍ଚଳରେ ହାଲୁକା କୁହୁଡ଼ି ରହିବା ନେଇ ସୂଚନା ଦେଇଛି ବିଭାଗ। ଏହାପରେ ୧୧ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ।

ସେହିପରି ଯାଜପୁର, ଭଦ୍ରକ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରେ ବର୍ଷା ନେଇ ସତର୍କତା(Alert) ଜାରି କରଯାଇଛି । ୧୨ ତାରିଖରେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ(Cuttack), ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ୧୦ ଜିଲ୍ଲାରେ ବର୍ଷା ହୋଇପାରେ।୧୨ ଓ ୧୩ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଯାହା ଫଳରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଅନୁମାନ କରାଯାଇଛି।