Advertisement
Photo Details/zeeodisha/odisha2611637
photoDetails0hindi

Weather Forecast: ଆଜି ଠୁ କମିବ ଶୀତ ! ଉପକୂଳରେ ବଢିବ ତାତି

Weather Forecast:ଭୁବନେଶ୍ୱର: ଧିରେ ଧିରେ ବିଦାୟ ନେଉଛି ଶୀତ। ଆଜି ରାତିରୁ ଆହୁରି ଅଧିକ ମାତ୍ରାରେ ଶୀତର ମାତ୍ରା ହ୍ରାସ ପାଇବ। ରାତିର ତାପମାତ୍ରା ବୃଦ୍ଧି ପାଇବ। ପାରଦ ପ୍ରାୟ ୨ ରୁ ୪ ଡିଗ୍ରୀ ବଢିବ। ଫଳରେ ଥଣ୍ଡା କମିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି। ଥଣ୍ଡା କମିବା ସହ ଘନ କୁହୁଡି ରହିବ। ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦେଖାଯିବ ବୋଲି ଆକଳନ କରାଯାଇଛି। 

1/5

ବୁଧବାର ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ଘନରୁ ଅତି ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ଗୁରୁବାର ବି ସମାନ ଅବସ୍ଥା ରହିବ। ବିଶେଷ କରି କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ଘନରୁ ଅତି ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

2/5

ଭଦ୍ରକ, ବାଲେଶ୍ୱର, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଜିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। 

3/5

ଗୁରୁବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

4/5

ଜି ଉଦୟଗିରିରେ ପାରଦ ୪.୨ ଡିଗ୍ରୀ ସେସିୟସ ରହିଥିଲା। ସେହିପରି ଫୁଲବାଣୀରେ ୭, ଭବାନୀପାଟଣାରେ ୯.୪ ଡିଗ୍ରୀ, କୋରାପୁଟ ଓ ରାଉରକେଲାରେ ୯.୫ ଡିଗ୍ରୀ, ଝାରସୁଗୁଡାରେ ୯.୮ ଜିଗ୍ରୀ, ନବରଙ୍ଗପୁରରେ ୧୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଓ ଅନୁଗୋଳରେ ୧୧ ଡିଗ୍ରୀ ରେକର୍ଡ ହୋଇଛି। 

5/5

ସେହିପରି ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର କାଁ ଭାଁ ସ୍ଥାନରେ ପାରଦ ଖସିବାର ସମ୍ଭାବନା ରହିଛି। ବିଶେଷ କରି ଫୁଲବାଣୀ, ଭବାନୀପାଟଣା, ରାଉରକେଲା, କୋରାପୁଟରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଉପକୂଳରେ ତାତି ବୃଦ୍ଧି ପାଇବ। ଗୋପାଳପୁର, ପୁରୀ, ପାରାଦୀପ, ପାରଳାଖେମୁଣ୍ଡିରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

 

Minimum Temperature Forecast for next 5 days #Odisha #WINTER pic.twitter.com/uYBE7rFqrp

— Meteorological Centre, Bhubaneswar (@mcbbsr) January 21, 2025