Weather Update: ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଉତ୍ତର ଓ ପଶ୍ଚିମ ଓଡି଼ଶାରେ ୨୮ ଓ ୨୯ ତାରିଖରେ ହାଲୁକା ବର୍ଷା ହୋଇପାରେ। ଏନେଇ ପୁଣି ଅଦିନିଆ ବର୍ଷାକୁ ନେଇ ଛାନିଆ ହୋଇଛି ଚାଷୀ।
ସେପଟେ, ଜାନୁଆରୀ ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କଲେଣୀ।
ପଶ୍ଚିମା ଝଡ଼ ପ୍ରଭାବରେ ଆଜି ଓ ଆସନ୍ତାକାଲି ଉତ୍ତର-ପଶ୍ଚିମ ଓଡି଼ଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ନେଇ ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ ଗତ ୨ ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ।
ମାତ୍ର ପାଣିପାଗ ବିଭାଗ ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି ଯେ, ଆଜି ରାଜ୍ୟରେ ପାଗ ଶୁଖିଲା ରହିବ।
୨୮ ତାରିଖ ଅର୍ଥାତ୍ ଶନିବାର ଠାରୁ ସୁନ୍ଦରଗଡ, ବରଗଡ, ନୂଆପଡା, କେନ୍ଦୁଝର ଓ ମୟୂରଭଂଜର ଗୋଟିଏ ୨ଟି ସ୍ଥାନରେ ହାଲୁକ ବର୍ଷା ହେବ। ସେହିପରି ୨୯ ତାରିଖରେ ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ट्रेन्डिंग फोटोज़