Weather Report: ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା, ଏହି ସବୁ ସ୍ଥାନ ପାଇଁ ଆଲର୍ଟ ଜାରି..
Advertisement
Article Detail0/zeeodisha/odisha2412990

Weather Report: ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା, ଏହି ସବୁ ସ୍ଥାନ ପାଇଁ ଆଲର୍ଟ ଜାରି..

Weather Report: ଗତ ୩ ଦିନ ଧରି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବର୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ଅନେକ ଜିଲ୍ଲା ବନ୍ୟାରେ ବୁଡ଼ି ରହିଛି। ଆନ୍ଧ୍ରପ୍ରଦେଶରେ ୧୭ ଜଣ ଏବଂ ତେଲେଙ୍ଗାନାରେ ୧୬ ଜଣଙ୍କ ସମେତ ପ୍ରାୟ ୩୩ ଜଣ ପ୍ରାଣ ହରାଇଛନ୍ତି। ୪୦୦ରୁ ଅଧିକ ଟ୍ରେନକୁ ବାତିଲ କରିଦିଆଯାଇଛି ଏବଂ ୧୪୦ ଟି ଟ୍ରେନର ରୁଟକୁ ବଦଳା ଯାଇଛି। ସେପଟେ ଆନ୍ଧ୍ରପ୍ରଦେଶର ପ୍ରାୟ ୪.୫ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୧୦୦ ରୁ ଅଧିକ ରିଲିଫ୍ କ୍ୟାମ୍ପ କରାଯାଇଛି। ବିଜୟୱାଡା, ଗୁଣ୍ଟୁର, କୃଷ୍ଣା, ଏଲୁରୁ, ପାଲନାଡୁ, ବାପାଟଲା, ପ୍ରକାସମରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଖରାପ।

Weather Report: ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା, ଏହି ସବୁ ସ୍ଥାନ ପାଇଁ ଆଲର୍ଟ ଜାରି..

Weather Report: ମୌସୁମୀ ବର୍ଷା ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବିପଦ ସୃଷ୍ଟି କରୁଛି ଏବଂ ବର୍ତ୍ତମାନ ଗୁଜୁରାଟରେ ପୁଣି ଥରେ ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଗୁଜରାଟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ୍ଆଲର୍ଟ ଜାରି କରିଛି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ୨୩ଟି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଗୁଜରାଟର ସୁରଟ, କଚ୍, ସୌରାଷ୍ଟ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଦକ୍ଷିଣ-ପୂର୍ବ ରାଜସ୍ଥାନ ଉପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ପାଣିପାଗ ବିଭାଗ ଏକ ନୂଆ ସତର୍କ ସୂଚନା ଜାରି କରିଛି ଏବଂ ଘରୁ ବାହାରିବା ପୂର୍ବରୁ IMD ର ସର୍ବଶେଷ ଅଦ୍ୟତନ ଯାଞ୍ଚ କରିବାକୁ ଲୋକଙ୍କୁ ନିବେଦନ କରିଛି, ନଚେତ୍ ସେମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିକଟରେ ଗୁଜୁରାଟରେ ବନ୍ୟାରେ ୨୦୦ ରୁ ଅଧିକ ତହସିଲ ଜଳମଗ୍ନ ହୋଇଯାଇଥିଲା।

ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ବର୍ଷା:

ଗତ ୩ ଦିନ ଧରି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବର୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ଅନେକ ଜିଲ୍ଲା ବନ୍ୟାରେ ବୁଡ଼ି ରହିଛି। ଆନ୍ଧ୍ରପ୍ରଦେଶରେ ୧୭ ଜଣ ଏବଂ ତେଲେଙ୍ଗାନାରେ ୧୬ ଜଣଙ୍କ ସମେତ ପ୍ରାୟ ୩୩ ଜଣ ପ୍ରାଣ ହରାଇଛନ୍ତି। ୪୦୦ରୁ ଅଧିକ ଟ୍ରେନକୁ ବାତିଲ କରିଦିଆଯାଇଛି ଏବଂ ୧୪୦ ଟି ଟ୍ରେନର ରୁଟକୁ ବଦଳା ଯାଇଛି। ସେପଟେ ଆନ୍ଧ୍ରପ୍ରଦେଶର ପ୍ରାୟ ୪.୫ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୧୦୦ ରୁ ଅଧିକ ରିଲିଫ୍ କ୍ୟାମ୍ପ କରାଯାଇଛି। ବିଜୟୱାଡା, ଗୁଣ୍ଟୁର, କୃଷ୍ଣା, ଏଲୁରୁ, ପାଲନାଡୁ, ବାପାଟଲା, ପ୍ରକାସମରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଖରାପ।

SDRF ଏବଂ NDRF ର ୪୦ ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅନେକ କ୍ଷେତ୍ରରେ ବିଦ୍ୟୁତ ସରବରାହ ଯୋଗୁଁ ଜନ ଜୀବନ ବ୍ୟାହତ ହୋଇଛି। ଯଥା ସମ୍ଭବ ହେଲିକପ୍ଟର, ଡ୍ରୋନ୍, ଡଙ୍ଗା, ଟ୍ରାକ୍ଟର ଇତ୍ୟାଦି ମାଧ୍ୟମରେ ଲୋକଙ୍କୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ସିଏମ୍ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି। କୁହାଯାଉଛି ଯେ ବନ୍ୟା ଯୋଗୁଁ ତେଲେଙ୍ଗାନା ୩ ଦିନ ମଧ୍ୟରେ ୫,୪୩୮କୋଟି ଟଙ୍କା କ୍ଷତି ହୋଇଛି।

ସମ୍ପ୍ରତି ବର୍ଷା ହେତୁ ଗୁଜରାଟରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୦ ରୁ ଅଧିକ ତହସିଲ ବନ୍ୟା ଜଳରେ ବୁଡ଼ି ଯାଇଥିଲା। ଆସନ୍ତା ୩ ଦିନ ପାଇଁ ପୁନର୍ବାର ପ୍ରବଳ ବର୍ଷା ହେବାର ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୧୦ ଟି ନଦୀ ଏବଂ ରାଜ୍ୟର ୧୦୦ରୁ ଅଧିକ ଅଞ୍ଚଳରେ ନଦୀ ଜଳ ପ୍ରବାହିତ ହୋଉଛି। ୧୦୦ ରୁ ଅଧିକ ରାସ୍ତା ଅବରୋଧ କରାଯାଇଛି। କେବଳ ଭଦୋଦରା ଠାରୁ ୨୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ କ୍ୟାମ୍ପକୁ ନିଆଯାଇଛି।

ହିମାଚଳ ପ୍ରଦେଶର ଟି ଜିଲ୍ଲା ପାଇଁ ସତର୍କ ସୂଚନା:

ହିମାଚଳ ପ୍ରଦେଶର ୮ଟି ଜିଲ୍ଲା - ଚମ୍ବା, କାଙ୍ଗ୍ରା, ମଣ୍ଡି, ଶିମଲା, ସିର୍ମାଉର୍, ସୋଲାନ୍, କୁଲୁ, କିନ୍ନୌରରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଏକ ରେଡ୍ ଆଲର୍ଟ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଲରିଟ ଜାରି କରିଛି ବିବାଗ। ଜାତୀୟ ରାଜପଥ ସମେତ ୧୦୦ରୁ ଅଧିକ ରାସ୍ତା ଅବରୋଧ କରାଯାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ମୌସୁମୀ ବର୍ଷା ହେତୁ ୧୫୦ ରୁ ଅଧିକ ଲୋକ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।