Weather Update: ଶୀତ ପରେ ଆସୁଛି ବର୍ଷା, ଏହି ସବୁ ଜିଲ୍ଲାରେ ବର୍ଷିବ!
Advertisement
Article Detail0/zeeodisha/odisha2615709

Weather Update: ଶୀତ ପରେ ଆସୁଛି ବର୍ଷା, ଏହି ସବୁ ଜିଲ୍ଲାରେ ବର୍ଷିବ!

Weather Update: ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ଜାନୁଆରୀ ଶେଷ ହୋଇ ନଥିବା ବେଳେ ଖରାର ପ୍ରକୋପ ମଧ୍ୟ ଦେଖିବାକୁ ମିଳୁଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।  ଆଜିଠୁ ଦିନ ଓ ରାତି ତାପମାତ୍ରା କମିବ।  ରାତିରେ ପୁଣି  ଶୀତ ଅନୁଭୂତ ହେବ।

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ, ରୁହନ୍ତୁ ସତର୍କ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Rani panda Viral Video: କେଉଁ ରୋଗରେ ପୀଡି଼ତ ହୋଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ତା, ଜାଣନ୍ତୁ

ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ  ୧ ତାରିଖ ବେଳକୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି,  ପୁରୀ, ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା,ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁଚାପ ପାଇଁ ଗରମ ପବନ ଆସୁଥିଲା। ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଅଧିକ ଗରମ ରହୁଥିଲା।  ସେ ପାଖରୁ ଓଡି଼ଶାକୁ ଅଧିକ ଗରମ ଆସୁଥିଲା। ଏଥିପାଇଁ ଦିନ ତାପମାତ୍ରା ଅଧିକ ରହୁଥିଲା। ଶୁକ୍ରବାର ଠାରୁ ଗୁରୁଚାପ ଦୁର୍ବଳ ହୋଇଯାଇଛି। ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବ।  ଏଥିପାଇଁ ଶନିବାର ଠାରୁ  ଦିନ ଓ ରାତି ତାପମାତ୍ରା କମିବ । 

୨୮ ଯାଏଁ ତାତି କମ୍ ରହିବ। କୁହୁଡି ର ପ୍ରଭାବ ମଧ୍ୟ କମ୍ ରହିବ। ୨୮ ଓ ୩୦ ତାରିଖରୁ ପୁଣି ଥରେ ଘନ କୁହୁଡି଼ ଆରମ୍ଭ ହେବ। ଆଜି ବିଶେଷକରି, ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡି଼ଶାରେ ଘନ କୁହୁଡି ପଡିବ ବୋଲି ଆକଳନ କରାଯାଇଛି। ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଗଂଜାମ, ଗଜପତି, ନୟାଗଡ଼, କଳାହାଣ୍ତି, କନ୍ଧମାଳ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଅନୁଗୁଳ ଓ କୋରାପୁଟ୍ ରେ ଘନ କୁହୁଡି ଦେଖାଦେବ। ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।