Weather Update: ଆଜିଠୁ ବଢିବ କୁହୁଡି଼, ଏହିସବୁ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କଲା ବିଭାଗ
Advertisement
Article Detail0/zeeodisha/odisha2636793

Weather Update: ଆଜିଠୁ ବଢିବ କୁହୁଡି଼, ଏହିସବୁ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କଲା ବିଭାଗ

Weather Update: ରାଜ୍ୟରେ ଏବେ ଗତ କିଛି ଦିନ ହେବ ଶୀତ ବଦଳରେ ଅଧିକ ଖରା ଅନୁଭବ ହେଉଛି। ଫେବୃଆରୀ ଶେଷ ନ ହେଉଣୁ ପାଗରେ ଏଭଳି ପରିବର୍ତ୍ତନ ହେବାରେ ଲାଗିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏହା ଭିତରେ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। 

Weather Update: ଆଜିଠୁ ବଢିବ କୁହୁଡି଼, ଏହିସବୁ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କଲା ବିଭାଗ

Weather Update: ରାଜ୍ୟରେ ଏବେ ଗତ କିଛି ଦିନ ହେବ ଶୀତ ବଦଳରେ ଅଧିକ ଖରା ଅନୁଭବ ହେଉଛି। ଫେବୃଆରୀ ଶେଷ ନ ହେଉଣୁ ପାଗରେ ଏଭଳି ପରିବର୍ତ୍ତନ  ହେବାରେ ଲାଗିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏହା ଭିତରେ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।  ଆଜିଠୁ ରାଜ୍ୟରେ ପୁଣି କୁହୁଡ଼ି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ କିଛି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ନୟାଗଡ଼ , ଜଗତସିଂହପୁର, ଖୋର୍ଦ୍ଧା ଓ କଟକ। ସେହିପରି, ଆଉ କିଛି ଜିଲ୍ଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, କେନ୍ଦୁଝର, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ନବରଙ୍ଗପୁର। ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି।

 

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ କର୍ମକ୍ଷେତ୍ରରେ ସୃଷ୍ଟି ହେବ ଚିନ୍ତାଜନକ ପରିସ୍ଥିତି ସହ...! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ହେଲେ,  ରାଜ୍ୟରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସେହିପରି ରାତି ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ବର୍ତ୍ତମାନ ଗୁରୁଚାପ ବଳୟ ଦୁର୍ବଳ ହେବା ସହ ଉତ୍ତର-ପଶ୍ଚିମରୁ ପବନ ଆସିବ । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ଖସିବ । ଉପକୂଳରେ ତାପମାତ୍ରା କମିଲେ ବି ଥଣ୍ଡା ବେଶି ବଢ଼ିନପାରେ ବୋଲି କହିଛି ପାଣିପାଗ ବିଭାଗ ।