Advertisement

Rath Yatra 2024

alt
Jul 9,2024, 16:52 PM IST
alt
Rath Yatra 2024 Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ।  ପବିତ୍ର ରଥଯାତ୍ରା ଉପଲକ୍ଷେ ଜୀ ଓଡ଼ିଶା ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।  ଘୋଷଯାତ୍ରାକୁ ନେଇ ଉତ୍ସବମୁଖର ହୋଇପଡିଛି ବଡ଼ଦାଣ୍ତ।  ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଶ୍ରୀମନ୍ଦିରରୁ ବଡ଼ ଦାଣ୍ତକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ । ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଶ୍ରୀଜିଓଙ୍କ ଦର୍ଶନ ପାଇଁ ପୁରୀ ବଡ଼ ଦାଣ୍ତ ଲୋକାରଣ୍ୟ ହୋଇପଡିଛି।  ଏଥର ଦୁଇ ଦିନ ରଥ ଟାଣିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ୫୩ ବର୍ଷ ପରେ ଏଭଳି ବିରଳ ସଂଯୋଗ ପଡ଼ିଛି । ପୁରୀରୁ ଦେଖନ୍ତୁ ସିଧା ପ୍ରସାରଣ.... ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ ଲାଇଭ୍ : ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ...
Jul 7,2024, 22:50 PM IST
alt
ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଚଳିତବର୍ଷ ୫୦ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିର ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଦୀର୍ଘ ୩ ବର୍ଷ ଧରି ସମର୍ଥ ବର୍ମା ଜିଲାପାଳ ଭାବେ ତିନୋଟି ରଥଯାତ୍ରା କରିଥିବା ବେଳେ ଏବେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ପୁଣି ନୂଆ ଦାୟିତ୍ୱ ମିଳିଥିବାରୁ ଶୃଙ୍ଖଳିତ ଓ ନିଆରା ଭାବେ ୨୦୨୪ ରଥଯାତ୍ରା କରିବେ ବୋଲି କହିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ଶ୍ରୀସେତୁ , ଶ୍ରୀଦାଣ୍ଡ , ପାର୍କିଂ , ସମଙ୍ଗ ନୂଆ ବସଷ୍ଟାଣ୍ଡ ଆଦିର ବିକାଶ ହୋଇଥିବାରୁ ରଥଯାତ୍ରାର ତିନିଗୁଣ ଭକ୍ତ ଆସିଲେ ବି ସେବାୟତଓ ପ୍ରଶାସନ ସମର୍ଥ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ତେବେ ଶ୍ରୀମନ୍ଦିର ବାହାରେ ଶୃଙ୍ଖଳିତ ଦର୍ଶନ ହେଉଥିବା ବେଳେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡ
Feb 3,2024, 19:13 PM IST

Trending news