Advertisement

Surprise

alt
Video: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ନିଜ ନୂଆ ସିନେମା ୱାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଜି ସୋସିଆଲ ମଡିଆରେ ବର୍ଷା ସୂଚନା ଦେଇ କହିଛନ୍ତି ଯେ, ଖୁବଶୀଘ୍ର ବାଙ୍ଗଲୋରରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ୱାଇଫ୍ । ଫେବ୍ରୁଆରୀ ୧୬ ତାରିଖରେ ମୁଁ ଆସୁଛି ବାଙ୍ଗଲୋର। ସେଠାରେ ଥିବା ଓଡ଼ିଆ ଭାଇ-ଭଉଣୀଙ୍କ ଉପସ୍ଥିତିରେ ୱାଇଫ୍ ର ରିଲିଜ୍ ତାରିଖ ଘୋଷଣା କରିବି। ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍(କେବିଏଫ୍) ର ସହଯୋଗରେ ରିଲିଜ୍ ହେବ ୱାଇଫ୍। ୱାଇଫ୍ ଆଗାମୀ ଦିନରେ ଓଡ଼ିଶା ବାହାରେ ମୁକ୍ତିଲାଭ କରିବାକୁ ଯାଉଛି । ୱାଇଫ୍ ଫିଲ୍ମକୁ ଆଉ ପୁରା ଟିମ୍ କୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ମୁଁ କୃତଜ୍ଞ। ବାଙ୍ଗଲୋରରେ ଦେଖା ହେବ ୧୬ ରେ। ଜୟ ଜଗନ୍ନାଥ
Feb 1,2025, 18:30 PM IST

Trending news