SUBHADRA Yojana: ସୁଭଦ୍ରା ପାଇଁ ବଡ଼ ଘୋଷଣା, ଜଣାନ୍ତୁ କ'ଣ କହିଲା ଜିଲ୍ଲା ପ୍ରଶାସନ?
Advertisement
Article Detail0/zeeodisha/odisha2419302

SUBHADRA Yojana: ସୁଭଦ୍ରା ପାଇଁ ବଡ଼ ଘୋଷଣା, ଜଣାନ୍ତୁ କ'ଣ କହିଲା ଜିଲ୍ଲା ପ୍ରଶାସନ?

SUBHADRA Yojana: ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ଵା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରାମାଣିକ କରଣ କରାଯାଇ ପାରିବ। 

 

SUBHADRA Yojana

ବାଲେଶ୍ୱର: ରାଜ୍ୟରେ ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ବାଲେଶ୍ୱର ଜିଲ୍ଲାପାଳ ତରଫରୁ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୁର୍ବ ଟ୍ୱିଟର୍) ସୂଚନା ଦିଆଯାଇଛି। ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ଵା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରାମାଣିକ କରଣ କରାଯାଇ ପାରିବ। ତେଣୁ ଆବେଦନକାରୀ ସୁଭଦ୍ରା ଯୋଜନାରେ ଲାଭ ଉଠାଇବାକୁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବାକୁ ବ୍ୟସ୍ତ ନହୋଇ ବିନା ମୋବାଇଲ ନମ୍ବରରେ ଲିଙ୍କରେ ଆବେଦନ କରି ପାରିବେ।

ବାଲେଶ୍ୱର ଜିଲ୍ଲାପାଳ ତରଫରୁ ଦିଆ ଯାଇଥିବେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ କୁହାଯାଇଛି, " ଜନ ସେବା କେନ୍ଦ୍ର (CSCs) ଏବଂ ମୋ ସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ଏକ ମୋବାଇଲ ନମ୍ୱର ସହ ଲିଙ୍କ ନ ହୋଇଥିଲେ ମଧ୍ୟ, ମୁହଁ କିମ୍ୱା ଟିପର ପ୍ରିଣ୍ଟ ସ୍କାନିଂ ମଧ୍ୟରେ ଆଧାର ପ୍ରାମଣିକରଣ କରାଯାଇପାରିବ। ତେଣୁ ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ମୋବାଇଲ ନମ୍ବର ଗୁଡିକୁ ଆଧାର ସହିତ ଲିଙ୍କ କରିବାକୁ ବ୍ୟସ୍ତ ହୋଇ ଗହଳ ନ କରି ବିନା ଫୋନ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ କରି ଦାଖଲ କରନ୍ତୁ। ଏହି ପ୍ରକ୍ରିୟା ସମ୍ପୁର୍ଣ୍ଣ ଦେୟ ମୁକ୍ତ ଓ ଆବେଦନ ସମୟର କୌଣସି ଅବଧି ନାହିଁ। ଯଦି କୌଣସି ବ୍ୟକ୍ତି ଏଥିପାଇଁ ଅର୍ଥରାଶିଯ/ଦେୟ ମାଗନ୍ତି, ସେ ବିଷୟରେ ଖବର ଦେଲେ ଜିଲ୍ଲା ପ୍ରଶାସନ ଏହି ପରିପ୍ରେକ୍ଷୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

 

Also read And Watch: Viral Video: ଖାଇବାକୁ ନ ମିଳିବାରୁ ରାଗିଗଲେ ଡ୍ରାଇଭର, ହୋଟେଲ ଭିତରେ ପୂରାଇ ଦେଲେ ଟ୍ରକ୍, ଭିଡିଓ ଭାଇରାଲ୍