1.Mosquito repellent: ରାଜ୍ୟ ସରକାର ବିଭିନ୍ନ ପୌରାଞ୍ଚଳରେ ମଶାଙ୍କ ସହ ଲଢ଼ିବାକୁ ଗତ ୯ ମାସରେ ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଅର୍ଥ କେବଳ ମଶା ତେଲ କିଣାରେ ମୋହନ ମାଝିଙ୍କ ସରକାର ଖର୍ଚ୍ଚ କରିଛନ୍ତି। ପୁଣି କିଛି ପୌରାଞ୍ଚଳରେ ମଶା ତେଲ ଓଡ଼ିଶା ଔଷଧ ନିଗମ ବା ସମ୍ପୃକ୍ତ ସିଡିଏମ୍ଓେ କିଣିଥାଆନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।
2. IAS: ବରିଷ୍ଠ ଆଇଏସଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ନେଇ କିଛି ଗଣମାଧ୍ୟମରେ ଖବର ପରିବେଷଣ ହୋଇଛି । ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବିଷ୍ଣୁପଦ ସେଠୀ । ସିବିଆଇ ରେଡକୁ ବିରୋଧ କରି ବିଷ୍ଣୁପଦ ଇସ୍ତଫା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।
3.Odisha News: ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ। ସରକାର ଏହି ବାହାଘର ଖର୍ଚ୍ଚ ଉଠାଇବେ। ଖାଲି ସେତିକି ନୁହେଁ ବାହାଘର ପରେ ଉପହାର ବି ସରକାର ଦସେବେ। ଏଥିଲାଗି ସରକାର ୧୨ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଛନ୍ତି। ମୋହନ ମାଝିଙ୍କ ଦ୍ୱିତୀୟ ବଜେଟରେ ସାମାଜିକ ମଙ୍ଗଳର ଏକ ନୂତନ ଦିଗ ଉନ୍ମୋଚିତ ହୋଇଛି।
4.Canada Plane Crash Video: ଟୋରଣ୍ଟୋର ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲଟା ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ସମୟରେ ଏହି ବିମାନ ହଠାତ୍ ଓଲଟି ପଡ଼ିଥିଲା ଏବଂ ନିଆଁ ଲାଗିଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ କାନାଡାର ଏକ ବିମାନବନ୍ଦରରେ ତୁଷାରପାତ ପରେ ପ୍ରବଳ ପବନ ବହିବା ମଧ୍ୟରେ ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନ ଅବତରଣ କରିବା ସମୟରେ ଏହା ଓଲଟି ପଡ଼ିଥିଲା। ଏହି କାରଣରୁ ବିମାନରେ ଥିବା ୮୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଥିଲେ। ଜଣେ ଶିଶୁ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
5.KIIT University Student Death: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଜଣେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଖବରର ସିରୋନାମା ପାଲଟିଛି। ଏ ନେଇ ଆଜି ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିରୋଧୀ ବିଜେପି ଓ କଂଗ୍ରେସ। ନେପାଳୀ ଛାତ୍ରୀ ପ୍ରକୃତି ଲମସାଲଙ୍କ ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ତଦନ୍ତ ନହେଲେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ତାରା ବାହିନୀପତି।
6.Terrible Bus Accident: ପଞ୍ଜାବର ଫରିଦକୋଟ ଜିଲ୍ଲାର ଫରିଦକୋଟ-କୋଟକାପୁରା ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ବସ୍ ଏବଂ ଟ୍ରକ୍ ଧକ୍କା ହୋଇ ରେଲିଂ ଭାଙ୍ଗି କେନାଲରେ ପଡିଯାଇଥିଲା। ଯାତ୍ରୀ ଭରା ବସ୍ ଡ୍ରେନ୍ରେ ପଡ଼ିବା ପରେ ବସଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପୋଲିସ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ସେପଟେ ଆହତଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି।
7.KIIT University:ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ ଆଜି କିଟ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି।
8.KIIT University: ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ ଆଜି କିଟ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି।
9.Champions Trophy 2025: ପାରିବାରିକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ମୋର୍କେଲଙ୍କୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିବାକୁ ପଡିଛି। ଭାରତୀୟ ବୋଲିଂ ଆକ୍ରମଣକୁ ମାର୍ଗଦର୍ଶନ କରିବାରେ ମୋର୍କେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ପୂର୍ବରୁ ଦଳରେ ସାମିଲ କରାଯାଇ ନାହିଁ।
10.Champions Trophy 2025: ଫେବୃଆରୀ ୨୦ ରେ ବାଂଲାଦେଶ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ(Team India)ର ପ୍ଲେଇଂ ଇଲେଭେନ୍ କିପରି ହେବାକୁ ଯାଉଛି ଏହା ଏକ ବଡ ପ୍ରଶ୍ନ। ଲଗାତାର ଦୁଇ ଦିନ ପ୍ରାକ୍ଟିସ୍ କରିବା ପରେ ଟିମ୍ ଇଣ୍ଡିଆ ଆଜି ରେଷ୍ଟ ନେଇଛି। ଏଥି ସହିତ, ବର୍ତ୍ତମାନ ପ୍ଲେଇଂ ଇଲେଭେନର ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି। ଚାମ୍ପିଅନ୍ସ ଟ୍ରଫି ପାଇଁ ଏଥର ଟିମ୍ ଇଣ୍ଡିଆରେ ୨ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏବଂ ଋଷଭ ପନ୍ତ ରହିଛନ୍ତି, ଯଦିଓ ପ୍ଲେଇଂ ଇଲେଭେନରେ କେବଳ ଜଣଙ୍କୁ ସୁଯୋଗ ମିଳିବ। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୂର୍ବରୁ କହିଥଲେ ଯେ କେ.ଏଲ୍ ରାହୁଲଙ୍କୁ ସୁଯୋଗ ମିଳିବ, କିନ୍ତୁ ଋଷଭ ପନ୍ତଙ୍କୁ ଅପେକ୍ଷା କରିବାକୁ ପଡିପାରେ।