ହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା
Advertisement
Article Detail0/zeeodisha/odisha2651172

ହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା

ବରିଷ୍ଠ ଆଇଏସଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ନେଇ କିଛି ଗଣମାଧ୍ୟମରେ ଖବର ପରିବେଷଣ ହୋଇଛି । ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବିଷ୍ଣୁପଦ ସେଠୀ । ସିବିଆଇ ରେଡକୁ ବିରୋଧ କରି ବିଷ୍ଣୁପଦ ଇସ୍ତଫା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା

ଭୁବନେଶ୍ୱର: ବରିଷ୍ଠ ଆଇଏସଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ନେଇ କିଛି ଗଣମାଧ୍ୟମରେ ଖବର ପରିବେଷଣ ହୋଇଛି । ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବିଷ୍ଣୁପଦ ସେଠୀ । ସିବିଆଇ ରେଡକୁ ବିରୋଧ କରି ବିଷ୍ଣୁପଦ ଇସ୍ତଫା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ସୂଚନାଯୋଗ୍ୟ, ୧୯୯୫ ବ୍ୟାଚର IAS ଅଫିସର ହେଉଛନ୍ତି ବିଷ୍ଣୁପଦ ସୋଠୀ। ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲା କାରଣରୁ ତାଙ୍କ ଘରେ ରେଡ୍ କରାଯାଇଥିଲା । ଆଜି ପୁଣି ଥରେ ସକାଳୁ ସିବିଆଇର ୮ ଜଣିଆ ଏକ ଟିମ୍ ପହଞ୍ଚି ତାଙ୍କ ଘରେ ରେଡ୍ କରିଛି ।

ସୂଚନା ଅନୁସାରେ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ରେଡ୍ କରାଯାଇଥିବା କୁହାଯାଉଛି । ରେଡ୍ ସମୟରେ ସିବିଆଇ ଅଧିକାରୀଙ୍କ ସହିତ ବିଷ୍ଣୁପଦ ସେଠୀଙ୍କ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ବିଷ୍ଣୁପଦଙ୍କ କହିବାନୁଯାୟୀ, କୌଣସି ଏତଲା ନ ଥାଇ ବିନା କାରଣରେ ତାଙ୍କ ଘରେ ସିବିଆଇ ରେଡ୍ କରିଛି । ୩୦ ବର୍ଷ ହେବ ସ୍ଵଚ୍ଛତାର ସହ କାମ କରୁଛି ତଥାବି ମତେ ହାରାସ୍ କରାଯାଉଛି ବୋଲି ବିଷ୍ଣୁ ଅଭିଯୋଗ କରିଛନ୍ତି । ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଲିମିଟେଡର ଗୋଷ୍ଠୀ ମହାପ୍ରବନ୍ଧକ ଚଞ୍ଚଲ ମୁଖାର୍ଜୀଙ୍କ ସହତ କୌଣସି ଲିଙ୍କ ନାହିଁ । ଏପରିକି ସେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆଶଂକା କରିଛନ୍ତି । ତାଙ୍କ ପତ୍ନୀଙ୍କ ଉପରେ ମଧ୍ଯ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ବିଷ୍ଣୁପଦ ଏକଥା ମଦ୍ୟ କହିଛନ୍ତି ଯେ, କଲେଜକୁ ଯାଇ ଝିଅକୁ ମଧ୍ୟ ହାରାସ କରାଯାଇଛି ବିଭିନ୍ନ ସମୟରେ ପରିବାରକୁ ଧମକ ଦିଆଯାଉଛି । ଆମେ ନିଃସହାୟ ।

ପୂର୍ବରୁ ବ୍ରିଜ୍ ଆଣ୍ଡ ରୁଫ୍ ଲାଞ୍ଚ ମାମଲାରେ ଆଗରୁ କମ୍ପାନୀର ଚଞ୍ଚଳ ମୁଖାର୍ଜୀଙ୍କ ସମେତ ଦୁଇ ଠିକାଦାର ଓ ୩ ଜଣଙ୍କୁ ସିବିଆଇ ପକ୍ଷରୁ ଗିରଫ  କରାଯାଇଥିଲା। ପରେ ସେମାନେ ଜାମିନ ପାଇଁ ଆବେଦନ କରିଥିଲେ । ଏହି ମାମଲାରେ ଆଗରୁ ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇଥିଲେ ଏବଂ ତାଙ୍କୁ ଜେରା କରାଯାଇଥିଲା। ଆଜି ବିଷ୍ଣୁପଦଙ୍କ ଭୋଗରାଇ ବ୍ଳକ୍ ସ୍ଥିତ ନରସଂହପୁର ଅଞ୍ଚଳରେ ଥିବା ପୈତୃକ ବାସଭବନରେ ୩ ଜଣିଆ ସିବିଆଇ ଟିମ ଚଢାଉ କରିଛନ୍ତି । ଛାନବିନ କରି ବିଭିନ୍ନ ତଥ୍ୟ ହାସଲ କରିଛନ୍ତି ସିବିଆଇ ଟିମ୍ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଷ୍ଣୁପଦ କହିଛନ୍ତି ଯେ, ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ । ମତେ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଛି । ମତେ ମାନସିକ ସ୍ତରରେ ହଇରାଣ କରାଯାଉଥିବା ସେ କହିଛନ୍ତି ।