କ୍ଷମା ପ୍ରାର୍ଥନା କଲା କିଟ୍, ଚିଠି ଜାରି କରି ଦେଲା ସୂଚନା
Advertisement
Article Detail0/zeeodisha/odisha2651071

କ୍ଷମା ପ୍ରାର୍ଥନା କଲା କିଟ୍, ଚିଠି ଜାରି କରି ଦେଲା ସୂଚନା

ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ  ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ ଆଜି କିଟ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି। 

କ୍ଷମା ପ୍ରାର୍ଥନା କଲା କିଟ୍, ଚିଠି ଜାରି କରି ଦେଲା ସୂଚନା

ଭୁବନେଶ୍ୱର: ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ  ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ ଆଜି କିଟ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି। 

ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖରେ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦରେ ରହିଛି କିଟ। ଛାତ୍ରୀଙ୍କ ମୃତ୍ୟୁ ପରେ ପଢୁଥିବା ନେପାଳୀ ଛାତ୍ରଛାତ୍ରୀମାନେ କଲେଜ ଆଗରେ ଆନ୍ଦୋଳନ କରିଥିଲେ। ମାତ୍ର କିଟ ପକ୍ଷରୁ ଏହି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହିତ ସୁରକ୍ଷା କର୍ମୀଙ୍କ ସହାୟତା ସେମାନଙ୍କୁ ଧକ୍କା ଦେଇ ହଷ୍ଟେଲରୁ ବାହାର କରିଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଦୃତ ବେଗରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିବାଦ ବଢୁଥିବା ଦେଖି କିଟ ପକ୍ଷରୁ ବିତାଡିତ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଥିଲା। 

ମାତ୍ର ଏହି ପ୍ରୟାସ ପରେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଥମିନଥିଲା। ଆଜି ମଙ୍ଗଳବାର କିଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ଏପରିକି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଯେଉ ସୁରକ୍ଷା କର୍ମୀମାନେ ମାଡ଼ ମାରିଥିଲେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହା ସହିତ ଦୁଇ ହଷ୍ଟେଲ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ମଧ୍ୟ କିଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ସହିତ ନେପାଳ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ମଧ୍ୟ ଖୋଲାଯିବା ସହିତ ଏକ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। 

ଏଠାରେ କହି ରଖୁ କି ଆଜି ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେବା ନେଇ ସୂଚନା ରହିଛି। ଶବ ବ୍ୟବଚ୍ଛେଦ ପୂର୍ବରୁ ଭୁବନେଶ୍ୱରର ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ । ଏନେଇ ମୃତକଙ୍କ ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସକାଳ ପ୍ରାୟ ୯ଟା ମଧ୍ୟରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ରବିବାର ଅପରାହ୍ଣରେ କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଏକ ରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ କ୍ୟାମ୍ପସରେ ଲାଗିରହିଥିଲା ହଙ୍ଗାମା । ଏବେ ବି କିଟ୍ କ୍ୟାମ୍ପସରେ ପୋଲିସ ମୁତୟନ ଅଛନ୍ତି ।

ସେପଟେ ଆଜି କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଛି କିଟ୍ ପ୍ରସଙ୍ଗ। ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଥିବାବେଳେ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା । ଏହି ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯିବା ପାଇଁ ମଧ୍ୟ ଦାବି ଉଠିଛି । ବିଜେପି ବିଧାୟକ ବାବୁ ସିଂହ ଅଚ୍ୟୁତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଛନ୍ତି ।