KIIT University Tragedy: ଗୋଟିଏ କ୍ଲିକ୍ ରେ ଜାଣନ୍ତୁ KIIT ଛାତ୍ରୀ ମୃତ୍ୟୁ ଘଟଣାର ପୂରା କାହାଣୀ...
Advertisement
Article Detail0/zeeodisha/odisha2651069

KIIT University Tragedy: ଗୋଟିଏ କ୍ଲିକ୍ ରେ ଜାଣନ୍ତୁ KIIT ଛାତ୍ରୀ ମୃତ୍ୟୁ ଘଟଣାର ପୂରା କାହାଣୀ...

KIIT University Tragedy: ଅପନା ଅପନା ସାମାନ୍ ପ୍ୟାକ୍ କରୋ ଔର ୟହାଁ ସେ ନିକଲୋ। ଆଉ ଏହାପରେ କଲେଜର ଦୁଇଟି ବସରେ ପିଲାଙ୍କୁ ନେଇ କଟକ ରେଲୱେ ଷ୍ଟେସନରେ ଛାଡିଦିଆଯାଇଥିଲା। କେବଳ ଏତିକି ନୁହେଁ ସୁରକ୍ଷାକର୍ମୀ ମାନେ ମଧ୍ୟ ଛାତ୍ରଙ୍କୁ ମାରପିଟ୍ ସହ ଧସ୍ତାଧସ୍ତିର ଭିଡିଓ ଓ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। 

 

KIIT University Tragedy: ଗୋଟିଏ କ୍ଲିକ୍ ରେ ଜାଣନ୍ତୁ KIIT ଛାତ୍ରୀ ମୃତ୍ୟୁ ଘଟଣାର ପୂରା କାହାଣୀ...

KIIT University Tragedy: କିଟ୍ ବିଶ୍ବବିଦ୍ୟାଳୟରେ ବି-ଟେକ୍ ଦ୍ବିତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ବାପା ଆଜି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉଚ୍ଚଶିକ୍ଷା ପାଇଁ ଝିଅକୁ ଏତେଦୂର ପଠାଇଥିଲୁ ହେଲେ ଏମିତି ଘଟିବ ବୋଲି କେବେ ଭାବିନଥିଲି। ମୋ ଝିଅ ତ ଆଉ ନାହିଁ ହେଲେ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଏପରି ନହେଉ। ଏବେ ଆମେ ନ୍ୟାୟ ଚାହୁଁଛୁ। ମୋ ଝିଅ ଚାଲିଗଲା ହେଲେ ମୁଁ ଯେତେବେଳେ ଭିଡିଓ ଦେଖିଲି ମୋତେ ବହୁତ ଦୁଃଖ ଲାଗିଲା କି ଅନ୍ୟ ପିଲାଙ୍କୁ ବହୁତ ନିର୍ଯାତନା ଦିଆଯାଇ କ୍ୟାମ୍ପସରୁ କଢାଯାଇଛି। ତେବେ ଆସନ୍ତୁ ଜାଣିବା ପୂରା ଘଟଣା କ୍ରମ କଣ? 

ରବିବାର ଅପରାହ୍ଣ ୪ ଟାରୁ ୫ଟା । ଘଟଣା ଥିଲା ୧୬ ଫେବୃଆରୀ ୨୦୨୫ । ସୂଚନା ମିଳିଥିଲା ଯେ କିଟ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ନମ୍ବର ୬ର କୁଇନ୍ସ ହଷ୍ଟେଲ ରୁମ୍ ନମ୍ବର ୧୮ରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ହେଲେ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରଛାତ୍ରୀ ମୃତଦେହ ଦେଖିବାକୁ ଚାହିଁଥିଲେ। ହେଲେ ନେପାଳୀ ଛାତ୍ରୀଙ୍କ ମତଦେହ ନଦେଖେଇବାରୁ ରବିବାର ସନ୍ଧ୍ୟାରୁ ରାତି ଯାଏଁ ଦେଖାଦେଇଥିଲା ଉତ୍ତେଜନା ଓ ଅସନ୍ତୋଷ। ସ୍ଥିତି ଏତେ ଭୟଙ୍କର ହେଲା ଯେ, ନିଜେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜେ ଆସି ପିଲାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ହୋଇନଥିଲା ବରଂ ଆହୁରି ଘନେଇବାରେ ଲାଗିଥିଲା। 

ଆଉ ବିଦେଶୀ ଛାତ୍ରଛାତ୍ରୀଙ୍କୁ ନାଲି ଆଖି ଦେଖାଇ ବିଦା କରିବାକୁ ଲାଗିଥିଲେ କର୍ତ୍ତୃପକ୍ଷ । କିଛି ସମୟ ମଧ୍ୟରେ ନୋଟିସ ଆସିଲା ସାଇନ-ଏ-ଡାଏର । ଅନେକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। କର୍ତ୍ତୃପକ୍ଷ ମାନେ ଏକଥା ବି କହିଲେ କି ତମ ଦେଶର ଯେତିକି ବଜେଟ୍ ସେତିକି ଆମ ପୂରା କଲେଜର। ଅପନା ଅପନା ସାମାନ୍ ପ୍ୟାକ୍ କରୋ ଔର ୟହାଁ ସେ ନିକଲୋ। ଆଉ ଏହାପରେ କଲେଜର ଦୁଇଟି ବସରେ ପିଲାଙ୍କୁ ନେଇ କଟକ ରେଲୱେ ଷ୍ଟେସନରେ ଛାଡିଦିଆଯାଇଥିଲା। କେବଳ ଏତିକି ନୁହେଁ ସୁରକ୍ଷାକର୍ମୀ ମାନେ ମଧ୍ୟ ଛାତ୍ରଙ୍କୁ ମାରପିଟ୍ ସହ ଧସ୍ତାଧସ୍ତିର ଭିଡିଓ ଓ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। 

ହେଲେ ସବୁଠୁ ବଡ଼ କଥା ହେଲା ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ଛାତ୍ରୀ କୁଆଡେ ପୂର୍ବରୁ ମଧ୍ୟ ନିଜ ପ୍ରେମିକ ଙ୍କ ନାଁରେ ନିର୍ଯାତନା ଅଭିଯୋଗ ନେଇ ଚାରି ଚାରି ଥର ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାସନାଲ ରିଲେସନ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ପରେ ସେ ଆତ୍ମହତ୍ୟା କରିଥିଲେ। ଏ ଘଟଣା ପ୍ରଘଟ ହେବା ପରେ ଦେଖାଦେଇଥିଲା ଅଶାନ୍ତି। କିଛି ଘଣ୍ଟାର ଚାପ ପରେ ଉକ୍ତ ଅଭିଯୁକ୍ତ ପ୍ରେମିକକୁ ପୋଲିସ ଏୟାରପୋର୍ଟରୁ ଗିରଫ କରିଥିଲା। ଯାହାର ଫଟୋ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାପରେ କେବଳ ଓଡ଼ିଶାରେ କଥା ସୀମିତ ରହିଲା ନାହିଁ ନେପାଳ ଛାତ୍ରୀଙ୍କ ମୃତ୍ୟୁ ସହ ଅନ୍ୟ ନେପାଳମୋ ଝିଅ ତ ଚାଲିଗଲା...କଲେଜ ଯାହା କଲା କିଛି ଠିକ୍ କଲାନି ମାଗି ନିଜ ଛେପ ନିଜେ ଢୋକି ପୁଣିଥରେ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ନିବେଦନ କରିଛନ୍ତି। 

ଆଉ ଆଜି ଅର୍ଥାତ୍, ୧୮ଫେବୃଆରୀ ୨୦୨୫ ରେ ନେପାଳୀ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରିବାକୁ କୁହାଯିବା ସହ ଛାତ୍ରୀ ପରିବାର ବର୍ଗ ମଧ୍ୟ ପହଞ୍ଚିଛନ୍ତି। ନେପାଳୀ ଛାତ୍ରୀଙ୍କ ବାପା କହିଛନ୍ତି ଯେ, ମୋ ଝିଅ ତ ଚାଲିଗଲା...କଲେଜ ଯାହା କଲା କିଛି ଠିକ୍ କଲାନି । ପିଲାଙ୍କୁ ଯେପରି ନିର୍ଯାତନା ଦିଆଯାଇଛି ତାହା କରିବା ଉଚିତ୍ ନୁହେଁ। ଆମକୁ ନ୍ୟାୟ ଦରକାର।

Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ

Also Read: KIIT University Tragedy: 'ମୋ ଝିଅ ତ ଚାଲିଗଲା...ହେଲେ ଏମିତି କାଣ୍ଡ ଆଉ କାହାସହ ନହେଉ'