Terrible Bus Accident: ଭୟଙ୍କର ବସ୍ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଓଲଟିଲା ବସ୍, ୫ ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha2650970

Terrible Bus Accident: ଭୟଙ୍କର ବସ୍ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଓଲଟିଲା ବସ୍, ୫ ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

Terrible Bus Accident:  ଯାତ୍ରୀମାନେ ନିଜେ ପୋଲିସ କଣ୍ଟ୍ରୋଲ ରୁମକୁ ଡାକି ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଫୋର୍ସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କ ସାହାଯ୍ୟରେ ଲୋକଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ବାହାର କରି ଡାକ୍ତରଖାନା ନିଆଯାଇଥିଲା।

 Terrible Bus Accident: ଭୟଙ୍କର ବସ୍ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଓଲଟିଲା ବସ୍, ୫ ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି
Terrible Bus Accident: ପଞ୍ଜାବର ଫରିଦକୋଟ ଜିଲ୍ଲାର ଫରିଦକୋଟ-କୋଟକାପୁରା ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ବସ୍ ଏବଂ ଟ୍ରକ୍ ଧକ୍କା ହୋଇ ରେଲିଂ ଭାଙ୍ଗି କେନାଲରେ ପଡିଯାଇଥିଲା। ଯାତ୍ରୀ ଭରା ବସ୍ ଡ୍ରେନ୍‌ରେ ପଡ଼ିବା ପରେ ବସଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡିଥିଲା।
 
ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପୋଲିସ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ସେପଟେ ଆହତଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଆମ୍ବୁଲାନ୍ସ ଏବଂ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରିଦକୋଟ ଏସଏସପି ଡକ୍ଟର ପ୍ରୟାଗ ଜୈନ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଆହତମାନେ ବିପଦ ସଙ୍କୁଳ ଅବସ୍ଥାରୁ ବାହାରେ ଥିବା ସୂଚନା ଦେଇଛନ୍ତି।
 
ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ହାଇ-ସ୍ପିଡ୍:
ଏସଏସପି ଡକ୍ଟର ପ୍ରୟାଗ ଜୈନ କହିଛନ୍ତି ଯେ ବର୍ତ୍ତମାନ ଆହତ ରୋଗୀଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଆଯାଉଛି। ଦୁର୍ଘଟଣାର କାରଣ ଜଣାପଡିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାର କାରଣ କୌଣସି ବୈଷୟିକ ତ୍ରୁଟି ଥିଲା କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯିବ। ମଙ୍ଗଳବାର ସକାଳେ ଏକ ଘରୋଇ ବସ୍ ଅବୋହରରୁ ଶ୍ରୀ ଅମୃତସର ସାହିବ ଯିବାକୁ ବାହାରିଥିଲା। କୋଟକାପୁରାରୁ ଫରିଦକୋଟକୁ ଆସୁଥିବା ବେଳେ ଆଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇ କେନାଲକୁ ଖସି ପଡ଼ିଥିଲା।
 
ଏହି ଧକ୍କା ଏତେ ବୟଙ୍କର ଥିଲା ଯେ ସବୁକିଛି ଅସନ୍ତୁଳିତ ହୋଇ କେନାଲରେ ପଡିଯାଇଥିଲା। ସକାଳେ ହାଲୁକା କୁହୁଡି ଥିବା ସହ ବସର ଗତି ଦୃତ ଥିବାରୁ ଏହି ଦୁର୍ଘଟଣାଟି ଘଟିଥିବା କୁହାଯାଉଛି। ଲୋକଙ୍କ ଚିତ୍କାର ଶୁଣି  ସ୍ଥାନୀୟ ଲୋକେ ଏକତ୍ରିତ ହୋଇଥିଲେ। ଯାତ୍ରୀମାନେ ନିଜେ ପୋଲିସ କଣ୍ଟ୍ରୋଲ ରୁମକୁ ଡାକି ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଫୋର୍ସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କ ସାହାଯ୍ୟରେ ଲୋକଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ବାହାର କରି ଡାକ୍ତରଖାନା ନିଆଯାଇଥିଲା।
 
ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଥିଲେ:
ଏସଏସପି ଜୈନ୍ କହିଛନ୍ତି ଯେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡିସି ଭିନିତ୍ କୁମାର, ଏଡିସି ଓଜସ୍ୱା ଅଳଙ୍କାର, ଏସଡିଏମ ବରୁଣ କୁମାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛଥିଲେ। ବସ୍‌ରେ ପ୍ରାୟ ୩୫ ଜଣ ଲୋକ ଥିଲେ, ସେଥିମଧ୍ୟରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଗୁରୁ ଗୋବିନ୍ଦ ସିଂ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା କରାଯାଉଛି।