Weather Update : ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରଭାବ, ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ସତର୍କତା
Advertisement
Article Detail0/zeeodisha/odisha1216694

Weather Update : ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରଭାବ, ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ସତର୍କତା


ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ରଜରେ ମୌସୁମୀ ବର୍ଷା ହୋଇପାରେ। ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଓଡିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ସୋମବାର ୧୦ ଦିଲ୍ଲାରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

ପ୍ରତିକାତ୍ମକ ଫଟୋ

Weather Update : ରାଜ୍ୟରେ ପ୍ରାକ ମୌସୁମୀ ପ୍ରଭାବ ଦେଖାଦେଲାଣି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ରଜରେ ମୌସୁମୀ ବର୍ଷା ହୋଇପାରେ। ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଓଡିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ସୋମବାର ୧୦ ଦିଲ୍ଲାରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

ପାଣିପାଗ ବିଭାଗର ସୂଚନାନୁସାରେ, ରଜ ପୂର୍ବରୁ ରାଜ୍ୟରେ ମୌସୁମୀ ଆସିବାର ସମ୍ଭାବନା ଅଛି। ଆଗାମୀ ତିନି ଦିନ ମଧ୍ୟରେ ଓଡିଶାରେ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଛୁଇଁପାରେ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ଆଶଙ୍କା ଅଛି। 

Also Read: Weather Update : IMDର ପୂର୍ବାନୁମାନରେ ପରିବର୍ତ୍ତନ, ଏହି ସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ରବିବାର ସକାଳ ସାଢେ ଆଠଟାରୁ ସୋମବାର ସକାଳ ସାଢେ ଆଠଟା ସୁଦ୍ଧା ୧୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି। କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, କନ୍ଧମାଳ, ବଲାଙ୍ଗିର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ସହ ବଜ୍ରପାତ ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ସୋମବାର ସକାଳ ସାଢେ ଆଠଟାରୁ ମଙ୍ଗଳବାର (୧୪ ଜୁନ) ସକାଳ ସାଢେ ଆଠଟା ଯାଏଁ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଝଡବର୍ଷା ହେବା ସମ୍ଭାବନା ଅଛି।

 

ମଙ୍ଗଳବାର ସକାଳ ସାଢେ ଆଠଟାରୁ ବୁଧବାର (ଜୁନ ୧୫) ସକାଳ ସାଢେ ଆଠଟା ସୁଦ୍ଧା କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଝଡବର୍ଷା ହୋଇପାରେ। ଏକ ସମାନ୍ତରଳ ରେଖାରେ ୧୧ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବ। ବୁଧବାର ସକାଳ ସାଢେ ଆଠଟାରୁ ଗୁରୁବାର (ଜୁନ ୧୬) ସକାଳ ଆଠଟା ମଧ୍ୟରେ ଓଡିଶାର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ହେବ। ପଞ୍ଚିମ ଓଡିଶାର କିଛି ଜିଲ୍ଲାକୁ ଛାଡିଦେଲେ ପୁରା ରାଜ୍ୟ ଭିଜିବ। ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର, ଦେବଗଡ ଓ ଝାରସୁଗୁଡାକୁ ବାଦ ଦେଲେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି।