ମାତ୍ର ୨୬ ଟଙ୍କାରେ ବୁଲନ୍ତୁ ଥାଇଲ୍ୟାଣ୍ଡ ଓ ସିଙ୍ଗାପୁର; ଖୁବ ଶୀଘ୍ର ଶେଷ ହାବକୁ ଯାଉଛି ଅଫର
Advertisement
Article Detail0/zeeodisha/odisha1251759

ମାତ୍ର ୨୬ ଟଙ୍କାରେ ବୁଲନ୍ତୁ ଥାଇଲ୍ୟାଣ୍ଡ ଓ ସିଙ୍ଗାପୁର; ଖୁବ ଶୀଘ୍ର ଶେଷ ହାବକୁ ଯାଉଛି ଅଫର

VietJet Air: ଭିଏତଜେଟ୍ ଗୋଲ୍ଡେନ୍ ୱିକ ଅଧୀନରେ ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଏକ ଧମାକାଦାର ଅଫର ଦେଇଛି । କମ୍ପାନୀ ଅନେକ ଏସୀୟ ଦେଶକୁ ମାତ୍ର ୨୬ ଟଙ୍କାରେ ଟିକେଟ୍ ଦେଉଛି । ଅବଶ୍ୟ, ଏହି ଅଫରଟି ଏକ ସୀମିତ ସମୟ ପାଇଁ ଓ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଯଦି କେହି ଆପଣଙ୍କୁ କୁହନ୍ତି ଯେ ଆପଣ ୨୬ ଟଙ୍କାରେ ବିମାନ ଟିକେଟ୍ ସହିତ ବିଦେଶ ଯାତ୍ରା କରିପାରିବେ, ତେବେ ଆପଣ ଏହା ବିଶ୍ୱାସ କରିବେ କି? ବୋଧହୁଏ ନାଁ' । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଭିଏତନାମର ଏୟାରଲାଇନ୍ସ ଭିଏତଜେଟ୍ ଏକ ଅଫର ଆଣିଛି, ଯେଉଁଥିରେ ଆପଣ ୭,୭୦୦ ଭିଏତନାମ ଡଙ୍ଗରେ ଘରୋଇ ତଥା ଆନ୍ତର୍ଜାତୀୟ ବିମାନରେ ଟିକେଟ ବୁକ୍ କରିପାରିବେ ।

ଭିଏତନାମର ମୁଦ୍ରା ଭାରତ ତୁଳନାରେ ଦୁର୍ବଳ, ତେଣୁ ୭,୭୦୦ ଭିଏତନାମ ଡଙ୍ଗ ଆମ ମୁଦ୍ରାରେ ପାଖାପାଖି ୨୬ ଟଙ୍କା । ଚାଇନିଜ୍ ଭାଲେଣ୍ଟାଇନ୍ସ ଡେ ଭାବରେ ପାଳନ କରାଯାଉଥିବା ଡବଲ୍ ୭ ଫେଷ୍ଟିଭାଲ୍ ଅବସରରେ ଭିଏତ ଜେଟ୍ ଏହି ଅଫର ଆଣିଛି । କହିରଖୁଛୁ ଯେ ଏହି ଅଫର ଅନ୍ତର୍ଗତ ବୁକିଂର ଶେଷ ଦିନ ହେଉଛି ଜୁଲାଇ ୧୩ । ଏହି ବୁକିଂ ୭ ଜୁଲାଇରୁ ଆରମ୍ଭ ହୋଇଥିଲା । କହିରଖୁଛୁ ଯେ ଗୋଲ୍ଡେନ୍ ୱିକ ଅଧୀନରେ କମ୍ପାନୀ ପ୍ରମୋସନାଲ୍ ଟିକେଟ୍ ଦେଉଛି ।

ଯାତ୍ରୀମାନେ ଜୁଲାଇ ୧୩ ପର୍ଯ୍ୟନ୍ତ ଟିକେଟ୍ ବୁକ୍ କରିପାରିବେ । ଏହି ଟିକେଟ୍ ଗୁଡିକ ୧୫ ଅଗଷ୍ଟ ୨୦୧୨ ରୁ ୨୬ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୁକ୍ ହେବ । ମନେରଖନ୍ତୁ ଯେ ଏହା ଜାତୀୟ ଛୁଟିଦିନ ଅନ୍ତର୍ଭୂକ୍ତ କରେ ନାହିଁ । ଆପଣ ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ମାର୍ଗରେ ଟିକେଟ୍ ବୁକ୍ କରିପାରିବେ । ଭିଏତଜେଟ୍ ଭିଏତନାମ ଓ ଭାରତ ମଧ୍ୟରେ ଚାରୋଟି ସେବା ଚଳାଇଥାଏ, ଯେପରିକି ନୂଆଦିଲ୍ଲୀ / ମୁମ୍ବାଇ-ହାନୋଇ ଓ ନୂଆଦିଲ୍ଲୀ / ମୁମ୍ବାଇ-ହୋ ଚି ମିନି ସିଟି । ଏହି ରୁଟଗୁଡିକରେ ପ୍ରତି ସପ୍ତାହରେ ୩-୪ ଟି ବିମାନ ଚଳାଚଳ କରିଥାଏ । 

କେଉଁଠାରେ କିଣିବେ ଟିକେଟ୍ 
କହିରଖୁଛୁ ଯେ ଭିଏତଜେଟର ୱେବସାଇଟ୍ www.vietjetair.com ଭିଜିଟ୍ କରି ଆପଣ ଏହି ଟିକେଟ୍ କିଣି ପାରିବେ । ଏହା ବ୍ୟତୀତ ଭିଏତଜେଟ୍ ଏୟାରର ମୋବାଇଲ୍ ଆପ୍ କିମ୍ବା ବେସବୁକ୍ (www.facebook.com/vietjetvietnam) ର ବୁକିଂ ବିଭାଗ ଭିଜିଟ କରି ଟିକେଟ୍ ମଧ୍ୟ କିଣି ପାରିବେ ।

ଏହା ବି ପଢ଼ନ୍ତୁ: ଆଶ୍ଚର୍ଯ୍ୟ ହେଲେ ବି ସତ! ୧୦ ମାସର ଶିଶୁକନ୍ୟାକୁ ମିଳିଲା ରେଳବିଭାଗରେ ଚାକିରୀ

ଏହା ବି ପଢ଼ନ୍ତୁ: ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ବିକ୍ଷୋଭକାରୀଙ୍କ ହାତରେ ଲାଗିଲା ୧୫ ମିଲିୟନ ନଗଦ ଟଙ୍କା