ମିଳିଲା କଟା ଗୋଡର ଶରୀର, ଡ୍ରେନ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha1193713

ମିଳିଲା କଟା ଗୋଡର ଶରୀର, ଡ୍ରେନ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର

ସୁକିନ୍ଦା ଥାନା (Sukinda Police) ଅନ୍ତର୍ଗତ ମଙ୍ଗଳପୁର ଛକ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ ଭିତରୁ ଜଣେ ପୁରୁଷଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରୁ ଖାଲି ବ୍ୟାଗ, ଏଟିଏମ୍ କାର୍ଡ ମଧ୍ୟ ଉଦ୍ଧାର ହୋଇଛି।

ମିଳିଲା କଟା ଗୋଡର ଶରୀର, ଡ୍ରେନ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର

ଯାଜପୁର: ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ। ଡ୍ରେନ୍ ଭିତରୁ ଜଣେ ପୁରୁଷଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ରାସ୍ତା କଡ଼ରୁ ମଣିଷର କଟା ଗୋଡ ଉଦ୍ଧାର ହେବର ଦୁଇ ଦିନ ପରେ ସୋମବାର ଏହି ମାମଲା ସାମନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୁକିନ୍ଦା ଥାନା (Sukinda Police) ଅନ୍ତର୍ଗତ ମଙ୍ଗଳପୁର ଛକ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ ଭିତରୁ ଜଣେ ପୁରୁଷଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରୁ ଖାଲି ବ୍ୟାଗ, ଏଟିଏମ୍ କାର୍ଡ ମଧ୍ୟ ଉଦ୍ଧାର ହୋଇଛି। ରବିବାର ସନ୍ଧ୍ୟାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକେ ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। 

Also Read:  Odisha Road Safety: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସଡ଼କ ଦୁର୍ଘଟଣା ମାମଲାର ଅଡିଟ୍ କରିବେ କେନ୍ଦ୍ରୀୟ ଟିମ

 

ସୋମବାର ସକାଳୁ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଦମକଳ ବାହିନୀର କର୍ମଚାରୀ ଓ ସାଇଣ୍ଟଫିକ ଉପସ୍ଥିତରେ ଜେସିବି ମେସିନ ସାହାଯ୍ୟରେ ଡ୍ରେନ ସ୍ଲାପ ଉଠାଯାଇ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହର ଗୋଟିଏ ଗୋଡ଼ ନଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ସ୍ଥାନୀୟ ଅଂଚଳରୁ ଉଦ୍ଧାର ହୋଇଥିବା କଟା ଗୋଡ଼ଟି ଏହି ମୃତଦେହର ହୋଇଥିବା ଅନୁମାନ କରାଯାଉଛି। ଏହାର ଅଧିକ ଯାଞ୍ଚ କରିବା ପରେ ଘଟଣା ସ୍ପଷ୍ଟ ହେବ। 

ଉଦ୍ଧାର ହୋଇଥିବା ମୃତଦେହଟି ଜଣେ ମାନସିକ ଭିନ୍ନକ୍ଷମଙ୍କର ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଏହି ବ୍ୟକ୍ତି ଜଣକ ଡ୍ରେନ ଭିତରେ ଦୀର୍ଘ ଦିନ ହେଲା ମୃତ୍ୟୁ ବରଣ କରିଛନ୍ତି ଏବଂ କୌଣସି ବନ୍ୟ ଜନ୍ତୁ ତାଙ୍କ ଗୋଡକୁ କାମୁଡି ବାହାରକୁ ନେଇଥିବା ଅନୁମାନ କରାଯାଉଛି। ତେବେ ଏହି ବ୍ୟକ୍ତିଙ୍କ ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ଉଭୟ ସୁକିନ୍ଦା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛନ୍ତି।