Crime News: ରାସ୍ତାରୁ ହଟିବାକୁ କହିବା ହେଲା କାଳ, ଚାଲିଗଲା ଛାତ୍ରଙ୍କ ଜୀବନ
Advertisement
Article Detail0/zeeodisha/odisha1512015

Crime News: ରାସ୍ତାରୁ ହଟିବାକୁ କହିବା ହେଲା କାଳ, ଚାଲିଗଲା ଛାତ୍ରଙ୍କ ଜୀବନ

Engineering Student Murder Case: ଗତ ୩୧ ଡିସେମ୍ବରରେ ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଜଣେ ଛାତ୍ରଙ୍କ ହତ୍ୟା କରାଯାଇଥିଲା। ପୋଲିସ ଏହି ହତ୍ୟାକାଣ୍ଡ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତ ଏହି ଘଟଣାର ପର୍ଦ୍ଦାଫାଶ ପୋଲିସ ଆଗରେ କରିଛନ୍ତି।  

Crime News: ରାସ୍ତାରୁ ହଟିବାକୁ କହିବା ହେଲା କାଳ, ଚାଲିଗଲା ଛାତ୍ରଙ୍କ ଜୀବନ

Indore Murder Case: ସାମାନ୍ୟ ଯୁକ୍ତିତର୍କକୁ ନେଇ ଚାଲିଯାଇଛି ଜଣେ ଛାତ୍ରଙ୍କ ଜୀବନ। ଏହି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ରହିଥିବା ଜଣାପଡି଼ଛି। ଅଟନ୍ତି। ଗିରଫ ହୋଇଥିବା ଅନ୍ୟ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗୋଟିଏ କ୍ୟାଫେ ଠାରେ କାମ କରୁଥିବା ବେଳେ ଜଣଙ୍କ ଅଭ୍ୟାସଗତ ଅପରାଧୀ ବୋଲି ଜଣାରପଡ଼ିଛି। ସମସ୍ତ ଅଭିଯୁକ୍ତ ମଧ୍ୟ ପ୍ରଦେଶ ଇନ୍ଦୋର ଜିଲ୍ଲାର ଦ୍ୱାରକାପୁରୀ ଏବଂ ରାଜେନ୍ଦ୍ରନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ଗତ ୩୧ ଡିସେମ୍ବରରେ ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଜଣେ ଛାତ୍ରଙ୍କ ହତ୍ୟା କରାଯାଇଥିଲା। ପୋଲିସ ଏହି ହତ୍ୟାକାଣ୍ଡ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତ ଏହି ଘଟଣାର ପର୍ଦ୍ଦାଫାଶ ପୋଲିସ ଆଗରେ କରିଛନ୍ତି।  

ଏନେଇ ସେମାନେ କହିଛନ୍ତି ଆମେ ସମସ୍ତେ ଏକ ଗାଡି଼ରେ ବସି ଭୱଁରକୁଆଁ ଠାରେ ପହଞ୍ଚିଥିଲୁ ସମସ୍ତେ ସେଠାରେ କିଛି ଖାଇବା ପରେ ସେମାନେ ବୁଲାବୁଲି କରିଥିଲୁ। ହେଲେ ଯେତେବେଳେ ଆମେ ସେଠାରେ ବୁଲାବୁଲି କରୁଥିଲୁ ସେତେବେଳେ ମୃତକ ଛାତ୍ର ଆୟୁଷ ଗୁପ୍ତା ଆସି ପହଞ୍ଚିଥିଲେ। ସେ ହର୍ଣ୍ଣା ବଜାଇବା ସହ ଆମକୁ ସାମ୍ନାରୁ ହଟିଯିବାକୁ କହିଥିଲେ। ହେଲେ ଏହି କଥା ରାଗିଯାଇ ଜଣେ ନାବାଳକ ଆୟୁଷଙ୍କୁ ଅପଶବ୍ଦ କହି ଦେଇଥିଲା। ଏହା ପରେ ଆୟୁଷ ମଧ୍ୟ ସେମାନଙ୍କୁ ଜବାବ ଦେଇ ଆଗକୁ ବଢିଥଲେ। 

ହେଲେ ଅପଶବ୍ଦ କହିଥିବା ସେହି ନାବାଳକ ମଧ୍ୟ ଆୟୁଷଙ୍କ ପଛରେ ଦୌଡ଼ିବାରେ ଲାଗିଥିଲା ଏବଂ ତାହାର ଅନ୍ୟ ସାଙ୍ଗ ମଧ୍ୟ ତାଙ୍କ ପଛରେ ଦୌଡ଼ିଥିଲେ। ଆଗକୁ ଯାଇ ସେହି ନାବାଳିକା ଜଣଙ୍କ ଆୟୁଷଙ୍କ ବାଇକ୍ ଧରି ନେଇଥିଲା। ଗାଡ଼ି ଅଟକିବା ପରେ ଆୟୁଷ ତାକୁ ଏକ ମୁଥ ମାରି ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ଛୁରୀ ବାହାର କରି ଆୟୁଷଙ୍କ ଗଳାକୁ କାଟି ଦେଇଥିଲା। ଏହି ଘଟଣା ପରେ ଆୟୁଷଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଏହି ଘଟଣାାରେ  ପୋଲିସ ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ସାହାଯ୍ୟରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା। ପୋଲିସ ଜାଣିବାକୁ ପାଇଲା ଯେଉଁଠାରେ ଏହି ହତ୍ୟାକାଣ୍ଡ ହୋଇଥିଲା ସେଠାରେ ଅଭିଯୁକ୍ତ ତାଙ୍କ ବାଇକ ଛାଡି ପଳାଇ ଯାଇଥିଲେ। ଏହା ପରେ ପୋଲିସ ସେମାନଙ୍କ ବାଇକ୍ ନମ୍ବର ଆଧାରରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା।

ଏହି ହତ୍ୟା ମାମଲାରେ ପୋଲିସ ଆସ୍ଥା ପ୍ୟାଲେସ ଅଞ୍ଚଳର ନିଲେଶ ଖଣ୍ଡେ, ସୂର୍ଯ୍ୟଦେବ ନଗରର ଚିରାଗ ଗୋପନେ ଏବଂ ବିବେକ ଚୌହାନଙ୍କ ବ୍ୟତୀତ ସୁଦାମା ନଗର, ବ୍ୟାଙ୍କ କଲୋନୀ ଏବଂ ରେଭିନ୍ୟୁ କଲୋନୀ ଠାରେ ରହୁଥିବା ତିନି ନାବାଳକଙ୍କୁ ଗିରଫ କରିଛି। ପୋଲିସ କହିବା ଅନୁସାରେ ନାବାଳିକା ଆୟୁଷଙ୍କ ପଛରେ ଦୌଡ଼ି ଆସି ତାଙ୍କୁ ଧରି ନେଇଥିଲା। ଏହା ପରେ ଚିରାଗ ଛୁରୀରେ ଆୟୁଷଙ୍କୁ ହତ୍ୟା କରିଥିଲା।

ଚିରାଗ ଗୋପାନେ ଅପରାଧିକ ପ୍ରବୃତିର ହୋଇଥିବା ଜଣାପଡ଼ିଛି। ନାବାଳିକ ଅବସ୍ଥାରୁ ସେ ଅପରାଧ କରିଆସୁଛନ୍ତି। ସେ ଏକ ବଳାତ୍କାର ମାମଲାରେ ମଧ୍ୟ ଅଭିଯୁକ୍ତ। ଅନ୍ୟ ଜଣେ ଅଭିଯୁକ୍ତ ବିବେକ ଚୌହାନ ସୁଦାମା ନାଗର ଅଞ୍ଚଳର ଏକ କ୍ୟାଫେ ଠାରେ କାମ କରେ। ନୀଲେଶ ମଧ୍ୟ ଏକ ମାସ ପୂର୍ବରୁ ସେହି କ୍ୟାଫେ ଠାରେ କାମ କରୁଛି। ଅନ୍ୟ ତିନି ନାବାଳକଙ୍କ ମଧ୍ୟରୁ ଦୁଇ ଜଣ ଅଧ୍ୟୟନ କରୁଥିବା ଜଣାପଡ଼ିଛି।