Shraddha murder case: ପ୍ରେମିକାକୁ ୩୫ ଖଣ୍ତ କଲା ପ୍ରେମିକ, ସବୁ ଦିନ ରାତିରେ କରୁଥିଲା ଏମିତି କାମ
Advertisement
Article Detail0/zeeodisha/odisha1441181

Shraddha murder case: ପ୍ରେମିକାକୁ ୩୫ ଖଣ୍ତ କଲା ପ୍ରେମିକ, ସବୁ ଦିନ ରାତିରେ କରୁଥିଲା ଏମିତି କାମ


Shraddha murder case:  ପ୍ରେମିକାକୁ ହାଣି ୩୫ ଖଣ୍ଡ କରିଲା ପ୍ରେମିକ' ଏହି ଖବର ପ୍ରଚାର ହେଲାପରେ ଆରମ୍ଭ ହୋଇଛି । ଦିଲ୍ଲୀ ମେହେରୌଲି ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ସହ ମାମଲାର ଅଧିକ ତଦନ୍ତ କରିଛି । 

ସୌ: ସୋସିଆଲ ମିଡିଆ

Shraddha murder case, ନୂଆଦିଲ୍ଲୀ: ପ୍ରେମିକର ଜଘନ୍ୟ କାଣ୍ଡ । ପ୍ରଥମେ ଡେଟିଂ, ପରେ ଲିଭ୍ ଇନ୍ ଆଉ ତା ପରେ ପ୍ରେମିକା ଶରୀରକୁ ୩୫ ଖଣ୍ଡ କରି ଫୋପାଡ଼ି ଦେଲା ପ୍ରେମିକ । ବିବାହ କରିବାକୁ ଜିଦ୍ ଧରିବାରୁ ପ୍ରେମିକା ଶ୍ରଦ୍ଧା ବାକରକୁ ଖଣ୍ଡ ଖଣ୍ଡ କରି ହାଣି ଦେଲା ପ୍ରେମିକ ଅଫତାବ୍ ଅମିନ ପୁନାୱାଲା । ଶ୍ରଦ୍ଧାଙ୍କୁ ହତ୍ୟା ପରେ ମୃତଦେହକୁ ୩୫ ଖଣ୍ଡ କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅମିନ ଫୋପାଡ଼ିଥିବା ଜଣା ପଡ଼ିଛି । ସେପଟେ, ଶ୍ରଦ୍ଧାଙ୍କ ହତ୍ୟା ମାମଲାକୁ ଗୁରୁତର ସହ ନେଇ ଦିଲ୍ଲୀ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛି। ଏହା ସହ ଦିଲ୍ଲୀ ପୋଲିସକୁ ମଧ୍ୟ ଜବାବ ତଲବ କରିଛି।

ମୁମ୍ବାଇରେ ପ୍ରେମ, ଦିଲ୍ଲୀରେ ହତ୍ୟା । ପ୍ରେମ ପାଇଁ ଜୀବନ ଯାଇ ବି ପାରେ, ପ୍ରେମ ପାଇଁ କେହି ଜୀବନ ଦେଇ ବି ପାରେ । ଛଅ ମାସ ପରେ ଏମିତି ଏକ ଜଘନ୍ୟ କାଣ୍ଡର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୋଲିସ । ସୋମବାର ସକାଳେ କିଛି ଏମିତି ଏକ ଖବର ହଇଚଇ ସୃଷ୍ଟି କରିଥିଲା । 'ପ୍ରେମିକାକୁ ହାଣି ୩୫ ଖଣ୍ଡ କରିଲା ପ୍ରେମିକ' ଏହି ଖବର ପ୍ରଚାର ହେଲାପରେ ଆରମ୍ଭ ହୋଇଛି । ଦିଲ୍ଲୀ ମେହେରୌଲି ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ସହ ମାମଲାର ଅଧିକ ତଦନ୍ତ କରିଛି । ତେବେ ଅଭିଯୁକ୍ତ ବାରମ୍ବାର ବୟାନ ବଦଳାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Also Read: Student Death: ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଦିଲ୍ଲୀ ପୋଲିସର କହିବାନୁସାରେ, ମହାରାଷ୍ଟ୍ର ପାଲଘର ଅଧିବାସୀ ୨୬ ବର୍ଷୀୟ ଶ୍ରଦ୍ଧା ବାକର ସେଠାକାର ଏକ ମଲ୍ଟି ନ୍ୟାସନାଲ କମ୍ପାନୀର କଲ୍ ସେଣ୍ଟରେ କାର୍ଯ୍ୟରତ ଥିଲେ । ସେଠାରେ ସେ ୨୮ ବର୍ଷିୟ ଅଫତାବ ଅମିନ ପୁନାୱାଲାଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ ଶ୍ରଦ୍ଧାଙ୍କ ଘର ଲୋକେ ଅଫତାବ ଅନ୍ୟ ସଂପ୍ରଦାୟର ହୋଇଥିବାରୁ ପ୍ରେମ ସମ୍ପର୍କକୁ ସ୍ୱିକାର କରିପାରୁନଥିଲେ । ପରେ ଘର ଲୋକଙ୍କ ସହ ମନୋମାଳିନ୍ୟ ହେବାରୁ ଶ୍ରଦ୍ଧା ଓ ଅଫତାବ ଦିଲ୍ଲୀ ଚାଲିଆସିଥିଲେ । ଦିଲ୍ଲୀର ମେହେରୌଲିରେ ଉଭୟ ଏକ ପ୍ଲାଟ ନେଇ ଲିଭ ଇନରେ ରହୁଥିଲେ । ୨ ମାସ ପରେ ଉଭୟଙ୍କ ମଧ୍ୟରେ ଝଗଡା ଓ ମନୋମାଳିନ୍ୟ ଆରମ୍ଭ ହେଲା । ଯାହା ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିଲା ।

 

ପୋଲିସକୁ ଦେଇଥିବା ବୟାନରେ ଅଭିଯୁକ୍ତ ଅଫତାବ କହିଛି ଯେ, ଶ୍ରଦ୍ଧା ବିବାହ କରିବାକୁ ବାରମ୍ବାର ଜିଦ୍ ଧରି ବସୁଥିଲେ । ଆଉ ଏହି କଥାକୁ ସେ ପ୍ରତ୍ୟାଖାନ କରିଚାଲିଥିଲା । ମେ ୧୮ ତାରିଖରେ ବିବାହକୁ ନେଇ ଅଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଶେଷରେ ଅଫତାବ ଉତ୍ୟକ୍ତ ହୋଇ ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିଥିଲା । ପରେ ଏକ ଧାରୁଆ ଅସ୍ତ୍ରରେ ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରି ଏକ ଫ୍ରିଜରେ ସାଇତି ରଖିଥିଲା । ଆଉ ପ୍ରତିଦିନ ରାତି ୧ଟାରୁ ୨ଟା ମଧ୍ୟରେ ଫ୍ରିଜରୁ ଶ୍ରଦ୍ଧାଙ୍କ ଖଣ୍ଡ ଖଣ୍ଡ ଶରୀରକୁ ନିକଟସ୍ଥ ମେହରୌଲୁ ଜଙ୍ଗଲରେ ଫୋପାଡୁଥିଲେ । ୧୮ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଙ୍କ ଶରୀରକୁ ଜଙ୍ଗଲରେ ଫିଙ୍ଗିଥିବା ଜେରା ବେଳେ ଅଫତାବ କହିଛି।

ଶ୍ରଦ୍ଧା ଘର ଛାଡି ମୁମ୍ବାଇରୁ ଦିଲ୍ଲୀ ଆସିବା ପରେ ପରିବାର ଲୋକଙ୍କୁ କଥା ନ ହେଲେ ମଧ୍ୟ ସୋସିଆଲ ମିଡିଆରେ ନିଜର ଉପସ୍ଥିତିର ସୂଚନା ଦେଉଥିଲେ। କିନ୍ତୁ ହଠାତ ତାହା ବନ୍ଦ ହୋଇଗଲା । ହତ୍ୟାକାଣ୍ଡର କିଛି ମାସ ପରେ ଶ୍ରଦ୍ଧାଙ୍କ ସାଙ୍ଗମାନେ ପ୍ରଥମେ ସନ୍ଦେହ କରିଥିଲେ । କାରଣ ଶ୍ରଦ୍ଧା ସୋସିଆଲ ମିଡିଆରେ ସକ୍ରିୟ ନଥିଲେ । ସନ୍ଦେହ ହେବାରୁ ସେମାନେ ଶ୍ରଦ୍ଧାଙ୍କ ବାପା ମାଆଙ୍କୁ ଏକଥା ଜଣାଇଥିଲେ । ପରେ ସେ ଏନେଇ ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ । ଯାହାପରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣା ପଡିଥିଲା । ଗିରଫ ପରେ ଅଫତାବକୁ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିବା ସୂଚନା ମିଳିଛି ।

Also Read: Husband Cheats Wife: ରାତିରେ ସ୍ୱାମୀ କରୁଥିଲେ ଦେହ ବେପାର, ସ୍ତ୍ରୀ ନେଲେ ଏମିତି ପଦକ୍ଷେପ

ମୁମ୍ବାଇର ମାଣିକପୁର ଥାନାଧିକାରୀ ସମ୍ପଦ ପାଟିଲ କହିଛନ୍ତି ଯେ, ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଅଫତାବକୁ ଅନେକ ଥର ଥାନାକୁ ଡାକି ଜେରା କରାଯାଇଛି । କିନ୍ତୁ ପ୍ରତ୍ୟେକ ଥର ତାର ବୟାନ ବଦଳୁଥିଲା । ସେ କହିଥିଲା ଯେ, ଉଭୟେ ଦିଲ୍ଲୀରେ ଲିଭ୍ ଇନରେ ରହୁଥିଲେ । କୌଣସି କାରଣରୁ ଝଗଡା ହେବାରୁ ଶ୍ରଦ୍ଧା ଘର ଛାଡି ପଳାଇଥିବା ଅଫତାବ କହିଥିଲା । ଦୁଇମାସ ପର୍ଯ୍ୟନ୍ତ ଶ୍ରଦ୍ଧାଙ୍କ ମୋବାଇଲ ସୁଇଚଅଫ ଆସିବାରୁ ସନ୍ଦେହ ଦୃଢିଭୁତ ହୋଇଥିଲା । ପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଦିଲ୍ଲୀ ପୋଲିସକୁ ମାମଲା ହସ୍ତାନ୍ତର କରାଯାଇଛି। ଦିଲ୍ଲୀ ପୋଲିସ ବର୍ତ୍ତମାନ ତାହାର ତଦନ୍ତ ଚଳାଇଛି ।

ସେପଟେ, ଏହି ଲୋମ ହର୍ଷଣକାରୀ ମାମଲାକୁ ଦିଲ୍ଲୀ ମହିଳା କମିଶନ ଗୁରୁତର ସହ ନେଇଛି । ଶ୍ରଦ୍ଧା ହତ୍ୟାକାଣ୍ଡ ସହିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ପୋଲିସକୁ ନୋଟିସ ଦିଆଯାଇଛି । ସୂତ୍ରାନୁସାରେ, ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କୋଠରୀରେ ଅଫତାବ ସବୁଦିନ ଶୋଉ ଥିଲା ଆଉ ଫ୍ରିଜ ଖୋଲି ଶ୍ରଦ୍ଧାଙ୍କ ମୁହଁ ଦେଖୁଥିଲା। ଶ୍ରଦ୍ଧାଙ୍କ ସମ୍ପୂର୍ଣ୍ଣ ୩୫ ଖଣ୍ଡ ଅଙ୍ଗ ଫୋପାଡିଲା ପର ସେ ଫ୍ରିଜକୁ ସଫା କରିଥିଲା। ଅଫତାବର ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ଥିଲା ଓ ତାର କ୍ରାଇମ ରେକର୍ଡ ମଧ୍ୟ ରହିଛି । ସେ ଅପରାଧ ଘଟାଇବା ପୂର୍ବରୁ ଅନେକ କ୍ରାଇମ ଫିଲ୍ମ ଓ ସିରିଜ ଦେଖିଥିଲା । ପୋଲିସର ଜେରା ବେଳେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ଅଫତାବ ସ୍ୱିକାର କରିଛି । ସେମାନେ ରହୁଥିବା ଫ୍ଲାଟରୁ କିଛି ହାଡ ମିଳିଛି। ଶ୍ରଦ୍ଧାଙ୍କ ଅବଶିଷ୍ଟାଂଶକୁ ଉଦ୍ଧାର କରିବାକୁ ପୋଲିସ ପ୍ରୟାସ ଚଳାଇଛି । ଆଇପିସିର ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।