Animal Hunting: ବାରହା ଫାଶରେ ଚାଲିଗଲା ଯୁବକର ଜୀବନ, ଚାଲିଛି ଅବାଧ ଶିକାର
Advertisement
Article Detail0/zeeodisha/odisha1409256

Animal Hunting: ବାରହା ଫାଶରେ ଚାଲିଗଲା ଯୁବକର ଜୀବନ, ଚାଲିଛି ଅବାଧ ଶିକାର

କୋରାପୁଟ: କୋରାପୁଟ (Koraput) ଜିଲାରେ ଆଦିବାସୀମାନେ (Tribal ) ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ବିରଳ ପଶୁମାନଙ୍କୁ ଶିକାର (Animal Hunting) କରିବା ଫଳରେ ଜିଲାରୁ ବିରଳ ବନ୍ୟଜନ୍ତୁଙ୍କ (Forest Animal) ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏମିତିକି ପଶୁଙ୍କୁ ଶିକାର କରିବା ପାଇ ବିଦ୍ୟୁତ ତାର ଲଗାଇ ଶିକାର କରନ୍ତି। ପଶୁମାନେ ଖାଦ୍ୟ

Animal Hunting: ବାରହା ଫାଶରେ ଚାଲିଗଲା ଯୁବକର ଜୀବନ, ଚାଲିଛି ଅବାଧ ଶିକାର

Animal Hunting: କୋରାପୁଟ: କୋରାପୁଟ (Koraput) ଜିଲାରେ ଆଦିବାସୀମାନେ (Tribal ) ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ବିରଳ ପଶୁମାନଙ୍କୁ ଶିକାର (Animal Hunting) କରିବା ଫଳରେ ଜିଲାରୁ ବିରଳ ବନ୍ୟଜନ୍ତୁଙ୍କ (Forest Animal) ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏମିତିକି ପଶୁଙ୍କୁ ଶିକାର କରିବା ପାଇ ବିଦ୍ୟୁତ ତାର ଲଗାଇ ଶିକାର କରନ୍ତି। ପଶୁମାନେ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ବିଦ୍ୟୁତ ତାର ସସ୍ପର୍ଶରେ ଆସି ମତ୍ୟୁବରଣ କରନ୍ତି। ତାହାକୁ ଶିକାରୀ ନେଇଥାଏ। ଶିକାରୀର ଏପରି ଚାଲଣ ସାଧାରଣ ଜନତା ଜାଣି ପାରନ୍ତି ନାହିଁ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟବରଣ କରୁଛନ୍ତି। 

ଏପରି ଏକ ଦୃଶ୍ୟ କୋରାପୁଟ ଜିଲା ନନ୍ଦପୁର ଥାନା ମେଡିପୁଟ ଗ୍ରାମରେ ଦେଖିବାକ ମିଳିଛି । ବାରହା ଶୀକାର ପାଇ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ପଦୁ ଗୁଣ୍ଠା। ମେଡିପୁଟ ଗ୍ରାମର ୫ ଜଣ ଲୋକ ନିକଟସ୍ଥ ଜଙ୍ଗଲରେ ବାରା ଶୀକାର ପାଇଁ ବିଦ୍ୟୁତ ତାର ବିଛାଇ ଥିଲେ। ଯୁବକ ବିଦ୍ୟୁତ ତାର ସ୍ପର୍ଶରେ ଆସି ଜୀବନ ହାରିଥିଲେ। ଏପରି ଘଟଣା ଜିଲାରେ ବାରମ୍ବାର ଘଟୁଥିଲେ ବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରି କି ପରବ ନାମରେ ପଶୁ ଶୀକାର କରିବା ଫଳରେ ବିରଳ ପ୍ରଜାତିର ପଶୁମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ।  

ଏପରି ବାରମ୍ବାର ଘଟିବା ଫଳରେ କୋରାପୁଟ ଜିଲାର ଜଙ୍ଗଲରୁ ବିରଳ ପଶୁମାନେ ଲୋପ ପାଇ ଯିବାର ଆଶଙ୍କା ପ୍ରକାଶ ପାଇଛି । ଆଦିବାସୀମାନଙ୍କ ମଧ୍ୟରେ ସଚେତନତା ର ଅଭାବ ଯୋଗୁଁ ଏଭଳି ପରମ୍ପରା ଜାରି ରହିଛି । ଆଦିବାସୀଙ୍କୁ ଏଥିରୁ ବିରତ କରାଯିବା ପାଇଁ ପ୍ରଶାସନ ତରଫରୁ କୈଣସି ପଦକ୍ଷେପ ନିଆଯାଉ ନାହିଁ । କେତେକ ପ୍ରଶାସନ ଅଧିକାରୀ ଆଦିବାସୀଙ୍କ ପରମ୍ପରା ବୋଲି ଚୁପ ରହି ପଶୁ ଶୀକାରକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି। ଏ ନେଇ ପରିବେଶବିତ ତଥା ପଶୁପ୍ରେମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଆଦିବାସୀମାନେ ଶୀକାର କରୁଥିବା ପଶୁମାନଙ୍କ ଚମଡା ଓ ଶିଙ୍ଗ, ନଖ ଇତ୍ୟାଦିକୁ ବିକ୍ରୟ କରୁଥିବା ଜଣାଯାଇଛି। ଫଳରେ ଆଦିବାସୀମାନେ ବିନା ଭୟ ଓ ସଂକୋଚରେ ଶୀକାର କରି ଚାଲିଛନ୍ତି।

ଆଦିବାସୀମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଉଦ୍ୟମ ହେଉଥିଲେ ମଧ୍ୟ ପ୍ରଶାସନର ଏଥି ପ୍ରତି ନଜର ନାହିଁ । ୧୯୭୨ ବନ୍ୟ ପ୍ରାଣୀ ଶିକାର ନିଷେଧ ଆଇନ ଅନୁଯାୟୀ ବନ୍ୟ ଜନ୍ତୁ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ଆଦିବାସୀମାନେ ଅବଗତ ନୁହନ୍ତି।

ଅଧିକ ପଢନ୍ତୁ: Babar Azam IND vs PAK T20 World Cup 2022: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା