Odisha News: ଆଜି ପବିତ୍ର ବାରୁଣୀ, ବୈତରଣୀରେ ବୁଡ଼ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି
Advertisement
Article Detail0/zeeodisha/odisha1617068

Odisha News: ଆଜି ପବିତ୍ର ବାରୁଣୀ, ବୈତରଣୀରେ ବୁଡ଼ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି

Odisha News: ଆଜି ପବିତ୍ର ବାରୁଣୀ (Baruni Snana)। ଯାଜପୁର ଦଶାଶ୍ୱମେଧ ଘାଟ ପୁଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ (Baruni Snana) କରିଛନ୍ତି। ଏଥିସହିତ ବୈତରଣୀ ନଦୀକୂଳରେ (Baitarani River) ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ସେହିପରି,କେନ୍ଦୁଝର ଜିଲ୍ଲାରେ ମଧ୍ୟ ବାରୁଣୀ ସ୍ନାନ ପାଇଁ ଲୋକାରଣ୍ୟ ହୋଇପଡିଥିଲା ବୈତରଣୀ ନଦୀର ଝାଡେଶ୍ୱର ଘାଟ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

(କେନ୍ଦୁଝର,ଅଭୟ ମହାନ୍ତି) Odisha News: ଆଜି ପବିତ୍ର ବାରୁଣୀ (Baruni Snana)। ଯାଜପୁର ଦଶାଶ୍ୱମେଧ ଘାଟ ପୁଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ (Baruni Snana) କରିଛନ୍ତି। ଏଥିସହିତ ବୈତରଣୀ ନଦୀକୂଳରେ (Baitarani River) ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ(Holy Dip) ପାଇଁ ଜିଲ୍ଲା  ଓ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା (Baitarani River)ନଦୀର ଅନ୍ୟ ଏକ ରୂପ। ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ। ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ। ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି। 

ସେହିପରି କେନ୍ଦୁଝର ଜିଲ୍ଲାରେ ମଧ୍ୟ ବାରୁଣୀ ସ୍ନାନ ପାଇଁ ଲୋକାରଣ୍ୟ ହୋଇପଡିଥିଲା ବୈତରଣୀ ନଦୀର ଝାଡେଶ୍ୱର ଘାଟ । ଭୋର ସମୟରୁ ବୈତରଣୀ ରେ ସ୍ନାନ କରି ଝାଡେଶ୍ୱର ମହାଦେବ ଙ୍କୁ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁ। ଏହି ଅବସରରେ ଝାଡେଶ୍ୱର ପୀଠରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।  ବର୍ତ୍ତମାନ ବୈତରଣୀର ଜଳଧାରା ଶୁଖି ଯାଇଥିବାରୁ ସ୍ନାନ ନିମନ୍ତେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଶ୍ରଦ୍ଧାଳୁ। ବାରୁଣୀ ଅବସରେ ୭ ଦିନ ଧରି ଝାଡେଶ୍ୱର ପୀଠରେ ମେଳା ପଡ଼ିବା ସହିତ ମିନାବଜାରର ଭରପୁର ମଜା ଉଠାଇବେ ସ୍ଥାନୀୟ ଲୋକେ । 

Also Read : Bargarh News: ପ୍ରେମିକାର ଗୋଟିଏ ଭୁଲ ପାଇଁ, ମୃତ୍ୟୁ ଶର୍ଯ୍ୟାରେ ସୁଆଇ ଦେଲା ଦଗାଦିଆ ପ୍ରେମିକ

Also Read : Road Accident: ଭ୍ୟାନ୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ,ଏକାଧିକ ଆହତ

ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟୋତିଷମତରେ ଶୁଭଯୋଗ ପଡ଼େ ,ତେବେ ଏହାକୁ ବାରୁଣୀଯୋଗ ବୋଲି କୁହାଯାଏ। ଯେବେ ଶନିବାର ଓ ଶତିଭିକ୍ଷା ନକ୍ଷତ୍ର ଉଭୟ ସେ ଦିନ ପଡ଼ନ୍ତି ତେବେ ଏହାକୁ ମହାବାରୁଣୀ ଯୋଗ କହାଯାଏ ।

ବିରଜାକ୍ଷେତ୍ର ଯାଜପୁରରୁ ଉତ୍ତର ଦିଗକୁ ଏକ କିଲୋମିଟର ଯିବାପରେ ପଡ଼େ ବୈତରଣୀ ନଦୀ । ପବିତ୍ର ଗଙ୍ଗା ନଦୀ ପରି ଓଡ଼ିଶାର ପବିତ୍ର ବୈତରଣୀ ନଦୀରେ ଏହିସ୍ନାନ କଲେ ପୁଣ୍ୟ ଲାଭ ହେବାର ବିଶ୍ୱାସ ରହିଛି । ମହାଭାରତର ଆଦି, ସଭା, ବନ ଓ ଭୀଷ୍ମ ପର୍ବରେ ବୈତରଣୀ ତୀର୍ଥର ବର୍ଣ୍ଣନା ରହିଛି । ବାରୁଣୀ ଯୋଗରେ ବୈତରଣୀ ନଦୀ ତଥା ସମୁଦ୍ରରେ ସ୍ନାନ କରି ଧର୍ମପ୍ରାଣ ବ୍ୟକ୍ତିମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଗୋଦାନ ମଧ୍ୟ କରିଥାନ୍ତି । ବୈତରଣୀର ଉତ୍ତର ପାର୍ଶ୍ୱ ଅତି ପବିତ୍ର ହୋଇଥିବାରୁ ଚୈତ୍ର ମାସ କୃଷ୍ଣ ତ୍ରୟୋଦଶୀଠାରୁ ଦୀର୍ଘ ବାରଦିନ ଧରି ସେଠାରେ ମେଳା ଅନୁଷ୍ଠିତ ହୁଏ । ବାରୁଣୀ ସ୍ନାନକୁ ଓଡ଼ିଶାର କୁମ୍ଭ କହାଯାଏ । ଚୈତ୍ରମାସର ମକର ରାଶିରେ ରବି ଗ୍ରହଙ୍କ ପ୍ରବେଶ ସମୟରେ ଏହି ବାରୁଣୀ ଯୋଗ ପଡ଼େ । ପବିତ୍ର ବୈତରଣୀ ତଥା ମହୋଦଧିରେ ବାରୁଣୀ ବୁଡ଼ ପକାଇଲେ ସମସ୍ତ ପାପ କ୍ଷୟ, ଦୁଃଖଶୋକର ବିନାଶ ହେବା ସହ ପୁଣ୍ୟ ଅର୍ଜନ ହୋଇଥାଏ । ବୈତରଣୀ ତଟରେ ଶବ ସତ୍କାର ହେଲେ ତାହା ଅତ୍ୟନ୍ତ ପୁଣ୍ୟପ୍ରଦ ବୋଲି ହିନ୍ଦୁମାନଙ୍କ ବିଶ୍ୱାସ । ବୈତରଣୀ ନଦୀରେ ସ୍ନାନ କରିବାଦ୍ୱାରା ଗଙ୍ଗା ଓ ମହୋଦଧିରେ ସ୍ନାନ ପରି ପୂଣ୍ୟ ମିଳେ ।