ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମଲା ଶିଶୁକୁ ସାଲାଇନ
Advertisement
Article Detail0/zeeodisha/odisha1167922

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମଲା ଶିଶୁକୁ ସାଲାଇନ

ବ୍ରହ୍ମପୁର ଠାରୁ ପାଖାପାଖି 38କିଲୋମିଟର ଦୂର କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟକେନ୍ଦ୍ର ର ଦାରୁଣ ଦୃଶ୍ୟ ଛାତି ଥରାଇ ଦେବ।

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମଲା ଶିଶୁକୁ ସାଲାଇନ

କବିସୂର୍ଯ୍ୟନଗର: ରାଜ୍ୟ ର ଅନ୍ୟତମ ବୃହତ ମେଡିକାଲ କଲେଜ ଥିବା ଜିଲ୍ଲା ଗଞ୍ଜାମ ର ସ୍ୱାସ୍ଥ୍ୟସେବା ଏତେ ନିମ୍ନ ସ୍ତରର ଆଖିରେ ନଦେଖିଲେ ବିଶ୍ୱାସ ହବନି। ବ୍ରହ୍ମପୁର ଠାରୁ ପାଖାପାଖି 38କିଲୋମିଟର ଦୂର କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟକେନ୍ଦ୍ର ର ଦାରୁଣ ଦୃଶ୍ୟ ଛାତି ଥରାଇ ଦେବ। ମା କହୁଛି ଉଠୁନୁ ଲୋ ଝିଅ ଯିବୁ ପରା ବାବା ସାଙ୍ଗରେ। ହେଲେ ଝିଅ ଚାଲିଯାଇଛି ଆରପାରିକୁ। ୭ ବର୍ଷର ଝିଅ ପାର୍ବତୀ କୁ ତରଳ ଝାଡା ବାନ୍ତି ହେଉଥିବାରୁ କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଗଲା। ସେଠାରେ ଚିକିତ୍ସା ହେଲା। ଝିଅ ଆଗ ଅପେକ୍ଷା ଠିକ ଅନୁଭବ କଲା। ଝାଡା ରହିଲା ହେଲେ ବାନ୍ତି ରହିଲାନି। ଡାକ୍ତର କହିଲେ ଏମିତି ହବ। ତାପରେ ଡାକ୍ତର ଆଉ ନାହାଁନ୍ତି। ଝିଅର ସ୍ୱାସ୍ଥ୍ୟ କୁ ବାରମ୍ବାର ଦେଖିବା ପରେ ତ୍ୱରିତ ବ୍ୟବଧାନରେ ଯାଞ୍ଚର ଆବଶ୍ୟକ ଥିଲା। କିନ୍ତୁ ଡାକ୍ତର ସକାଳ ୧୦ଟା ପର ଠାରୁ ସନ୍ଧ୍ୟା ୫ଟା ଯାଏ ଦେଖା ନଥିଲେ। ଝିଅର ବାପା ମେଡିକାଲ ସାରା ସମସ୍ତଙ୍କୁ ଗୁହାରୀ କରି ଥକି ଯାଇଥିଲେ ମଧ୍ୟ କେହି ଶୁଣିଲେନି। ଝିଅର ଦେହ ପୁଣି ବିଗିଡ଼ିବାରେ ଲାଗିଲା। ବାପା ତାର ଡାକ୍ତରଙ୍କ ଘର ପାଖକୁ ବି ଯାଇ ଫେରିଲେ ହେଲେ ଡାକ୍ତର ମିଳିଳେନି। ଅଭିଯୋଗ ଅନୁସାରେ ଡାକ୍ତର ମେଡିକାଲ ଛାଡି ସ୍ୱାସ୍ଥ୍ୟମେଳାକୁ ଯାଇଥିଲେ।

ଝିଅର ଦେହ ଗୁରୁତର ହେବାରୁ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କଲେ। ଆମ୍ବୁଲାନ୍ସ ବି ଆସିବାରେ ବିଳମ୍ବ ହେଲା। ଏଥି ମଧ୍ୟରେ ଅନ୍ୟ ଡାକ୍ତର ଆସି ଝିଅକୁ ଚେକ କରିଲେ। ସେତେବେଳକୁ ଝିଅର ଜୀବନ ଯାଇ ସାରିଲାଣି ହେଲେ ବି ତାକୁ ସାଲାଇନ ଚଢେଇବାକୁ କହିଲେ। ସାଲାଇନ ଚଢେଇ ଦେଇ ଆଉ ଆସି ଦେଖିବାରେ ନାହିଁ। ପରେ ଆସି କହୁଛନ୍ତି ଝିଅ ଆଉ ନାହିଁ। ଝିଅର ବାପାଙ୍କ ଅଭିଯୋଗ ଅନୁସାରେ ସେ ଡାକ୍ତରଙ୍କ ଅନୁଭବ ନାହିଁ। ସେଥିପାଇଁ ସେ ଝିଅ ଜୀବନ ଯାଇସାରିବା ପରେ ବି ତାକୁ ସାଲାଇନ ଚଢେଇ ଥିଲେ। 

ସ୍ୱାସ୍ଥ୍ୟ ମେଳା  ଅନୁଷ୍ଠିତ ହୋଇଥିବା ଯୋଗୁଁ ସମସ୍ତ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ ତେଣୁ ମେଡ଼ିକାଲରେ ଚିକିତ୍ସା ନିମନ୍ତେ କେହିନଥିଲେ। ଏଠାରେ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟ ମେଳାକୁ ଯିବା ବୋଲି କଣ ମେଡିକାଲ ଖାଲି କରି ଦେବା। ସେଠାରେ କଣ କେହି ଚିକିତ୍ସା ପାଇଁ ଆସିବେନି। ଯଦି କିଛି  ଏମେର୍ଜେନ୍ସି କେଶ ଆସିଯାଏ ତେବେ ତାକୁ କେମିତି ତାକୁ ସମାଧାନ କରାଯିବ। ଚିକିତ୍ସା ବିଜ୍ଞାନ ଯେତେ ଉନ୍ନତ ହେଲେ ବି ସାଧାରଣ ଲୋକେ ତାହାର ଲାଭ ପାଇପାରୁନାହାନ୍ତି। ଚିକିତ୍ସା ପଦ୍ଧତିର ଉର୍ଣ୍ଣତି ସହ ଡାକ୍ତରଙ୍କ ଦାୟିତ୍ୱ ବୋଧ ଏବଂ ମାନସିକତାର ଉନ୍ନତି ହେବା ଆବଶ୍ୟକ। ନହେଲେ ଏଭଳି ପରିସ୍ଥିତି ସମସ୍ତେ ଦେଖିବେ।