ବାହାରିଲା ICAIର ପରୀକ୍ଷା ଫଳ, ଫାଇନାଲରେ ୧୯.୮୮ ପ୍ରତିଶତ କୃତକାର୍ଯ୍ୟ
Advertisement
Article Detail0/zeeodisha/odisha2331564

ବାହାରିଲା ICAIର ପରୀକ୍ଷା ଫଳ, ଫାଇନାଲରେ ୧୯.୮୮ ପ୍ରତିଶତ କୃତକାର୍ଯ୍ୟ

ପାସ୍ ହାର ୩୬.୩୫ ପ୍ରତିଶତ ରହିଛି। ଉଭୟ ଗୋଷ୍ଠୀର ପରୀକ୍ଷାରେ ୩୫୮୧୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୧୨୨ ଜଣ ପାସ୍ କରିଛନ୍ତି ଏବଂ ପାସ୍ ପ୍ରତିଶତ ୧୯.୮୮ ପ୍ରତିଶତ ରହିଛି।

ବାହାରିଲା ICAIର ପରୀକ୍ଷା ଫଳ, ଫାଇନାଲରେ ୧୯.୮୮ ପ୍ରତିଶତ କୃତକାର୍ଯ୍ୟ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ଆଜି ଜୁଲାଇ ୧୧ରେ CA ମେ 2024ର ଫଳାଫଳ ଘୋଷଣା କରିଛି। ୧୮.୨୪ ପ୍ରତିଶତ ଛାତ୍ର CA ଇଣ୍ଟର ମେ ୨୦୨୪ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ CA ଫାଇନାଲ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାସ୍ ପ୍ରତିଶତ ୧୯.୮୮ ପ୍ରତିଶତ ରହିଛି। ICAI CA ମେ ୨୦୨୪ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ icai.nic.in ମାଧ୍ୟମରେ CA ରେଜଲ୍ଟ 2024 ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ। CA ଇଣ୍ଟର ରେଜଲ୍ଟ ୨୦୨୪ ଏବଂ CA ଫାଇନାଲ୍ ରେଜଲ୍ଟ ୨୦୨୪ ଯାଞ୍ଚ କରିବାକୁ ଛାତ୍ରମାନଙ୍କୁ ସେମାନଙ୍କର ରେଜିଷ୍ଟ୍ରେସନ ନମ୍ବର ଏବଂ ରୋଲ୍ ନମ୍ବର ବ୍ୟବହାର କରିବାକୁ ପଡିବ।

ଇଣ୍ଟର ପରୀକ୍ଷାରେ ଏତିକି ପ୍ରତିଶତ
CA ଇଣ୍ଟର ପାସ୍ ପ୍ରତିଶତ ବିଷୟରେ କହିବାକୁ ଗଲେ ୧୧୭୭୬୪ ପ୍ରାର୍ଥୀ ଗ୍ରୁପ୍ ୧ ପରୀକ୍ଷାରେ ଭାଗ ନେଇଥିଲେ। ସେଥିମଧ୍ୟରୁ ୩୧୯୭୮ ଜଣ ପରୀକ୍ଷାର୍ଥୀ ପାସ୍ କରିଥିଲେ। ଯେତେବେଳେ କି CA ଇଣ୍ଟର ଗ୍ରୁପ୍ ୨ରେ ୭୧୧୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୦୦୮ ଜଣ ପାସ୍ କରିଛନ୍ତି। ସେମାନଙ୍କ ପାସ୍ ପ୍ରତିଶତ ୧୮.୨୫ ଥିଲା। ଉଭୟ ଗୋଷ୍ଠୀ ପାଇଁ ୫୯୯୫୬ ପ୍ରାର୍ଥୀ ପରୀକ୍ଷା ପାଇଁ ହାଜର ହୋଇଥିଲେ। ସେଥିମଧ୍ୟରୁ ୧୧୦୪୧ ପାସ୍ ଏବଂ ପାସ୍ ପ୍ରତିଶତ ୧୮.୪୨ ଥିଲା।

ସିଏ ଫାଇନାଲ ପରୀକ୍ଷାର ପାସହାର
CA ଫାଇନାଲ୍ ଗ୍ରୁପ୍ ୧ ପରୀକ୍ଷା ପାଇଁ ୭୪୮୮୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।  ସେଥିମଧ୍ୟରୁ ୨୦୪୭୯ ପାସ୍ କରିଥିଲେ। ପାସ କରିଥିବା ପରୀକ୍ଷାର୍ଥୀଙ୍କ ପ୍ରତିଶତ ୨୭.୩୫ ରହିଥିଲା। ଗ୍ରୁପ୍ ୨ ପରୀକ୍ଷାରେ ୫୮୮୯୧ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ, ସେଥିମଧ୍ୟରୁ ୨୧୪୦୮ ଜଣ ପାସ୍ କରିଛନ୍ତି। ସେମାନଙ୍କ ପାସ୍ ହାର ୩୬.୩୫ ପ୍ରତିଶତ ରହିଛି। ଉଭୟ ଗୋଷ୍ଠୀର ପରୀକ୍ଷାରେ ୩୫୮୧୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୧୨୨ ଜଣ ପାସ୍ କରିଛନ୍ତି ଏବଂ ପାସ୍ ପ୍ରତିଶତ ୧୯.୮୮ ପ୍ରତିଶତ ରହିଛି।

୩ ମଇରୁ ପରୀକ୍ଷା ଆରମ୍ଭ ହୋଇଥିଲା
ଗତ ମେ ୩, ୫ ଏବଂ ୯ ରେ ICAI ଗୃପ-୧ ଇଣ୍ଟର ପରୀକ୍ଷା କରିଥିଲାବେଳେ ଗୃପ-୨ ଇଣ୍ଟର ପରୀକ୍ଷା ୧୧,୧୫ ଏବଂ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ଗ୍ରୁପ୍ ୧ ପାଇଁ CA ଫାଇନାଲ୍ ପରୀକ୍ଷା ୨, ୪ ଏବଂ ୮ ମଇରେ ଅନୁଷ୍ଠିତ ହୋଇଥିବାବେଳେ ଗ୍ରୁପ୍ 2 ପାଇଁ ପରୀକ୍ଷା ୧୦, ୧୪ ଏବଂ୧୬ ମଇରେ ଅନୁଷ୍ଠିତ ହୋଇଥିଲା।

କିପରି ଦେଖିବେ ପରୀକ୍ଷା ଫଳ
ପରୀକ୍ଷାର୍ଥୀମାନେ ପ୍ରଥମେର ଆଇସିଏଆଇର ସ୍ୱିକୃତିପ୍ରାପ୍ତ ୱେବସାଇଟ icai.nic.inକୁ ଭିଜିଟ କରନ୍ତୁ। ଏହା ପରେ ରେଜଲ୍ଟ ସେକ୍ସନକୁ ଯାଇ ଇଣ୍ଟରମିଡିଏଟ ମଇ କିମ୍ବା ଫାଇନାଲ ମଇ ୨୦୨୪ ଲିଙ୍କରେ କ୍ଲିକ କରନ୍ତୁ। ଆଶାୟୀମାନେ ଲଗଇନ ପୋର୍ଟାଲରେ ନିଜର ଆବଶ୍ୟକ ସୂଚନା ପ୍ରଦାନ କରନ୍ତୁ। ପ୍ରଥମେ ରେଜିଷ୍ଟ୍ରେସନ ନମ୍ବର ଓ ରୋଲନମ୍ବର ପ୍ରଦାନ କରନ୍ତୁ। ଏପରି କରି ସବମିଟ ବଟନରେ କ୍ଲିକ କରିବା ପରେ ଆଇସିଏଆଇ ସିଏ ମଇ ୨୦୨୪ର ପରୀକ୍ଷା ଫଳ ସାମ୍ନାକୁ ଆସିଯିବ।