CHSE Result 2022: ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ
Advertisement
Article Detail0/zeeodisha/odisha1294000

CHSE Result 2022: ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ

CHSE Results 2022: ଅଗଷ୍ଟ ୮ ତାରିଖ ସୋମବାର ପ୍ରକାଶ ପାଇଛି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି। ଚଳିତ ବର୍ଷ ପାସ ହାର ୮୨.୧୦% ରହିଛି। 

CHSE Result 2022: ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ

CHSE Results 2022: ଅଗଷ୍ଟ ୮ ତାରିଖ ସୋମବାର ପ୍ରକାଶ ପାଇଛି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ସୋମବାର ଅପରାହ୍ନ ଚାରିଟା ସମୟରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ପରୀକ୍ଷା ଫଳ। କୋରୋନା ମହାମାରୀ କାରଣରୁ ପ୍ରାୟ ୨ ବର୍ଷ ପରେ ଅଫଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା +୨ ପରୀକ୍ଷା। ୱେବସାଇଟ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ। ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି। ଚଳିତ ବର୍ଷ ପାସ ହାର ୮୨.୧୦% ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ  ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୭୦.୩୫% ରହିଛି। 

ଏଥର ଦୁଇଟି ଢାଞ୍ଚାରେ ପରୀକ୍ଷା ଫଳ ମୂଲ୍ୟାୟନ କରାଯାଇଛି। ଯଦି ପରୀକ୍ଷା ଫଳକୁ ନେଇ କୌଣସି ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ରହିଥାନ୍ତି ତାହେଲେ ସେମାନେ ରିଚେକିଂ ପାଇଁ କରିପାରିବେ ଆବେଦନ। ପ୍ରାୟ  ୧୭୭ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶକରୁ ଅଧିକ ନମ୍ବର ରଖିଛନ୍ତି। କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା ଫଳ ଶୂନ୍ୟ ହୋଇନାହିଁ। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍ ହାର ହୋଇଥିବା ବେଳେ ନବରଙ୍ଗପୁର ସର୍ବନିମ୍ନ ରହିଛି।

Odisha CHSE 12th result 2022: କିପରି ପରୀକ୍ଷାର୍ଥୀ ଦେଖିପାରିବେ ପରୀକ୍ଷା ଫଳ?

ପ୍ରଥମେ ଅଫିସିଆଲ୍ ୱେବସାଇଟ୍ orissaresults.nic.in ଭିଜିଟ କରନ୍ତୁ
ଏହାପରେ ହୋମ ପେଜ୍ ରେ ଦିଆଯାଇଥିବା ଓଡିଶା CHSE Result 2022 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
ଏହା ପରେ ଦିଆଯାଇଥିବା ସୂଚନା ପୂରଣ କରି ସବମିଟ୍ କରନ୍ତୁ
ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବା ପରେ ପରୀକ୍ଷାର୍ଥୀ ପରୀକ୍ଷା ଫଳ ଦେଖିପାରିବେ 

ଚଳିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education) ସିଏଚଏସଇ (CHSE) ଦ୍ୱାରା ପରିଚାଳିତ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତ ଜୁଲାଇ ୨୭ ତାରିଖରେ ଯୁକ୍ତ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିଲା। ଚଳିତ ବର୍ଷ  ୨୩,୭୨୬ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୧ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବାଣିଜ୍ୟରେ ପାସ୍ ହାର ୮୯.୨୦ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ୭୬ ହଜାର ୬୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨ ହଜାର ୧୦୬ ପରୀକ୍ଷାର୍ଥୀ ପାସ କରିଛନ୍ତି। ବିଜ୍ଞାନରେ ପାସ ହାର ୯୪.୧୨ ପ୍ରତିଶତ ରହିଛି। 

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ

  • ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସଂଖ୍ୟା: ୨୩,୭୨୬
  • ପାସ୍ କରିଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା: ୨୧, ୧୬୫
  • ପାସ୍ ହାର: ୮୯.୨୦ ପ୍ରତିଶତ
  • ପ୍ରଥମ ଶ୍ରେଣୀରେ ପାସ: ୧୦, ୮୬୩
  • ଦ୍ଵିତୀୟ ଶ୍ରେଣୀରେ ପାସ: ୫, ୦୫୩
  • ତୃତୀୟ ଶ୍ରେଣୀରେ ପାସ: ୫,୨୪୨
  • ୧୩୪ ସ୍କୁଲରେ ଶହେ ପ୍ରତିଶତ ଫଳ
  • ବୌଦ୍ଧ ଜିଲ୍ଲାରେ ସର୍ବାଧିକ ସଫଳତା
  • ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ
  • ରେଗୁଲାର ଛାତ୍ରଛାତ୍ରୀ: ୨୦, ୮୭୦
  • ଏକ୍ସ ରେଗୁଲାର ଛାତ୍ରଛାତ୍ରୀ: ୨୮୪

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ  

  • ଚଳିତ ବର୍ଷ +୨ ବିଜ୍ଞାନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସଂଖ୍ୟା: ୭୬,୬୦୪
  • ପାସ କରିଛନ୍ତି: ୭୨,୧୦୬
  • ପୁରୁଷ ପାସ ହାର: ୯୩.୮୦ ପ୍ରତିଶତ
  • ମହିଳା ପାସ ହାର: ୯୪.୫୨ ପ୍ରତିଶତ
  • ପାସ ହାର: ୯୪.୧୨ ପ୍ରତିଶତ
  • ରେଗୁଲାର ପରୀକ୍ଷାର୍ଥୀ: ୭୦, ୯୧୮
  • ଏକ୍ସ ରେଗୁଲାର ପରିକ୍ଷାର୍ଥୀ: ୧୧୮୮
  • ପ୍ରଥମ ଶ୍ରେଣୀରେ ପାସ୍: ୫୦, ୧୫୭
  • ଦ୍ଵିତୀୟ ଶ୍ରେଣୀରେ ପାସ୍: ୧୪, ୯୩୨
  • ତୃତୀୟ ଶ୍ରେଣୀରେ ପାସ୍: ୬୯୧୦
  • ୯୦ ପ୍ରତିଶତ ଉପରେ ପାସ୍: ୧୧୨୪
  • ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ ହାର
  • ଫୁଲବାଣୀ ଜିଲ୍ଲାରେ ସର୍ବନିମ୍ନ ପାସ ହାର