Alia Bhatt Delivery: ପ୍ରବସ ବେଦନା ସମ୍ଭାଳି ପାରୁ ନାହାଁନ୍ତି ଆଲିଆ, ଡାକ୍ତର ଦେଇଥିବା ଡେଟ୍ ପୂର୍ବରୁ କଲେ ଏମିତି କାମ
Advertisement
Article Detail0/zeeodisha/odisha1427529

Alia Bhatt Delivery: ପ୍ରବସ ବେଦନା ସମ୍ଭାଳି ପାରୁ ନାହାଁନ୍ତି ଆଲିଆ, ଡାକ୍ତର ଦେଇଥିବା ଡେଟ୍ ପୂର୍ବରୁ କଲେ ଏମିତି କାମ

Alia Bhatt Delivery: ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ଏହି କପୁଲ  ଗତ କିଛି ଦିନ ତାଙ୍କ ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେଇଥିଲେ। ଖୁବଶିଘ୍ର ସେମାନଙ୍କ ଜୀବନକୁ ଜଣେ କୁନି ଅତିଥି ଆସୁଛନ୍ତି ବୋଲି । ନିକଟରେ ଆଲିଆ ଭଟ୍ଟଙ୍କ ଗୋଦ ଭରାଇ ପାର୍ଟି ମଧ୍ୟ ହୋଇଥିଲା। 

Alia Bhatt Delivery: ପ୍ରବସ ବେଦନା ସମ୍ଭାଳି ପାରୁ ନାହାଁନ୍ତି ଆଲିଆ, ଡାକ୍ତର ଦେଇଥିବା ଡେଟ୍ ପୂର୍ବରୁ କଲେ ଏମିତି କାମ

Alia Bhatt Delivery: ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ଏହି କପୁଲ  ଗତ କିଛି ଦିନ ତାଙ୍କ ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେଇଥିଲେ। ଖୁବଶିଘ୍ର ସେମାନଙ୍କ ଜୀବନକୁ ଜଣେ କୁନି ଅତିଥି ଆସୁଛନ୍ତି ବୋଲି । ନିକଟରେ ଆଲିଆ ଭଟ୍ଟଙ୍କ ଗୋଦ ଭରାଇ ପାର୍ଟି ମଧ୍ୟ ହୋଇଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଆଲିଆ ରଣବୀରଙ୍କ ସହ ଆଜି  ମେଡିକାଲରେ ପହଞ୍ଚିଛନ୍ତି।

 ଆଲିଆ ଡାକ୍ତରଖାନାରେ ପହଞ୍ଚିଛନ୍ତି :

କୁନି ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ରଣବୀର କପୁର ଏବଂ ଆଲିଆ ପୁର୍ଣ୍ଣ ପ୍ରସ୍ତୁତି ଶେଷ କରିଛନ୍ତି। ଏକ ଖବର ଥିଲା ଯେ ନଭେମ୍ବରର ଶେଷ ସପ୍ତାହରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ, ଏହି ଦମ୍ପତି ପିତାମାତା ହେବେ।  ତେବେ, ବର୍ତ୍ତମାନର ଅପଡେଟ ଅନୁଯାୟୀ, ଆଲିଆ ଭଟ୍ଟ ତାଙ୍କ ପ୍ରସବ ପାଇଁ ମୁମ୍ବାଇ ସ୍ଥିତ ଏନଏଚ୍ ହସପିଟାଲରେ ପହଞ୍ଚିଛନ୍ତି । ଅର୍ଥାତ ଆଲିଆ ଯେ କୌଣସି ସମୟରେ ନିଜ ସନ୍ତାନକୁ ଜନ୍ମ ଦେଇ ପାରନ୍ତି ।  ଏହି ଖବର ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ସପପ୍ରାଇଜ୍ ଠାରୁ କମ୍ ନୁହେଁ । 

 

ଏହାବି ପଢନ୍ତୁ : Boycott Pathaan: ମାଲିକ ବଦଳିଲା ପରେ ବଦଳିଲା ନିୟମ, ଟ୍ବିଟରରେ ଟ୍ରେଣ୍ତ କରୁନି #BoycottPathaan

 ଏହାବି ପଢନ୍ତୁ : Palak Muchhal Wedding: ପଲକ ମୁଚାଲଙ୍କ ବାଜିଲା ଶାହାନାଇ, କାହିଁକି ଏହି କଣ୍ଠଶିଳ୍ପୀଙ୍କୁ ଜୀବନ ସାଥି କଲେ ପଲକ ? ଜାଣନ୍ତୁ କାରଣ

 ଏହାବି ପଢନ୍ତୁ : Comedian Bharti Singh: ଫସିବେ କମେଡି କୁଇନ୍ ଭାରତୀ ସିଂହ, ପଞ୍ଜାବ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିବା ସନ୍ଦେହ !

ଏହାବି ପଢନ୍ତୁ : Sapna Chaudhary Fraud Case: ବିବାଦରେ ଡ୍ୟାନ୍ସର ସପନା ଚୌଧୁରୀ, ହୋଇପାରନ୍ତି ଖୁବଶିଘ୍ର ବନ୍ଧା

 

ଅଭିନେତ୍ରୀଙ୍କ ନାମ ପଞ୍ଜିକୃତ ହୋଇଛି:

ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ହେବାର ଖବର ଦେଇଥିଲେ। ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ। ଏବେ ଖବର ଆସୁଛି ଯେ ଆଲିଆ ଏନଏଚ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଏକ ସନ୍ତାନ ଜନ୍ମ ଦେବେ । ମେଡିକାଲରେ ତାଙ୍କ ନାମ ମଧ୍ୟ ପଞ୍ଜିକୃତ ହୋଇଛି। ପ୍ରଶଂସକଙ୍କ ଆଖି ବର୍ତ୍ତମାନ କେବଳ ଆଲିଆ ଏବଂ ରଣବୀର ସମ୍ବନ୍ଧୀୟ ଖବର ଉପରେ ରହିଛି। 

୨୦୨୨, ଏପ୍ରିଲରେ ହୋଇଥିଲା ବିବାହ : 

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଚଳିତ ବର୍ଷ ଏପ୍ରିଲ ୧୪ରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ହୋଇଥିଲା।  ଏହି ଲବବାର୍ଡ, ପରପ୍ପରକୁ ୨୦୧୮ରୁ ଡେଟିଂ କରିବା ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ଥର ପାଇଁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସେଟରେ ଭେଟିଥିଲେ। ଚାରି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିଥିଲେ।