Jawan: ଖସିଲା କଲେକ୍ସନ୍ କିନ୍ତୁ କମିନି 'ଜୱାନ୍' କ୍ରେଜ୍, ଏତିକି କୋଟିରେ ପହଁଞ୍ଚିଲା...
Advertisement
Article Detail0/zeeodisha/odisha1868936

Jawan: ଖସିଲା କଲେକ୍ସନ୍ କିନ୍ତୁ କମିନି 'ଜୱାନ୍' କ୍ରେଜ୍, ଏତିକି କୋଟିରେ ପହଁଞ୍ଚିଲା...

Jawan Box Office Collection Day 6: ଚଳଚ୍ଚିତ୍ରଟି ରିଲିଜ ହେବା ଦିନଠାରୁ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । ରିଲିଜ୍ ଦିନ ଏହା ସବୁଠୁ ବଡ଼ ଓପନିଂ ଫିଲ୍ମ ଭାବେ ରେକର୍ଡ କରିଥିଲା ​​। ଏହା ପରେ ଫିଲ୍ମଟି ଦୁଇ ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ଆୟ କରିଥିଲା ​ । ମାତ୍ର ୪ ଦିନ ମଧ୍ୟରେ ଫିଲ୍ମଟି ୫୦୦ କୋଟି ଟଙ୍କା ରୋଜଗାର କରି ରେକର୍ଡ କରିଛି।

ସୌ(ସୋସିଆଲ ମିଡିଆ)

Jawan Box Office Collection Day 6: ବଲିଉଡ଼ କିଙ୍ଗ ଶାହରୁଖ ଖାନ (Shah Rukh Khan) ଓ ସାଉଥ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ନୟନତାରା (Nayanthara) ଷ୍ଟାରର ଫିଲ୍ମ 'ଜୱାନ'ର ରିଲିଜକୁ ଏକ ସପ୍ତାହ ବିତିଥିଲେ ମଧ୍ଯ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ କମିନି କ୍ରେଜ୍ । ଆଶ୍ଚର୍ଯ୍ୟଜନକ କଥା, ଚଳଚ୍ଚିତ୍ରଟି ରିଲିଜ ହେବା ଦିନଠାରୁ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । ରିଲିଜ୍ ଦିନ ଏହା ସବୁଠୁ ବଡ଼ ଓପନିଂ ଫିଲ୍ମ ଭାବେ ରେକର୍ଡ କରିଥିଲା ​​। ଏହା ପରେ ଫିଲ୍ମଟି ଦୁଇ ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ଆୟ କରିଥିଲା ​ । ମାତ୍ର ୪ ଦିନ ମଧ୍ୟରେ ଫିଲ୍ମଟି ୫୦୦ କୋଟି ଟଙ୍କା ରୋଜଗାର କରି ରେକର୍ଡ କରିଛି।

ଖାଲି ଏତିକି ନୁହେଁ, ରିଲିଜ୍ ହେବାର ଦୁଇ ଦିନ ମଧ୍ୟରେ 'ଜୱାନ୍' (Jawan Box Office Collection Day 6) ଚଳିତ ବର୍ଷ ଜାନୁଆରୀରେ ରିଲିଜି ହୋଇଥିବା ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ 'ପଠାନ୍' ଓ ଗତ ମାସରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ' ଗଦ୍ଦର ୨'କୁ ମଧ୍ଯ ପଛରେ ପକାଇଛି । ତେବେ ବର୍ତ୍ତମାନ ଏହି ଫିଲ୍ମଟି ମାତ୍ର ୬ ଦିନରେ ୬୦୦ କୋଟି ଟଙ୍କା ଆୟ କରିସାରିଛି ।

'ଜୱାନ' ରିଲିଜ ହେବାର ମାତ୍ର ୪ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୩୦୦ କୋଟି ଓ ସାରା ବିଶ୍ୱରେ ୫୨୦ କୋଟି ଟଙ୍କା ବକ୍ସ ଅଫିସ କଲେକ୍ସନ୍ କରିଛି । ତେବେ ଫିଲ୍ମଟି ଷଷ୍ଠ ଦିନରେ ୨୬.୫୦ କୋଟି ଟଙ୍କା ଆୟ କରିଥିବା ଦେଖିବାକୁ ମିଳିଛି । ଯାହା ପରେ ଫିଲ୍ମର ମୋଟ ବକ୍ସ ଅଫିସ କଲେକ୍ସନ୍ ୩୪୫.୫୮ କୋଟିରେ ପହଁଞ୍ଚଛି । ଏଥିସହ ଫିଲ୍ମର ୱାଲର୍ଡ଼ ୱାଇଡ଼ (worldwide) କଲେକ୍ସନ୍ ୬୦୦ କୋଟିରେ ପହଁଞ୍ଚିଛି । ଦିନକୁ ଦିନ ଫିଲ୍ମର ଆୟ କମିବାରେ ଲାଗିଥିଲେ ମଧ୍ଯ ବକ୍ସ ଅଫିସରେ ଏହାର କ୍ରେଜ୍ ଜାରି ରହିଛି ।

ସାଉଥ ନିର୍ଦ୍ଦେଶକ ଅଟଲିଙ୍କ (Atlee) ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ବଡ଼ ପରଦାରେ ରିଲିଜ ହୋଇଥିଲା । ଶାହରୁଖ ଖାନ ଓ ବିଜୟ ସେଥୁପଥୀଙ୍କ (vijay sethupathi) ଏହି ଫିଲ୍ମ ପ୍ରଥମ ଦିନ ୭୫ କୋଟି, ଦ୍ୱିତୀୟ ଦିନ ୫୩.୨୩, ତୃତୀୟ ଦିନ ୭୭.୮୩ କୋଟି, ଚତୁର୍ଥ ଦିନ ୮୦.୦୧ କୋଟି ଟଙ୍କା ରୋଜଗାର କରିଥିବା ବେଳେ ପଞ୍ଚମ ଦିନ ପରଠାରୁ ହଠାତ୍ ଫିଲ୍ମର ରୋଜଗାର ହ୍ରାସ ପାଇଛି । ଫିଲ୍ମଟି ୫ମ ଦିନ କେବଳ ୩୨.୯୨ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଷଷ୍ଠ ଦିନ ଫିଲ୍ମର ବକ୍ସ ଅଫିସ କଲେକ୍ସନ୍  ୨୬.୫୦ କୋଟିକୁ​ ଖସିଛି ।