କୋଟିଏ ଟଙ୍କା ଋଣରେ ଅଛନ୍ତି ରାଣୀ ପଣ୍ଡା! ଖଣ୍ଡଗିରିରେ ବାଣ୍ଟୁଛନ୍ତି ମଟନ ଭାତ
Advertisement
Article Detail0/zeeodisha/odisha2638072

କୋଟିଏ ଟଙ୍କା ଋଣରେ ଅଛନ୍ତି ରାଣୀ ପଣ୍ଡା! ଖଣ୍ଡଗିରିରେ ବାଣ୍ଟୁଛନ୍ତି ମଟନ ଭାତ

Odia Jatra News: ଗତବର୍ଷ ଖଣ୍ଡଗିରିମେଳାରେ ରାଣୀ ପଣ୍ଡା ନିଜ ଦର୍ଶକଙ୍କୁ ଡାଲମା ଭାତ ଦେଇଥିବା ବେଳେ ଚଳିତ ବର୍ଷ ମଟନ ଓ ଘିଅ ଭାତ ଦେବେ ବୋଲି କହିଥିଲେ। ଆଉ ଏବେ ଯାତ୍ରା ଆରମ୍ଭ ହେବା ପରେ ସେ ପ୍ରାୟ ୧୦,୦୦୦ ଦର୍ଶକଙ୍କ ପାଇଁ ଏହି ଆୟୋଜନ କରିଥିବା କହିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଭଲ ହେବା ପରେ ସେ ଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କୁ ଖାଈବାକୁ ଦେବେ ବୋଲି କହିଥିଲେ। ଆଉ ପ୍ରତିଶ୍ରୁତି ପୂରଣ କରି କହୁଛନ୍ତି, ମୋ ଦେହ ଖରାପ ଥିବାବେଳେ ସମସ୍ତେ ମୋ ପାଈଁ ପ୍ରାର୍ଥନା କରିଥିଲେ। ଆଉ ମୁଁ ସୁସ୍ଥ ହେବା ପରେ ଖାଇବାକୁ ଦେବି ବୋଲି ମନସ୍ଥ କରିଥିଲି। 

କୋଟିଏ ଟଙ୍କା ଋଣରେ ଅଛନ୍ତି ରାଣୀ ପଣ୍ଡା! ଖଣ୍ଡଗିରିରେ ବାଣ୍ଟୁଛନ୍ତି ମଟନ ଭାତ

Jollywood News: ଖଣ୍ଡଗିରିରେ ବୋହିଯାଉଛି ମଟନ ଭାତ। ଆଉ ଖାଇବାକୁ ଲୋକଙ୍କର ବି ବେଶ ଭିଡ଼ ରହିଛି। ଯାତ୍ରା ଦେଖା ସାଙ୍ଗକୁ ଫ୍ରିରେ ମିଳୁଛି ମଟନ ଆଉ ଘିଅ ଭାତ। ଆଉ ଏହି ବ୍ୟବସ୍ଥା କୌଣସି ଯାତ୍ରା ପାର୍ଟି କରି ନାହାଁନ୍ତି, ବରଂ ନିଜେ ରାଣୀ ପଣ୍ଡା ତାଙ୍କ ଦର୍ଶକଙ୍କୁ ମଟନ ସାଙ୍ଗକୁ ଘିଅ ଭାତ ଖାଈବାକୁ ଦେଉଛନ୍ତି। ରାଣୀ ପଣ୍ଡା ଯେତେ ଋଣରେ ବୁଡ଼ି ରୁହନ୍ତୁନା କାହିଁକି। ଓଡିଶାର ଜନ ସଧାରଣଙ୍କ ଦୁଃଖ ସମୟରେ ସେ ସବୁବେଳେ ସାଥିରେ ରହିଥାନ୍ତି। ଅନେକ ସମୟରେ ସେ ଲୋକଙ୍କ ପାଖରେ ପହଞ୍ଚି ସାହାର୍ଯ୍ୟର ହାତ ବଢ଼ାଇଥିବା ଦୃଷ୍ଟାନ୍ତ ରହିଛି। ଗତବର୍ଷ ଖଣ୍ଡଗିରିମେଳାରେ ରାଣୀ ପଣ୍ଡା ନିଜ ଦର୍ଶକଙ୍କୁ ଡାଲମା ଭାତ ଦେଇଥିବା ବେଳେ ଚଳିତ ବର୍ଷ ମଟନ ଓ ଘିଅ ଭାତ ଦେବେ ବୋଲି କହିଥିଲେ। ଆଉ ଏବେ ଯାତ୍ରା ଆରମ୍ଭ ହେବା ପରେ ସେ ପ୍ରାୟ ୧୦,୦୦୦ ଦର୍ଶକଙ୍କ ପାଇଁ ଏହି ଆୟୋଜନ କରିଥିବା କହିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଭଲ ହେବା ପରେ ସେ ଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କୁ ଖାଈବାକୁ ଦେବେ ବୋଲି କହିଥିଲେ। ଆଉ ପ୍ରତିଶ୍ରୁତି ପୂରଣ କରି କହୁଛନ୍ତି, ମୋ ଦେହ ଖରାପ ଥିବାବେଳେ ସମସ୍ତେ ମୋ ପାଈଁ ପ୍ରାର୍ଥନା କରିଥିଲେ। ଆଉ ମୁଁ ସୁସ୍ଥ ହେବା ପରେ ଖାଇବାକୁ ଦେବି ବୋଲି ମନସ୍ଥ କରିଥିଲି। 

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ 'ରାଜଧାନୀର ରଜନୀଗନ୍ଧା' ନାଟକ ଦର୍ଶକଙ୍କ ହୃଦୟ ଜିଣୁଛି ।ସେ ନିଜ ଅଭିନୟ ଯାଦୁୁରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି । ରାଣୀ ପଣ୍ଡାଙ୍କ ଅଭିନିତ 'ରାଜଧାନୀର ରଜନୀଗନ୍ଧା' ଦେଖିବାକୁ ଦର୍ଶକଙ୍କ ବେଶ ଭିଡ ଜମୁଛି । ଏନେଇ ରାଣୀ ପଣ୍ଡାକହିଛନ୍ତି, "ଦର୍ଶକଙ୍କ ଭଲପାଇବା ଓ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ହୋଇ ଫେରିଲି, ଆଉ ମଞ୍ଚରେ ନାଟକ କରିପାରିଲି । ୯୦ ପ୍ରତିଶତ ସୁସ୍ଥ ହୋଇସାରିଛି । ଦର୍ଶକଙ୍କ ଭଲ ପାଇବା ମୋ ପ୍ରତି ବହୁତ୍ ଅଛି । ସେଥିପାଇଁ ମୋର କର୍ତ୍ତବ୍ୟ ମୁଁ କରୁଛି। ଯେମିତି ପୂର୍ବରୁ ସାହାଯ୍ୟ ସହଯୋଗ କରୁଥିଲି ସେମିତି କରିବି । ଏଥିପାଇଁ ମୁଁ ଖାଦ୍ୟ ବାଣ୍ଟିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛି।"

ପାଠକ ବନ୍ଧୁ ରାଣୀ ପଣ୍ଡାଙ୍କ ଏହି ପ୍ରୟାସରେ ଅନେକ ଲୋକ ଖୁସି ବ୍ୟକ୍ତ କରିଛନ୍ତି। ମାତ୍ର ଆପଣ କ'ଣ ଜାଣିଛନ୍ତି କି ରାଣୀ ପଣ୍ଡା ଏବେ କୋଟିଏରୁ ଅଧିକ ଟଙ୍କା ଋଣ ଭାରରେ ଅଛନ୍ତି। ତାଙ୍କର ଜଣେ ସମ୍ପର୍କୀୟ ଭାଈ ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଣୀ ପଣ୍ଡା ସମସ୍ତଙ୍କୁ ସାହାର୍ଯ୍ୟ କରୁଛନ୍ତି। ସେ କାହାର ଦୁଃଖ ଦେଖି ପାରିବନି। ହେଲେ ସେ ଏବେ ଋଣ ଭାରରେ ବୁଡ଼ିକି ରହିଛି। ପାଖା ପାଖି କୋଟିଏ ଟଙ୍କା ଋଣ ଥିଲେ ହେଁ ସେ କାହାକୁ ସାହାଯ୍ୟ କରିବାକୁ ମନା କରେ ନାହିଁ। ରାଣୀର ଏହି ସ୍ଵଭାବ ପାଇଁ ତାକୁ ସମସ୍ତେ ଭଲ ପାଇବା ଦେଉଛନ୍ତି। ସେ ଆହୁରି କହୁଛନ୍ତି ରାଣୀ ପଣ୍ଡା ଯେମିତି ସୁଧୁରିଗଲା ସେମିତି ଅନ୍ୟମାନେ ବି ସୁଧୁରି ଯିବା ଉଚିତ୍। ତାହାଲେ ଯାଇ ସେମାନେ କୌଣସି ବି ସ୍ଥାନରେ ବିରୋଧର ଶିକାର ହେବେ ନାହିଁ। 

ଏଥର ଯାତ୍ରା ମହାକୁମ୍ଭରେ ରାଜଧାନୀରେ ହାଇଦର ବନାମ ରଜନୀଗନ୍ଧା । ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମହାସମରରେ ଅପେରା ସୂର୍ଯ୍ୟ ମନ୍ଦିର, ପୃଥ୍ବୀରାଜ, ଶିବାନୀ ଓ ବିଶ୍ବ ଦରାବାର ମୈଦାନକୁ ଓହ୍ଲାଇଛନ୍ତି । ପୀୟୁଷ ତ୍ରିପାଠୀ, ରାଣୀ ପଣ୍ଡା, ଗୌର ଦାଶ, କାବେରୀ, ମାମା ଓ କାଳୀଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ କରୁଛି ବିଭୋର କରୁଛି ।

Also Read- ତେଲେଙ୍ଗନା, ଓଡ଼ିଶା ପରେ ଦିଲ୍ଲୀରେ ‘ରେବଡ଼ି’ ଉଜାଡ଼ିଲା ଆପ୍‍ ସରକାର