Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଦିଲ୍ଲୀରେ ଫୁଟିଛି ପଦ୍ମ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ବିଜୟ ଉତ୍ସବ ମନାଉଛନ୍ତି ବିଜେପି ପ୍ରାର୍ଥୀ ପରବେଶ୍ ବର୍ମା । କେଜରିୱାଲଙ୍କୁ ହରାଇବା ପରେ ପରବେଶ୍ ବର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ପ୍ରଧାନମନ୍ତ୍ରୀ ମୋଦି ଓ ଦିଲ୍ଲୀବାସୀଙ୍କ ବିଜୟ । ପରବେଶ ବର୍ମାଙ୍କ ଠାରୁ ୩୧୮୨ ଭୋଟ୍ରେ ହାରିଛନ୍ତି କେଜ୍ରିୱାଲ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜଙ୍ଗପୁରା ଆସନରୁ ପରାସ୍ତ ହୋଇଛନ୍ତି । ବିଜେପିର ତରବିନ୍ଦର ସିଂ ମାରୱାଙ୍କ ଠାରୁ ହାରିଛନ୍ତି । ଏହି ଐତିହାସିକ ଜନାଦେଶ ପାଇଁ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଲେ, ବିକାଶର ବିଜୟ ହୋଇଛି ଏବଂ ସୁଶାସନ ଜିତିଛି।
Headlines 02- ହାରିବା ପରେ ସୋସିଆଲ ମିଡିଆ ମାଧ୍ୟମରେ ଭିଡିଓ ଜାରି କରି ପ୍ରତିକ୍ରିୟା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ସେ ବିଜେପିକୁ ଶୁଭେଚ୍ଛା ଜଣାଇବା ସହ ଯେଉଁ ଭରସାରେ ତାଙ୍କୁ ଭୋଟ୍ ଦେଇଛନ୍ତି, ତାହା ସେମାନେ ପୂରଣ କରନ୍ତୁ ବୋଲି କହିଛନ୍ତି । ପ୍ରତିକ୍ରିୟା ରଖିଲେ ଆପ୍ ନେତ୍ରୀ ଆତୀଶି କହିଛନ୍ତି ଯେ, ଜନାଦେଶକୁ ଆମେ ଗ୍ରହଣ କରୁଛୁ। ମୁଁ ଜିତିଛି ସତ କିନ୍ତୁ ଏହା ଉତ୍ସବ ମନାଇବାର ସମୟ ନୁହେଁ । ବିଜେପି ବିରୁଦ୍ଧରେ 'ଯୁଦ୍ଧ' ଜାରି ରଖିବାର ସମୟ"
Headlines 03- ଆପ୍ର ପରାଜୟ ପରେ ପ୍ରତିକ୍ରିୟା ରଖି ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ । ସେ କହିଛନ୍ତି ଯେ, ମହିଳାଙ୍କୁ ଅସମ୍ମାନ କଲେ ଭଗବାନ ଦଣ୍ଡ ଦିଅନ୍ତି। ଆପ୍ ନିଜର ଭୁଲ୍ ପାଇଁ ଆଜି ଆସନ ହରାଇଛି। ଲୋକମାନେ ଯେଉଁ ଆଶାରେ ବିଜେପିକୁ ଭୋଟ୍ ଦେଇଛନ୍ତି ସେମାନେ ତାକୁ ପୂରଣ କରିବା ଦିଗରେ କାମ କରନ୍ତୁ ।
Headlines 04- ଦିଲ୍ଲୀ ବିଜୟ ପରେ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସଂକଳ୍ପ ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟିରୁ ବେଶୀ ସୁଫଳ ମିଳିଲା । ଆମର ଲକ୍ଷ ଲକ୍ଷ କର୍ମକର୍ତ୍ତା ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଏବଂ ଲୋକମାନେ ୧୨ ବର୍ଷ ଧରି ଚାଲିଥିବା ଭ୍ରଷ୍ଟାଚାରକୁ ବଦଳାଇବାକୁ ଚାହୁଁଥିଲେ । କେନ୍ଦ୍ର ସହ ଲଢ଼େଇ ପାଇଁ ନୁହେଁ ବିକାଶ ପାଇଁ ଜନାଦେଶ । ୧୦ ବର୍ଷ ହେଲା କିଛି ବିକାଶ ହୋଇନି ବରଂ କେବଳ ଦୁର୍ନୀତି ଚାଲିଥିଲା । ୨୭ ବର୍ଷ ପରେ ବିଜେପି ସରକାର କରିବା ଐତିହାସିକ ବିଜୟ ।
Headlines 05- ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ବୈଜୟନ୍ତ ଧନ୍ୟବାଦର ପାତ୍ର । ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘ ବର୍ଷ ହେଲା ସେ କାର୍ଯ୍ୟ କରୁଛନ୍ତି । ଏଥର ଦିଲ୍ଲୀ ନିର୍ବାଚନ ଦାୟିତ୍ବ ତାଙ୍କୁ ପ୍ରଦାନ କରାଯାଇଥିଲା ଏବଂ ସେ ବେଶ୍ ସୁଚାରୁ ରୂପେ ତାହା କରି ପାରିଛନ୍ତି । ସମସ୍ତଙ୍କୁ ଏକାଠି କରି ନିର୍ବାଚନ ପରିଚାଳନା କରି ସଫଳତା ହାସଲ କରିଛନ୍ତି । ମୋଦିଙ୍କ ନେତୃତ୍ବରେ ସମସ୍ତଙ୍କୁ ଏକତ୍ର କରିବାରୁ ସଫଳତା ମିଳିଛି ବୋଲି ମନମୋହନ କହିଛନ୍ତି ।
Headlines 06- ଦିଲ୍ଲୀରେ ସରକାର ବଦଳିବାକୁ ଯାଉଥିବା ସମୟରେ ନିର୍ଦ୍ଦେଶନାମା ଜାରିକରାଯାଇଛି । ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି ଯେ, ଫାଇଲ/ଡକ୍ୟୁମେଣ୍ଟ, କମ୍ପ୍ୟୁଟର ହାର୍ଡୱେର ଉପରେ ଧ୍ୟାନ ଦିଆଯିବା ନେଇ ନିର୍ଦ୍ଦେଶ । ଯେପରି କିଛି ଦିଲ୍ଲୀ ସଚିବାଳୟ ବାହାରକୁ ନ ଯାଏଁ ସେନେଇ ତାଗିଦ କରାଯାଇଛି । ଶାଖା ମୁଖ୍ୟଙ୍କୁ ଏନେଇ ନିର୍ଦ୍ଦେଶ ଦେବାକୁ ସବୁ ବିଭାଗକୁ ଚିଠି କରାଯାଇଛି ।
Headlines 07- ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନସନ ଜିଜ୍ଞ ଲାଗୁ ହେବ. ଏ ନେଇ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି. ଏପ୍ରିଲ ପହିଲାରୁ ଏହି ନୂଆ ନୀତି କାର୍ଯ୍ୟକାରୀ ହେବବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି. କେନ୍ଦ୍ର କ୍ୟାବିନେଟ୍ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି।
Headlines 08- ମୋ ବସ୍ ନାଁ ପରିବର୍ତ୍ତନ ହୋଇ ଆମ ବସ୍ କରାଯିବ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମୋ ବସ୍ ଏକ ଅହଂକାର ଶବ୍ଦ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମୋହନ ସରକାର ଲୋକଙ୍କ ସରକାର ଆମର କହିବା ଠିକ୍ ହେବ । ଦୁର୍ଘଟଣା ରୋକିବାକୁ ବସ୍ର ଆଗରେ ଓ ପଛରେ କ୍ୟାମେରା ଲାଗିବ । ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍ରେ ଆଡସ୍ ମଧ୍ୟ ଲାଗିବ । ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍ ବାଜି ସତର୍କ କରାଇଦେବ ।
Headlines 09- କିମ୍ବଦନ୍ତୀ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଭେଣ୍ଟିଲେଟରରେ ରଖାଯାଇ ତାଙ୍କ ଚିକିତ୍ସା ଚାଲିଛି । ଅପରାହ୍ଣ ୩ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ, ମେଦାନ୍ତ ହସ୍ପିଟାଲ୍କୁ ସ୍ଥାନାନ୍ତରିତ ହେବେ ଅଭିନେତା ଉତ୍ତମ ମହାନ୍ତି । ଅବସ୍ଥା ଗୁରୁତର ଥିବାରୁ ସ୍ଥାନାନ୍ତରିତ ହେବେ ବୋଲି ପୁଅ ବାବୁସାନ ସୂଚନା ଦେଇଛନ୍ତି । ଏୟାର ଆମ୍ବୁଲାନ୍ସ ଯୋଗେ ଶୀଘ୍ର ସ୍ଥାନାନ୍ତର ହେବେ ବୋଲି ବାବୁସାନ କହିଛନ୍ତି । ବର୍ତ୍ତମାନ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ଉତ୍ତମ । ଲିଭର ସମସ୍ୟା ପାଇଁ ଚିକିତ୍ସାଧୀନ ଥିବା ଡାକ୍ତର ସୂଚନା ଦେଇଥିଲେ ।
Headlines 10- ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ପ୍ରଦାନ କରାଯାଇଛି । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯାଇଛି ଟଙ୍କା । ୭ ମାସରେ ୯୮ ଲକ୍ଷ ମହିଳା ହିତାଧିକାରୀ ଉପକୃତ ହୋଇଛନ୍ତି । ଯାଜପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
Also Read- Delhi election result 2025: କାହିଁକି ହାରିରେ କେଜରିୱାଲ ? ଭୁଲ ରହିଲା କେଉଁଠି ? ଜାଣନ୍ତୁ