ଦିଲ୍ଲୀରେ ସାଧାରଣ ଲୋକଙ୍କ ସମସ୍ୟା ଉଠାଇ ଆମ ଆଦମୀ ପାର୍ଟି ୨୦୧୫ରେ ୬୭ଟି ଆସନରେ ବିଜୟଲାଭ କରିବାରେ ସଫଳ ହୋଇଥିଲା । ସେତେବେଳେ ବିଜେପି ସହିତ କଂଗ୍ରେସ ସମ୍ପୂର୍ଣ୍ଣ ପୋଛି ହୋଇଯାଇଥିଲା। ୨୦୨୦ ନିର୍ବାଚନରେ ମଧ୍ୟ ଚିତ୍ର ପ୍ରାୟତଃ ସମାନ ରହିଥିଲା। କେଜ୍ରିୱାଲଙ୍କ ଦଳ ମୋଟ ୬୨ଟି ଆସନରେ ବାଜିମାତ କରିଥିଲା । ବିଜେପିକୁ ମାତ୍ର ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଆମ ଆଦମୀ ପାର୍ଟି ସବୁବେଳେ ଦାବି କରିଆସିଛି ଯେ, ତାଙ୍କ ଶାସନ କାଳରେ ମାଗଣା ବିଦ୍ୟୁତ୍-ପାଣି, ମୋହଲ୍ଲା କ୍ଲିନିକ୍ ଏବଂ ସ୍କୁଲର ସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ, ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ଦଳ ମାତ୍ର ୧୦ ବର୍ଷ ମଧ୍ୟରେ ଲୋକଙ୍କ ବିଶ୍ୱାସଭାଜନରୁ କାହିଁକି ଦୂରେଇଲେ ?
Trending Photos
Arvind Kejriwal News: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ଦଳର ଅନେକ ସଦସ୍ୟ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସୌରଭ ଭରଦ୍ୱାଜ ମଧ୍ୟ ନିର୍ବାଚନରେ ପରାସ୍ତ ହୋଇଥିଲେ। ଦିଲ୍ଲୀକୁ ବିକାଶ ପଥରେ ଆଗେଇ ନେଇଯିବାକୁ ଦାବି କରୁଥିବା କେଜ୍ରିୱାଲଙ୍କୁ କାହିଁକି ଏପରି ପରାଜୟର ସାମ୍ନା କରିବାକୁ ପଡିଲା ଆସନ୍ତୁ ଜାଣିବା।
ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ଘୋଷଣା କରାଯାଇଛି । ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିବା ପରି ଫଳାଫଳ ଏଥର ଘଟିଛି । ୨୭ ବର୍ଷ ପରେ ରାଜଧାନୀ ଦିଲ୍ଲୀରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ବିଜେପି ୪୭ଟି ଆସନରେ ଏବଂ ଆମ ଆଦମୀ ପାର୍ଟି ୨୩ଟି ଆସନରେ ଆଗୁଆ ରହିଛି। ଏଥର କଂଗ୍ରେସ ଖାତାରେ ବିଶେଷ ଫଳାଫଳ ନାହିଁ । ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ଆସନରୁ, ସତ୍ୟେନ୍ଦ୍ର ଜୈନ ଶାକୁର ବସ୍ତିରୁ ଏବଂ ମନୀଷ ସିସୋଦିଆ ଜଙ୍ଗପୁରା ଆସନରୁ ନିର୍ବାଚନ ହାରିଯାଇଛନ୍ତି। ସୌରଭ ଭରଦ୍ୱାଜ ଗ୍ରେଟର କୈଳାସରୁ ପଛରେ ଅଛନ୍ତି। କିନ୍ତୁ ଆତିଶୀ କାଲକାଜୀ ଆସନରୁ ବିଜୟୀ ହୋଇଛନ୍ତି।
ଦିଲ୍ଲୀରେ ସାଧାରଣ ଲୋକଙ୍କ ସମସ୍ୟା ଉଠାଇ ଆମ ଆଦମୀ ପାର୍ଟି ୨୦୧୫ରେ ୬୭ଟି ଆସନରେ ବିଜୟଲାଭ କରିବାରେ ସଫଳ ହୋଇଥିଲା । ସେତେବେଳେ ବିଜେପି ସହିତ କଂଗ୍ରେସ ସମ୍ପୂର୍ଣ୍ଣ ପୋଛି ହୋଇଯାଇଥିଲା। ୨୦୨୦ ନିର୍ବାଚନରେ ମଧ୍ୟ ଚିତ୍ର ପ୍ରାୟତଃ ସମାନ ରହିଥିଲା। କେଜ୍ରିୱାଲଙ୍କ ଦଳ ମୋଟ ୬୨ଟି ଆସନରେ ବାଜିମାତ କରିଥିଲା । ବିଜେପିକୁ ମାତ୍ର ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଆମ ଆଦମୀ ପାର୍ଟି ସବୁବେଳେ ଦାବି କରିଆସିଛି ଯେ, ତାଙ୍କ ଶାସନ କାଳରେ ମାଗଣା ବିଦ୍ୟୁତ୍-ପାଣି, ମୋହଲ୍ଲା କ୍ଲିନିକ୍ ଏବଂ ସ୍କୁଲର ସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ, ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ଦଳ ମାତ୍ର ୧୦ ବର୍ଷ ମଧ୍ୟରେ ଲୋକଙ୍କ ବିଶ୍ୱାସଭାଜନରୁ କାହିଁକି ଦୂରେଇଲେ ?
ପ୍ରକୃତରେ, ଆପର ଦ୍ୱିତୀୟ କାର୍ଯ୍ୟକାଳରେ ଅନେକ ଦୁର୍ନୀତି ସମ୍ନାକୁ ଆସିଥିଲା । ମଦ ଦୁର୍ନୀତି ଏବଂ ଶୀଶମହଲ ନିର୍ମାଣର ଅଭିଯୋଗ ଆସିଥିଲା। ସେହି ସମୟରେ, ଯମୁନାରେ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ବିଜେପି ଆପକୁ ଟାର୍ଗେଟ୍ କରିଥିଲା । ଯାହାକୁ ଆମ ଆଦମୀ ପାର୍ଟି ମୁକାବିଲା କରିବାରେ ବିଫଳ ହୋଇଥିଲା। ୨୦୧୩ ମସିହାରେ, ଅରବିନ୍ଦ କେଜରିୱାଲ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ପରାସ୍ତ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ତାଙ୍କୁ ୨୫,୦୦୦ ଭୋଟ ମିଳିଥିଲା। ଏହା ପରେ, ୨୦୧୫ରେ, ସେ ବିଜେପିର ନୁପୁର ଶର୍ମାଙ୍କୁ ୩୧୦୦୦ ଭୋଟରେ ପରାସ୍ତ କରିଥିଲେ। ୨୦୨୦ ମସିହାରେ ସେ ବିଜେପିର ସୁନୀଲ ଯାଦବଙ୍କୁ ୨୧୦୦୦ ଭୋଟରେ ପରାସ୍ତ କରିଥିଲେ।
କିନ୍ତୁ ଏଥର ନିଜେ କେଜ୍ରିୱାଲ ଖୁବ ବଡ଼ ପରାଜୟର ସମ୍ମୁଖୀନ ହୋଇଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏଥର ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ଦଳ ଲୋକଙ୍କ ମନୋଭାବକୁ ମାପିବାରେ ଏବଂ ଦିଲ୍ଲୀର ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଦ୍ୱିତୀୟ କାର୍ଯ୍ୟକାଳରେ, ଅଧିକାଂଶ ସମୟରେ ରାଜନୈତିକ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଖବର ଲୋକଙ୍କୁ ମତ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା ।
କେଜରିୱାଲ ଏବଂ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରେ ଦୁର୍ନୀତିର ଅନେକ ଅଭିଯୋଗ ଆସିଥିଲା। ବିଶେଷକରି, କେଜରିୱାଲଙ୍କୁ ମଦ ଦୁନୀତି ସହିତ ଜଡିତ କରାଯାଇ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା । ଯାହା ଦ୍ୱାରା କେଜ୍ରିୱାଲଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଥିଲା । ଏହା ବ୍ୟତୀତ "ଶୀଶମହଲ"ର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ଯାହା ତାଙ୍କ ଆମ ଆଦମୀ ପାର୍ଟିର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିଲା। ସ୍ୱଚ୍ଛ ପାଣି ଏବଂ ସ୍ୱେରେଜ୍ ସମସ୍ୟାର ସମାଧାନ କରିନପାରିବାରୁ ଲୋକମାନେ ଅରବିନ୍ଦ କେଜରିୱାଲଙ୍କ ଉପରେ କ୍ରୋଧିତ ହୋଇଥିଲେ। ଅନେକ ଥର ଲୋକମାନେ ଅଭିଯୋଗ କରିଥିଲେ ଯେ, କେଜ୍ରିୱାଲ ପ୍ରତିଶ୍ରୁତି ପାଳନ କରୁନାହାନ୍ତି । ଉପରାଜ୍ୟପାଳ ଏବଂ କେନ୍ଦ୍ର ସରକାରଙ୍କ ସହିତ ତାଙ୍କର ପ୍ରତିଦିନର ବିବାଦ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ବର୍ତ୍ତମାନ ଆପର ପରିସ୍ଥିତି ଏପରି ହୋଇଛି ଯେ, ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ନିର୍ବାଚନ ହାରି ଯାଇଛନ୍ତି। ଅନ୍ୟ ବଡ଼ ନେତାମାନେ ମଧ୍ୟ ପରାଜୟର ଧାଡ଼ିରେ ଅଛନ୍ତି। ଏହି ଦମଦାର ପରାଜୟରୁ ଆମ ଆଦମୀ ପାର୍ଟି କି ଶିକ୍ଷା ନେଉଛି ତାହା ଦେଖିବା ବାକି ରହିଲା।
Also Read- Delhi New CM: ଦିଲ୍ଲୀରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଚର୍ଚ୍ଚାରେ ରହିଛନ୍ତି ଏହି ଚେହେରା...