Odisha celebrity calendar : ଓଲିଉଡ଼ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫ ଉନ୍ମୋଚିତ
Advertisement
Article Detail0/zeeodisha/odisha2629088

Odisha celebrity calendar : ଓଲିଉଡ଼ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫ ଉନ୍ମୋଚିତ

ଶ୍ରାବଣୀ କ୍ରିଏସନ୍ସ ପ୍ରସ୍ତୁତ କରିଥିବା "ଆଜହାର୍ସ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫"ର ଶୁଭ ଉନ୍ମୋଚନ, ଭୁବନେଶ୍ୱରର ଲାଇଫ୍ ହୋଟେଲରେ ହୋଇଛି। ଏହି କ୍ୟାଲେଣ୍ଡର ଉନ୍ମୋଚନ ଉତ୍ସବରେ ଶ୍ରାବଣୀ, ଆଜହାର, ଅଭିନେତା ଅନୁଭବ ମହାନ୍ତି, ଶୁଭାଶିଷ ଶର୍ମା (ମଣ୍ଟୁ), ପ୍ରଯୋଜକ ଟୁଟୁ ନାୟକ, ଅଭିନେତ୍ରୀ ପୁନମ ମିଶ୍ର, ଶୀତଲ ପାତ୍ର,ଆନିଶା ଶର୍

Odisha celebrity calendar : ଓଲିଉଡ଼ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫ ଉନ୍ମୋଚିତ

Odisha celebrity calendar : ଶ୍ରାବଣୀ କ୍ରିଏସନ୍ସ ପ୍ରସ୍ତୁତ କରିଥିବା "ଆଜହାର୍ସ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫"ର ଶୁଭ ଉନ୍ମୋଚନ, ଭୁବନେଶ୍ୱରର ଲାଇଫ୍ ହୋଟେଲରେ ହୋଇଛି। ଏହି କ୍ୟାଲେଣ୍ଡର ଉନ୍ମୋଚନ ଉତ୍ସବରେ ଶ୍ରାବଣୀ, ଆଜହାର, ଅଭିନେତା ଅନୁଭବ ମହାନ୍ତି, ଶୁଭାଶିଷ ଶର୍ମା (ମଣ୍ଟୁ), ପ୍ରଯୋଜକ ଟୁଟୁ ନାୟକ, ଅଭିନେତ୍ରୀ ପୁନମ ମିଶ୍ର, ଶୀତଲ ପାତ୍ର,ଆନିଶା ଶର୍ମାଙ୍କ ସମେତ ବଲିଉଡ ଅନେକ ନାମୀ କଳାକାର ଏବଂ ମୋଡେଲ ଯୋଗଦେଇଥିଲେ।

କ୍ୟାଲେଣ୍ଡରରେ ଅନେକ ମୋଡେଲଙ୍କ ସମେତ ଅଭିନେତାମାନଙ୍କ ମଧ୍ୟରୁ ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ଶୁଭାଶିଷ ଶର୍ମା (ମଣ୍ଟୁ), ଅଭିନେତ୍ରୀଙ୍କ ମଧ୍ୟରୁ ପୁନମ ମିଶ୍ର, ଶିବାନୀ ସଂଗୀତା, ଶୀତଲ ପାତ୍ରଙ୍କ ଫଟୋ ସ୍ଥାନିତ ହୋଇଛି। ଏହି କ୍ୟାଲେଣ୍ଡର ପାଇଁ ଶ୍ରାବଣୀ କ୍ରିଏସନ୍ସ ର ଅନେକ ସହଯୋଗ ରହିଛି । ଆମ ଓଲିଉଡ଼ର ଅଭିନେତା, ଅଭିନେତ୍ରୀ ଭାଇ ଭଉଣୀମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସବୁ ସମୟରେ ଏକାଠି ହୋଇପାରନ୍ତିନି, ଏହି କ୍ୟାଲେଣ୍ଡର ଯୋଗୁଁ ଆମେ ସମସ୍ତ କଳାକାର ଭାଇ ଭଉଣୀ ଏକାଠି ହେଇପାରୁଛୁ ବୋଲି ସୁପରଷ୍ଟାର ଅନୁଭବ ମହାନ୍ତି ଗଣମାଧ୍ୟମକୁ କହିଥିଲେ। ଆଜହାର ଙ୍କ ସହିତ ବିତିଥିବା ମଧୁର ମୁହୂର୍ତ୍ତ କଥା ମଧ୍ୟ୍ୟ ପ୍ରକାଶ କରିଥିଲେ। ଆଜହାରଙ୍କ ପରିକଳ୍ପନା ଯୋଗୁଁ ସେଲିବ୍ରିଟି କ୍ୟାଲେଣ୍ଡର ସମ୍ଭବ ହୋଇପାରିଛି ବୋଲି କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ସମସ୍ତ ଅଭିନେତା, ଅଭିନେତ୍ରୀ ଏବଂ ମୋଡେଲ ମାନେ ଆଜହାରଙ୍କୁ ଢେର ପ୍ରଶଂସା କରିଥିଲେ। ଏ ସୁଯୋଗ ପ୍ରତି ବର୍ଷ ଶ୍ରାବଣୀ କ୍ରିଏସନ୍ସ ଆଣିଦେଉଥାଉ ବୋଲି ସମସ୍ତେ ପ୍ରସ୍ତାବ ରଖିଥିଲେ।