Advertisement
Photo Details/zeeodisha/odisha2639302
photoDetails0hindi

Jollywood News: କଳାକାର ପଇସା ପାଇଁ ବି ବିକ୍ରି ହୁଅନ୍ତି: ଗୌର ଦାସ !

ଗଣମାଧ୍ୟମକୁ ନିଜର ପାଉଣା ବିଷୟରେ କହି ଏବେ ଚର୍ଚ୍ଚାରେ ଯାତ୍ରା କଳାକାର ଗୌର ଦାସ 

1/6

ନିଶ୍ଚିତ ପଇସା ପାଇଁ ଆମେ ଯାତ୍ରା ପାର୍ଟି ପରିବର୍ତ୍ତନ କରୁ, କାରଣ ଆଗେ ପେଟ ଚିନ୍ତା। ମୁଁ କିନ୍ତୁ ପଇସା ଅପେକ୍ଷା ପରିବେଶକୁ ଅଧିକ ଗୁରୁତ୍ବ ଦିଏ

2/6

ଗୌର କହିଛନ୍ତି, ମୁଁ ନାଁ ନେଉ ନାହିଁ ଗୋଟେ ପାର୍ଟିରେ କଣ୍ଡିସନ୍ କରାଯାଇଥଲି ୩ ବର୍ଷ ରହିବାକୁ, ସେ ପରିବେଶ ମତେ ଭଲ ଲାଗିଲା ନାହିଁ। 

3/6

ଚଳିତ ବର୍ଷ ପାଇଁ ଗୌର ଦାସ ବର୍ଷକୁ ୫୫ ଲକ୍ଷ ଟଙ୍କାରେ ଯାତ୍ରାରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି। 

4/6

ଚଳିତ ବର୍ଷ ଶିବାନୀ ଗଣନାଟ୍ୟରେ ଗୌର ଦାସ ଯୋଗ ଦେଇଛନ୍ତି। ଖଣ୍ଡଗିରି ଯାତ୍ରାରେ ନିଜ ଅଭିନୟର ଯାଦୁ ଦେଖାଉଛନ୍ତି। ପ୍ରଥମ ଦିନରେ ହାଉସଫୁଲ୍ ଥିବା ଦେଖିବାକୁ ମିଳିଛି।

5/6

ଅଭିନୟକୁ ସେ ଜୀବନଠାରୁ ଅଧିକ ଭଲ ପାଆନ୍ତି। ଏପରିକି ବାପାମା’ଙ୍କ ମୃତ୍ୟୁ ଖବର ପାଇଲା ପରେ ବି କୋହକୁ ଚାପିରଖି ଓହ୍ଲାଇଥିଲେ ମଞ୍ଚକୁ। 

6/6

ସାରା ଜୀବନ ସେ ବଞ୍ଚି ଆସିଛନ୍ତି ଯାତ୍ରାର ନିଶାରେ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିଜାମପୁର ଗାଁରେ ତାଙ୍କର ଜନ୍ମ । ୧୯୯୫ ରେ ଯାତ୍ରା ଜୀବନ ଆରମ୍ଭ କରିଥିବା ଗୌର ନିଜର ସ୍ପଷ୍ଟ ସଂଳାପ ଉଚ୍ଚାରଣ ଓ ଉଚ୍ଚକୋଟୀର ଅଭିନୟ ପାଇଁ ବେଶ୍ ଜଣାଶୁଣା।