Hindu in pakistan: ପାକିସ୍ତାନର ଏକମାତ୍ର ହିନ୍ଦୁ ରାଜପରିବାର,ଯାହାକୁ ପାକ୍ ସରକାର ବି ଡରନ୍ତି
Advertisement
Article Detail0/zeeodisha/odisha2045879

Hindu in pakistan: ପାକିସ୍ତାନର ଏକମାତ୍ର ହିନ୍ଦୁ ରାଜପରିବାର,ଯାହାକୁ ପାକ୍ ସରକାର ବି ଡରନ୍ତି

  ଭାରତୀୟ ଉପମହାଦେଶର ବିଭାଜନ ପରେ ଗଡଜାତ ରାଜ୍ୟ ସବୁ ନିଜ ଇଛାରେ ପାକିସ୍ତାନ ଓ ଭାରତ ମଧ୍ୟରୁ ଗୋଟିକକୁ ବାଛିଥିଲେ । କିନ୍ତୁ କିଛି ରାଜ୍ୟ ଭୌଗଳିକ କାରଣରୁ ପାକିସ୍ତାନ କିମ୍ବା ଭାରତରେ ରହିବାକୁ ବାଧ୍ୟ ହୋଇଥିଲେ । ସେହିଭଳି ଗୋଟିଏ ରାଜ୍ୟ ହେଉଛି ଅମରକୋଟ୍,ଯାହା ଏବେ ଉମରକୋଟ୍ ଭାବେ ପରିଚିତ । ହିନ୍ଦୁ ରାଜ ପରିବାର ଦ୍ୱାରା ଶାସିତ

SOCIAL MEDIA

Hindu in pakistan: 

ଭାରତୀୟ ଉପମହାଦେଶର ବିଭାଜନ ପରେ ଗଡଜାତ ରାଜ୍ୟ ସବୁ ନିଜ ଇଛାରେ ପାକିସ୍ତାନ ଓ ଭାରତ ମଧ୍ୟରୁ ଗୋଟିକକୁ ବାଛିଥିଲେ । କିନ୍ତୁ କିଛି ରାଜ୍ୟ ଭୌଗଳିକ କାରଣରୁ ପାକିସ୍ତାନ କିମ୍ବା ଭାରତରେ ରହିବାକୁ ବାଧ୍ୟ ହୋଇଥିଲେ । ସେହିଭଳି ଗୋଟିଏ ରାଜ୍ୟ ହେଉଛି ଅମରକୋଟ୍,ଯାହା ଏବେ ଉମରକୋଟ୍ ଭାବେ ପରିଚିତ । ହିନ୍ଦୁ ରାଜ ପରିବାର ଦ୍ୱାରା ଶାସିତ ଉମରକୋଟ୍ ଏବେ ପାକିସ୍ତାନରେ ଅଛି । ପାକିସ୍ତାନରେ ହିନ୍ଦୁ ସଂଖ୍ଯାଲଘୁଙ୍କ ଭିତରେ ସଂଖ୍ୟାଲଘୁ ହୋଇଥିବା ବେଳେ ଏହି ରାଜ ପରିବାରର ବର୍ଚସ୍ୱ କିନ୍ତୁ ଏବେ ମଧ୍ୟ ଅଛି । ଏମିତିକି କୁହାଯାଏ ଯେ, ପାକିସ୍ତାନ ସରକାର ମଧ୍ଯ ଏହି ରାଜ ପରିବାରକୁ ଅସନ୍ତୁଷ୍ଟ କରିବାକୁ ଚାହାନ୍ତି ନାହିଁ । ଏଇଥିରୁ ଜଣା ପଡେ ଏହି ରାଜବଂଶର ପ୍ରଭାବ କେତେ ।

ସିନ୍ଧରେ ଅଛି ଉମରକୋଟ୍

ଉମରକୋଟର ବର୍ତ୍ତମାନ ରାଜା ହେଉଛନ୍ତି କରନି  ସିଂ ସୋଡା । ପାକିସ୍ତାନରେ କରନି ସିଂଙ୍କର ବହୁତ ପ୍ରଭାବ ରହିଛି। କରନି ସିଂ ହେଉଛନ୍ତି ହମିର ସିଂ ସୋଡାଙ୍କ ପୁଅ। ଆରମ୍ଭରୁ ପାକିସ୍ତାନ ରାଜନୀତିରେ ହମିର ସିଂଙ୍କ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ହମିର ସିଂଙ୍କ ପିତା ରାଣା ଚନ୍ଦ୍ର ସିଂ ଅମରକୋଟର ଶାସକ ଥିଲେ। ରାଜନୀତିରେ ତାଙ୍କର ହସ୍ତକ୍ଷେପ ଏବଂ ଜବରଦସ୍ତ ପ୍ରଭାବ ଯୋଗୁଁ ଚନ୍ଦ୍ର ସିଂ 7 ଥର ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ଥିଲେ। ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ ସହଯୋଗୀ ଥିଲେ।

ରାଣା ଚନ୍ଦ୍ର ସିଂ ତିଆରି କରିଥିଲେ ହିନ୍ଦୁଙ୍କ ପାଇଁ ଦଳ

ଚନ୍ଦ୍ର ସିଂ ବେନଜିର ଭୁଟ୍ଟୋଙ୍କ ସରକାରରେ  ମନ୍ତ୍ରୀ ଥିଲେ। ସୋଡା ରାଜ ପରିବାରର କେହି ନା କେହି ସବୁବେଳେ ପାକିସ୍ତାନ  ରାଜନୀତିରେ ସକ୍ରୀୟ ଥାନ୍ତି । ଅମରକୋଟର ବର୍ତ୍ତମାନର ରାଜା କରନି ସିଂ ମଧ୍ୟ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ସେ ସୋସିଆଲ ମିଡିଆ ଜରିଆରେ ଲୋକମାନଙ୍କୁ ତାଙ୍କ କଥା ଜଣାଇଥାନ୍ତି ।  ତାଙ୍କ ଜେଜେ ରାଣା ଚନ୍ଦ୍ର ସିଂ 1990 ମସିହାରେ ପାକିସ୍ତାନ ପିପୁଲ୍ସ ପାର୍ଟିରୁ ଅଲଗା ହେବା ପରେ ପାକିସ୍ତାନ ହିନ୍ଦୁ ପାର୍ଟି ଗଠନ କରିଥିଲେ। ତାଙ୍କ ଦଳର ପତାକା ରଙ୍ଗ ଗେରୁଆ ଥିଲା ।  ଯେଉଁଥିରେ ଓମ୍ ଏବଂ ତ୍ରିଶୂଲ ମଧ୍ୟ ଥିଲା । 2009 ରେ ସେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଦଳର ସ୍ଲୋଗାନ ଥିଲା ହିନ୍ଦୁମାନଙ୍କର ଶକ୍ତି। ଦଳ ପ୍ରାଚୀନ ହିନ୍ଦୁ ମୂଲ୍ୟବୋଧକୁ ସମର୍ଥନ କରୁଥିଲା।

ମୁସଲମାନ ସୁରକ୍ଷାକର୍ମୀ ରାଜାଙ୍କ ଅଙ୍ଗରକ୍ଷକ

କରନି ସିଂ ବର୍ତ୍ତମାନ ଅମରକୋଟ୍ ବା ଉମରୋକଟର ରାଜା । ରାଜତନ୍ତ୍ର ନଥିଲେ ମଧ୍ୟ ତାଙ୍କ ପରିବାରର ଦବଦବା ପୂର୍ବଭଳି ରହିଛି ।  ସେ ଯେଉଁଆଡେ ଯାଆନ୍ତି, ତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି । ତାଙ୍କ ନିଜ ଅଙ୍ଗରକ୍ଷୀମାନେ ମଧ୍ୟ ତାଙ୍କ ସହିତ ରୁହନ୍ତି।  ତାଙ୍କର ଅଧିକାଂଶ ସୁରକ୍ଷାକର୍ମୀ ମୁସଲମାନ ଅଟନ୍ତି। ତାଙ୍କ ଅଙ୍ଗରକ୍ଷୀଙ୍କ ପାଖରେ ବନ୍ଧୁକ ଠାରୁ AK 47 ରାଇଫଲ ପର୍ଯ୍ୟନ୍ତ ସବୁକିଛି ଅଛି । ତାଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ମୁସଲମାନମାନେ ବିଶ୍ୱାସ କରନ୍ତି ଯେ ହମିର ସିଂଙ୍କ ପରିବାର ରାଜା ପୁରଙ୍କ ବଂଶଜ ।  ସେଥିପାଇଁ ଆଜି ବି ସେମାନେ ତାଙ୍କୁ ସେମାନଙ୍କର ଶାସକ ଭାବରେ ବିବେଚନା କରନ୍ତି ଏବଂ ସବୁବେଳେ ତାଙ୍କ ସୁରକ୍ଷାରେ ନିୟୋଜିତ ରୁହନ୍ତି  ।

ରାଜସ୍ଥାନର ରାଜ ପରିବାର ସହିତ ସମ୍ପର୍କ

କରନି ସିଂ 20 ଫେବୃଆରୀ 2015 ରେ ରାଜସ୍ଥାନର ରାଜ ପରିବାରର ଝିଅ ରାଜକୁମାରୀ ପଦ୍ମିନୀଙ୍କୁ ବିବାହ କରିଥିଲେ। ସେ ଜୟପୁରର କାନୋଟା ର ଠାକୁର ମାନସିଂହଙ୍କ ଝିଅ ଅଟନ୍ତି । କରନି ସିଂଙ୍କ ବିବାହ ଶୋଭାଯାତ୍ରା ପାକିସ୍ତାନର ଅମରକୋଟରୁରୁ ଭାରତ ଆସିଥିଲା। ପାକିସ୍ତାନ ଗଠନ ସମୟରେ ରାଣା ଚନ୍ଦ୍ର ସିଂଙ୍କ ରାଜକୁମାର ରାଜ୍ୟ ଅମରକୋଟ ସବୁଠାରୁ ଶକ୍ତିଶାଳୀ ତଥା ବୃହତ୍ତମ ଗଡଜାତ ରାଜ୍ୟ ଥିଲା। ଏହି ରାଜ୍ୟ 22,000 କିଲୋମିଟର ଅଞ୍ଚଳରେ ବ୍ୟାପିଥିଲା ।

ଆକବର ଉମରକୋଟ ଦୁର୍ଗରେ ଜନ୍ମଗ୍ରହଣ କରିଥିଲେ

ଉମରକୋଟର ପ୍ରସିଦ୍ଧ ଦୁର୍ଗ ସୋଡା ରାଜ ପରିବାରର ମାଲିକାନାରେ ଅଛି । ମୋଗଲ ସମ୍ରାଟ ଆକବର ଏହି ଦୁର୍ଗରେ ଜନ୍ମ ହୋଇଥିଲେ ।  ହୁମାୟୁନ୍, ଶେର୍ ଶାହା ସୁରିଙ୍କଠାରୁ ହାରିବା ପରେ ପଳାୟନ କାଳରେ ଅମରକୋଟର ହିନ୍ଦୁ ରାଜା ତାଙ୍କୁ ଏହି ଦୁର୍ଗରେ ଆଶ୍ରୟ ଦିଆଯାଇଥିଲା ।  ଥାର ପାକର, ଉମରକୋଟ ଏବଂ ମିଥୀର ହିନ୍ଦୁ ଏବଂ ମୁସଲମାନ ଏହି ପରିବାରକୁ ସେମାନଙ୍କର ଶାସକ ଭାବରେ ବିବେଚନା କରନ୍ତି। ରାଜାଙ୍କ ରାଜ୍ୟାଭିଶେକରେ ଉଭୟ ହିନ୍ଦୁ ଓ ମୁସଲମାନ ଯୋଗ ଦେଇଥାନ୍ତି ।