Gogamedi murder case: କରଣୀ ସେନା ମୁଖ୍ୟ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଲିଙ୍କର ଭିତିରି କଥା
Advertisement
Article Detail0/zeeodisha/odisha1997742

Gogamedi murder case: କରଣୀ ସେନା ମୁଖ୍ୟ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଲିଙ୍କର ଭିତିରି କଥା

  ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣି ସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ପରେ ରାଜସ୍ଥାନରେ ଉତ୍ତେଜନା ଦେଖାଦେଇଛି। ରାଜପୁତ କରଣି ସେନା କର୍ମୀ ରାସ୍ତାରେ ବିରୋଧ କରୁଛନ୍ତି।  ସୁଖଦେବ ସିଂଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଫାଶୀ ଦିଆନଗଲେ ସେମାନେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ କରାଇ ଦେବେ ନାହ

SOCIAL MEDIA

Gogamedi murder case: 

ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣି ସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ପରେ ରାଜସ୍ଥାନରେ ଉତ୍ତେଜନା ଦେଖାଦେଇଛି। ରାଜପୁତ କରଣି ସେନା କର୍ମୀ ରାସ୍ତାରେ ବିରୋଧ କରୁଛନ୍ତି।  ସୁଖଦେବ ସିଂଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଫାଶୀ ଦିଆନଗଲେ ସେମାନେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ କରାଇ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପୋଲିସ ଆଗରେ ସବୁଠାରୁ ବଡ ଆହ୍ୱାନ ହେଉଛି ରାଜପୁତ କରଣି ସେନାର କର୍ମୀଙ୍କୁ ଶାନ୍ତ କରିବା । ଏସବୁ ମଧ୍ୟରେ ସମସ୍ତଙ୍କ ମନରେ ଏକ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେଲରେନ୍ସ ବିଷ୍ଣୋଇ ସହ ସୁଖଦେବ ସିଂ ଗୋଗାମେଡିଙ୍କ ଶତ୍ରୁତା କ’ଣ ଥିଲା, ଲରେନ୍ସ କାହିଁକି ସୁଖଦେବ ସିଂ ଗୋଗାମେଡିଙ୍କୁ ରାସ୍ତାରୁ ହଟାଇଲା?

ଗୋଗାମେଡିଙ୍କୁ ହତ୍ୟା କରିବା ପରେ ରୋହିତ ଗୋଦରା କପୁରିସର ନାମକ ଗ୍ୟାଙ୍ଗଷ୍ଟର ନିଜ ଫେସବୁକ ପେଜରେ ଏକ ପୋଷ୍ଟ କରି ହତ୍ୟାକାଣ୍ଡ ପାଇଁ ଉତରଦାୟିତ୍ୱ ନେଇଛି । ସୂଚନାଯୋଗ୍ୟ ଯେ, ରୋହିତ ଲରେନ୍ସର ସାଥି । ଏହି ପୋଷ୍ଟରେ ସେ ଲଖିଛି ଯେ, "ସମସ୍ତଙ୍କୁ ରାମ-ରାମ, ମୁଁ ରୋହିତ ଗୋଦାରା କାପୁରିସର, ଗୋଲ୍ଡି ବ୍ରାର ଭାଇମାନେ, ଆଜି ଯେଉଁ ସୁଖଦେବ। ସିଂ ଗୋଗାମେଡିଙ୍କୁ ହତ୍ୟା କରାଯାଇଛି, ସେଥିପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ଦାୟୀ। ଆମେ ଏହି ହତ୍ୟାକାଣ୍ଡ କରିଛୁ । ଭାଇମାନେ, ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ସେ ଆମର ଶତ୍ରୁମାନଙ୍କ ସହ ସହଯୋଗ କରୁଥିଲା । ତେଣୁ ତାକୁ ହତ୍ୟା କରାଗଲା ଏବଂ ଆମର ଶତ୍ରୁମାନଙ୍କୁ କହି ରଖେ ଯେ,ସେମାନେ ନିଜ ଘର ଦୁଆର ମୁହଁରେ କୋକେଇ  ପ୍ରସ୍ତୁତ କରି ରଖନ୍ତୁ, ଆମେ ଶୀଘ୍ର ସେମାନଙ୍କୁ ଭେଟିବାକୁ ଯାଉଛୁ! ”

ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗ ଥିବା ନିଶ୍ଚିତ ହୋଇଥିଲା । ଜେଲରେ ଥିବା ଲରେନ୍ସ ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି କୁହାଯାଉଛି। ସୂଚନାନୁସାରେ, ହତ୍ୟାର  କିଛି ଦିନ ପୂର୍ବରୁ ସୁଖଦେବ ସିଂ ଗୋଗାମେଡିଙ୍କୁ ଲରେନ୍ସ  ଗ୍ୟାଙ୍ଗର ସୁଟର ସମ୍ପତ ନେହେରା ଫୋନ୍ କରି ହତ୍ୟା ଧମକ ଦେଇଥିଲା । ଧମକ ପାଇବା ପରେ ସୁଖଦେବ ସିଂ ଗୋଗାମେଡି ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇଥିଲେ। ଆଜି ନହେବେ ବି କେବେ ନା କେବେ ଲରେନ୍ସ ଗ୍ୟାଙ୍ଗ ତାଙ୍କ ଉପରେ ଆକ୍ରମଣ କରିବ ବୋଲି ସୁଖଦେବ ଆଶଙ୍କା କରୁଥିଲେ ।

ଧମକ ସୁରକ୍ଷା ମାଗିଥିଲେ କିନ୍ତୁ ପୋଲିସ ସୁରକ୍ଷା ମିଳିନଥିଲା

 ଠିକ୍ ଏକ ବର୍ଷ ପୂର୍ବେ ରାଜସ୍ଥାନର  ସିକର୍ ଜିଲ୍ଲାରେ ଗ୍ୟାଙ୍ଗଷ୍ଟର ରାଜୁ ଥାଥଙ୍କୁ ତାଙ୍କ ଘର ବାହାରେ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ ଗୁଳି କରି ହତ୍ୟା କରିଥିଲା। ଏହି କାରଣରୁ ସୁଖଦେବ ସିଂ ଗୋଗମେଡି ଆହୁରି ଚିନ୍ତିତ ଥିଲେ। ଏହି ଧମକ ପରେ ସେ ଜୟପୁର ପୋଲିସ ଅଧିକାରୀଙ୍କୁ ଭେଟି ତାଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଥିଲେ ମଧ୍ୟ ଜୟପୁର ପୋଲିସ ଅଧିକାରୀ ଏହାକୁ ଗୁରୁତ୍ୱ ଦେଇନଥିଲେ। ସୂଚନାନୁସାରେ, ପୂର୍ବରୁ ସୁଖଦେବ ତାଙ୍କ ସହ ଜଣେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ରଖିଥିଲେ କିନ୍ତୁ ଧମକ ପାଇବା ପରେ ସେ ଅନ୍ୟ ଜଣଙ୍କୁ ସୁରକ୍ଷାକର୍ମୀ ଭାବେ ନିଯୁକ୍ତ କରିଥିଲେ। ସୁଖଦେବଙ୍କ ସହିତ ଦୁଇ ଜଣ ସୁରକ୍ଷାକର୍ମୀ ସବୁବେଳେ ରହୁଥିଲେ ।

ଉଭୟ ସୁଟରଙ୍କୁ ବିନା ଯାଞ୍ଚରେ ଘର ଭିତରକୁ ଛଡା ଯାଇତଥିଲା

ଏହି ଦୁଇ ବ୍ୟକ୍ତିଗତ ରାକ୍ଷୀ ସବୁବେଳେ ସୁଖଦେବଙ୍କ ସହିତ ସବୁବେଳେ ଛାୟା ପରି ରହୁଥିଲେ କିନ୍ତୁ ଘଟଣା ଦିନ ସେମାନେ ଦୁଇ ସୁଟରଙ୍କ ଯାଞ୍ଚ ନକରି ଘର ଭିତରକୁ ଯିବାକୁ ଦେଇଥିଲେ ।  ଯେହେତୁ ଉଭୟ ସୁଟର ନବୀନ ଶେଖୱତଙ୍କ ସହ ଆସିଥିଲେ ଏବଂ ନବୀନ ସୁଖଦେବ ସିଂ ଗୋଗାମେଡିଙ୍କର ଜଣେ ପରିଚିତ ଥିଲେ ତେଣୁ  ଉଭୟ ସୁଟରଙ୍କୁ ବାହାରେ ଯାଞ୍ଚ କରାଯାଇନଥିଲା ବୋଲି ଆଶଙ୍କା କରାଯାଉଛି ।  ଏହି ଭୁଲ ମଧ୍ୟ ସୁଖଦେବଙ୍କ ହତ୍ୟାର କାରଣ ହୋଇଥିଲା ।

17 ରାଉଣ୍ଡ ଗୁଳିମାଡ଼

ଲରେନ୍ସ ଗ୍ୟାଙ୍ଗ ଅନୁଭବ କରୁଥିଲା  ଯେ, ସୁଖଦେବ ସିଂ ଗୋଗାମେଡି ସେମାନଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି, ତେଣୁ ପ୍ରଥମେ ସମ୍ପତ ନେହେରାଙ୍କ ଜରିଆର ତାଙ୍କୁ ଧମକ ଦିଆଯାଇଥିଲା । ପରେ ରୋହିତ ବିଦେଶରେ ବସି ସମଗ୍ର ଘଟଣାର ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲା ଏବଂ ମଙ୍ଗଳବାର ଦିନ ସୁଖଦେବ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଉଭୟ ସୁଟରଙ୍କୁ ସୁଖଦେବଙ୍କୁ ଭେଟିବା ପାଇଁ ଆଣିଥିବା ନବୀନ ଶେଖୱାଟ ଘଟଣା ବାବଦରେ କିଛି ମଧ୍ୟ ଆଗରୁ ଜାଣିନଥିଲେ । ଗୁଳିମାଡ ଆରମ୍ଭ ସହିତ ସେ ଏହାକୁ ବିରୋଧ କରିବାକୁ ତାଙ୍କୁ ମଧ୍ୟ ଗୁଳି କରାଯାଇଥିଲା । 20 ସେକେଣ୍ଡରେ 17 ରାଉଣ୍ଡ ଗୁଳି ଚଳାଇ ଦୁଇ ସୁଟର ଫେରାର ହୋଇଯାଇଥିଲେ । |