Baripada vigilance court: ବୈଶିଙ୍ଗା ମୋଟ ୧୬୦୮ଜଣ ଚାଷୀଙ୍କ ନାମରେ ଅନୁମୋଦିତ ହୋଇଥିବା ୧କୋଟି ୮୨ଲକ୍ଷ ୪୬ ହଜାର ୨୯୫ଟଙ୍କା ଋଣକୁ ଅଭିଯୁକ୍ତମାନେ ମାତ୍ର ୧୭୫ଜଣଙ୍କ ଭିତରେ ବାଣ୍ଟି ନେଇଥିଲେ । ପ୍ରତ୍ୟେକଙ୍କ ଭାଗରା ୧୦ ଲକ୍ଷ ୬୪ହଜାର ୧୨ଟଙ୍କା ପଡ଼ିଥିଲା ।
Trending Photos
ଭୁବନେଶ୍ୱର: ୨୦୦୮ ମସିହାରେ ବୈଶିଙ୍ଗା ଲ୍ୟାମ୍ପ୍ସରେ ଚାଷୀଙ୍କ ନିମନ୍ତେ ଡିଡବ୍ଳୁ ଓ ଡିଆର୍ ଯୋଜନା ଋଣ ପ୍ରଦାନ ନାଁରେ ହୋଇଥିବା ଦୁର୍ନୀତିର ବିଚାର କରି ଆଜି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଏହାସହ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ଜରିମାନା ଅନାଦେୟ ୩ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ।
ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ କାଁଶ ଗ୍ରାମର ସିଦ୍ଧେଶ୍ୱର ବାରିକ (୬୪), ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ କୁଜିଗଡି ଗ୍ରାମର ମୁକୁନ୍ଦ ପ୍ରସାଦ ଦାସ (୫୮) ଓ ହରିହର ଦାସ (୬୧), ଆମ୍ବଗଡିଆ ଗ୍ରାମର ଅଶୋକ କୁମାର ମହାପାତ୍ର (୬୧) ଓ ଖୁଣ୍ଟାପୁର ଗ୍ରାମର ବେଣୁଧର ନାଥ (୬୨) ।
ବୈଶିଙ୍ଗା ମୋଟ ୧୬୦୮ଜଣ ଚାଷୀଙ୍କ ନାମରେ ଅନୁମୋଦିତ ହୋଇଥିବା ୧କୋଟି ୮୨ଲକ୍ଷ ୪୬ ହଜାର ୨୯୫ଟଙ୍କା ଋଣକୁ ଅଭିଯୁକ୍ତମାନେ ମାତ୍ର ୧୭୫ଜଣଙ୍କ ଭିତରେ ବାଣ୍ଟି ନେଇଥିଲେ । ପ୍ରତ୍ୟେକଙ୍କ ଭାଗରା ୧୦ ଲକ୍ଷ ୬୪ହଜାର ୧୨ଟଙ୍କା ପଡ଼ିଥିଲା । ଏହା ଏକ ଗମ୍ଭୀର ଅର୍ଥନୀତିକ ଅନିୟମିତତା ଭିଜିଲାନ୍ସ ଏହାର ତଦନ୍ତ କରିଥିଲା । ଆଜି ବିଚାରପତି ପିକେ ପଣ୍ଡା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଶୁଣାଣି କରିଛନ୍ତି ।