କ୍ଷୀର ହାତରୁ ତଳକୁ ଖସିବା ସନ୍ତାନଙ୍କ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ନୂତନ ଘରକୁ ଯିବା ମାତ୍ରେ କ୍ଷୀର ଉତରିବା କିମ୍ବା କ୍ଷୀରୀ ପ୍ରସ୍ତୁତ କରାଯାଇଥାଏ।
Trending Photos
ନୂଆଦିଲ୍ଲୀ: ଚାଉଳ, କ୍ଷୀର, ଲୁଣ, ଚିନି ଓ ନଡିଆ ଏହି ୫ଟି ଜିନିଷ କଦାପି ହାତରୁ ତଳକୁ ଖସିବା ଉଚିତ ନୁହେଁ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଏହି ୫ଟି ଧଳା ଜିନିଷକୁ ହାତରୁ ଖସାଇବାକୁ ଅଶୁଭ ବୋଲି ମାନ୍ୟତା ରହିଛି...
ଲୁଣକୁ କଦାପି ହାତରୁ ତଳକୁ ପକାଇବା ଉଚିତ ନୁହେଁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ଜୀବନରେ ଅନେକ ସମସ୍ୟା ଲାଗି ରହେ। ଲୁଣକୁ ହାତରୁ ଖସାନ୍ତୁ ନାହିଁ।
କ୍ଷୀର ଭଳି ଧଳା ଜିନିଷକୁ ମଧ୍ୟ ଶୁଭ ଜିନିଷ କୁହାଯାଏ। କ୍ଷୀର ହାତରୁ ତଳକୁ ଖସିବା ସନ୍ତାନଙ୍କ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ନୂତନ ଘରକୁ ଯିବା ମାତ୍ରେ କ୍ଷୀର ଉତରିବା କିମ୍ବା କ୍ଷୀରୀ ପ୍ରସ୍ତୁତ କରାଯାଇଥାଏ।
ଚାଉଳକୁ ଅକ୍ଷତ କୁହାଯାଏ। ସମଗ୍ର ପୂଜା ସାମଗ୍ରୀରେ ଏହାକୁ ଗଣତି କରାଯାଏ। ଚାଉଳ ଭର୍ତ୍ତି ପାତ୍ର ହାତରୁ ଖସିବା ଅଶୁଭ ଖବର ଶୁଣିବାର ସଙ୍କେତ ଦେଇଥାଏ।
ମିଶ୍ରି ଓ ଚିନିକୁ ଭଗବାନଙ୍କ ଭୋଗ କୁହାଯାଏ। ଏହା ତଳେ ପଡିବା ଅଶୁଭ ସଙ୍କେତ ବୋଲି କୁହାଯାଏ।
ନଡିଆର ଭିତର ଅଂଶ ଧଳା ହୋଇଥାଏ। ଏହାକୁ ପୂଜାରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ହାତରୁ ଖସିବା କର୍ମକ୍ଷେତ୍ର ଓ ସଫଳତା ଦିଗରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ।