Diwali 2024: ଦୀପାବଳିରେ କିଣୁଥିବା ଏହି ୫ ପ୍ରକାରର ମିଠା ଶରୀର ପାଇଁ ବିଷ ସଦୃଶ !ରୁହନ୍ତୁ ସତର୍କ
Advertisement
Article Detail0/zeeodisha/odisha2491163

Diwali 2024: ଦୀପାବଳିରେ କିଣୁଥିବା ଏହି ୫ ପ୍ରକାରର ମିଠା ଶରୀର ପାଇଁ ବିଷ ସଦୃଶ !ରୁହନ୍ତୁ ସତର୍କ

Diwali 2024:  ପ୍ରେମ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବାର ପ୍ରତୀକ ଭାବରେ ମଧ୍ୟ ଦେଖାଯାଏ। କିନ୍ତୁ ଦୀପାବଳି ଅବସରରେ ବଜାରରେ ଅନେକ ପ୍ରକାରର ମିଠା ବିକ୍ରି ହୋଇଥାଏ, କିନ୍ତୁ ଏଥିମଧ୍ୟରୁ କିଛି ମିଠା ଅପମିଶ୍ରଣ ଏବଂ ଅତ୍ୟଧିକ ଚିନି ଏବଂ କ୍ୟାଲୋରୀ କାରଣରୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ୫ ପ୍ରକାରର ମିଠା ବିଷୟରେ ସବୁକିଛି...

Diwali 2024: ଦୀପାବଳିରେ କିଣୁଥିବା ଏହି ୫ ପ୍ରକାରର ମିଠା ଶରୀର ପାଇଁ ବିଷ ସଦୃଶ !ରୁହନ୍ତୁ ସତର୍କ
Diwali 2024: ଦୀପାବଳିରେ ମିଠାର ମହତ୍ତ୍ୱ ସମସ୍ତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ଦୃଷ୍ଟିକୋଣ ସହିତ ଗଭୀର ଭାବରେ ଜଡ଼ିତ । ଆଲୋକର ପର୍ବ ଭାବେ ପରିଚିତ ଦୀପାବଳି ସୁଖ, ସମୃଦ୍ଧି ଏବଂ ସକାରାତ୍ମକତାର ପ୍ରତୀକ ଏବଂ ସୁଖ ଓ ପ୍ରେମର ଏହି ଉତ୍ସବର ସବୁଠାରୁ ବିଶେଷ ଅଂଶ ହେଉଛି ମିଠା । ମିଠାକୁ ଖୁସି ଓ ଉତ୍ସବର ପ୍ରତୀକ ବୋଲି ବିବେଚନା କରାଯାଏ । ଦୀପାବଳିରେ ନିଜ ସମ୍ପର୍କୀୟ, ବନ୍ଧୁ ଓ ପଡ଼ୋଶୀଙ୍କୁ ମିଠା ବାଣ୍ଟିବା ଏକ ପାରମ୍ପରିକ ଅଭ୍ୟାସ। ଏହା ପରିବାର ଏବଂ ବନ୍ଧୁମାନଙ୍କ ମଧ୍ୟରେ ମଧୁର ସମ୍ପର୍କ, ପ୍ରେମ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବାର ପ୍ରତୀକ ଭାବରେ ମଧ୍ୟ ଦେଖାଯାଏ। କିନ୍ତୁ ଦୀପାବଳି ଅବସରରେ ବଜାରରେ ଅନେକ ପ୍ରକାରର ମିଠା ବିକ୍ରି ହୋଇଥାଏ, କିନ୍ତୁ ଏଥିମଧ୍ୟରୁ କିଛି ମିଠା ଅପମିଶ୍ରଣ ଏବଂ ଅତ୍ୟଧିକ ଚିନି ଏବଂ କ୍ୟାଲୋରୀ କାରଣରୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ୫ ପ୍ରକାରର ମିଠା ବିଷୟରେ ସବୁକିଛି...
 
ଦୀପାବଳି ରେ ବରଫି, ପେଡା, ଖୋୟା ମିଠା ଇତ୍ୟାଦି ସହ ମାୱା ମିଠା ଅଧିକ ବିକ୍ରି ହୋଇଥାଏ । ଏଥିରେ ଅପମିଶ୍ରିତ ମାୱା ବା ସିନ୍ଥେଟିକ୍ ମାୱା ବ୍ୟବହାର କରାଯାଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅପମିଶ୍ରିତ ମାୱା ପେଟ ଜନିତ ସମସ୍ୟାଠାରୁ ଆରମ୍ଭ କରି ଫୁଡ୍ ପଏଜନିଂ ପର୍ଯ୍ୟନ୍ତ ସବୁ କିଛି ର କାରଣ ହୋଇପାରେ। ଯଦି ଆପଣ ଏହି ମାୱାରୁ ତିଆରି ମିଠା ଖାଆନ୍ତି ତେବେ ଡାଇରିଆ ଓ କୋଷ୍ଠକାଠିନ୍ୟ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ବଢିଯାଇଥାଏ ।
 
ଚକୋଲେଟ୍ କୋଟେଡ୍ ମିଠା ପାଟିକୁ ସୁଆଦିଆ ତ ଲାଗେ କିନ୍ତୁ ଏହାକୁ ଅତ୍ୟଧିକ ଶର୍କରା, କୃତ୍ରିମ ରଙ୍ଗ ଏବଂ ସ୍ୱାଦରେ ମିଶାଯାଇ ତିଆରି କରାଯାଇଥାଏ । ଏହି ପଦାର୍ଥ ଉଭୟ ଶିଶୁ ଏବଂ ବୟସ୍କଙ୍କ ପାଇଁ କ୍ଷତିକାରକ ହୋଇପାରେ, କାରଣ ଏହା ଓଜନ ବୃଦ୍ଧି ସହିତ ରକ୍ତରେ ଶର୍କରା ସ୍ତରକୁ ପ୍ରଭାବିତ କରିପାରେ।
 
ରସଗୋଲା ମିଠାକୁ ଶିରା ରେ ବୁଡ଼ାଇ ଦିଆଯାଏ ଏବଂ ଏଥିରେ ଶର୍କରାର ମାତ୍ରା ଅଧିକ ଥାଏ। ଏହି ମିଠାର ଅଧିକ ସେବନ ମଧୁମେହ, ମୋଟାପଣ ଏବଂ ଦାନ୍ତ ଜନିତ ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ ଏହି ମିଠାରେ ବେଳେବେଳେ କୃତ୍ରିମ ରଙ୍ଗ ମଧ୍ୟ ବ୍ୟବହାର କରାଯାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।
 
ମିଠାରେ ପ୍ରୟୋଗ କରାଯାଉଥିବା ସିଲଭର ଫଏଲ ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନେକ ସମୟରେ ପ୍ରକୃତ ସିଲଭର ଫଏଲ କାମରେ ବ୍ୟବହୃତ ହୁଏ ନାହିଁ ଏବଂ ଏଥିରେ ହାନିକାରକ ଧାତୁ ବ୍ୟବହାର କରାଯାଏ, ଯାହା ଶରୀର ପାଇଁ ବିଷାକ୍ତ ହୋଇପାରେ । ଏହା ଦ୍ୱାରା ଲିଭର ଓ କିଡନୀ କ୍ଷତିଗ୍ରସ୍ତ ହୋଇଥାଏ।
 
ଲଡୁ ଓ ଜିଲାପି ଭଳି ମିଠା ଅତ୍ୟଧିକ ତୈଳଯୁକ୍ତ ଓ ଚିନିଯୁକ୍ତ ହୋଇଥାଏ। ପର୍ବ ସମୟରେ ଏହାକୁ ଅଧିକ ମାତ୍ରାରେ ସେବନ କରାଯାଏ, ଯାହା ଓଜନ ବୃଦ୍ଧି ସହିତ କୋଲେଷ୍ଟ୍ରଲ ଏବଂ ରକ୍ତରେ ଶର୍କରା ସ୍ତରକୁ ବଢାଇଥାଏ । ବିଶେଷକରି ଯେଉଁମାନଙ୍କର ପୂର୍ବରୁ ହୃଦ୍ ଜନିତ ସମସ୍ୟା କିମ୍ବା ମଧୁମେହ ରହିଛି ସେମାନଙ୍କ ପାଇଁ ଏହା କ୍ଷତିକାରକ ଅଟେ ।
 
 
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ଖାଦ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଡାଏଟିସିଆନଙ୍କ ସହିତ ପରାମର୍ଶ କରନ୍ତୁ ।