Tomato Disadvantages: ଟମାଟୋରେ ଭରପୂର ପରିମାଣରେ ଭିଟାମିନ୍, ପୋଟାସିୟମ୍ (Potassium) ଓ ଆଣ୍ଟିଅକ୍ସିଡାଣ୍ଟ (Anti oxidant) ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । କିନ୍ତୁ ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ବାରା ଶରୀରକୁ କ୍ଷତି ମଧ୍ଯ ପହଁଞ୍ଚିଥାଏ। ତେବେ ଆଜି ଆସନ୍ତୁ ଜାଣିବା ଅଧିକ ଟମାଟୋ ଖାଇବା ଦ୍ବାରା ଶରୀରରେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ ।
Trending Photos
Tomato Disadvantages: ଆମ ମଧ୍ୟରୁ ଅଧିକାଂଶ ଲୋକେ ଟମାଟୋ ଖାଇବାକୁ ବେଶ ପସନ୍ଦ କରିଥାଆନ୍ତି । ତରକାରୀ ହେଉ କିମ୍ବା ସାଲାଡ଼ ଟମାଟୋ ବିନା ସବୁର ସ୍ବାଦ ଫିକା ଫିକା ଲାଗିଥାଏ । ବହୁ ଲୋକେ ସୁନ୍ଦର ଚର୍ମ ପାଇଁ ପ୍ରତ୍ୟେକ ଦିନ ଟମୋଟେକୁ ନିଜ ଡ଼ାଏଟରେ ସାମିଲ କରିଥାଆନ୍ତି ।ତେବେ ଟମାଟୋ ଖାଇବା ଯେତିକି ଲାଭଦାୟୀ ସେତିକି କ୍ଷତିକାରକ ମଧ୍ଯ ହୋଇଥାଏ। ବାସ୍ତବରେ, ଟମାଟୋରେ ଭରପୂର ପରିମାଣରେ ଭିଟାମିନ୍ (vitamin), ପୋଟାସିୟମ୍ (Potassium) ଓ ଆଣ୍ଟିଅକ୍ସିଡାଣ୍ଟ (Anti oxidant) ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । କିନ୍ତୁ ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ବାରା ଶରୀରକୁ କ୍ଷତି ମଧ୍ଯ ପହଁଞ୍ଚିଥାଏ। ତେବେ ଆଜି ଆସନ୍ତୁ ଜାଣିବା ଅଧିକ ଟମାଟୋ ଖାଇବା ଦ୍ବାରା ଶରୀରରେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ ।
ଏସିଡ଼ିଟି ସମସ୍ୟା
ଟମାଟୋରେ ଭରପୂର ପରିମାଣରେ ଭିଟାମିନ୍ (ସି) (vitamin c ) ମହଜୁଦ ରହିଥାଏ । ତେଣୁ ଟମାଟୋକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଏସିଡିଟି ସମସ୍ୟା (Acidity problem) ସୃଷ୍ଟି ହୋଇଥାଏ । ଟମାଟୋ ପ୍ରକୃତିରେ ଅମ୍ଳୀୟ ଅଟେ । ଅତ୍ୟଧିକ ଟମାଟୋ ଖାଇବା ପରେ ଦ୍ବାରା ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଇଥାଏ, ଫଳରେ ଏହା ହୃଦଘାତ୍ (Heart attack) କିମ୍ବା ଏସିଡ୍ ରିଫ୍ଲକ୍ସ (Acid Reflux) ପରି ସମସ୍ୟାକୁ ବଢାଇଥାଏ ।
କିଡନୀ ସମ୍ବନ୍ଧୀୟ ସମସ୍ୟା
ଯୁକ୍ତରାଷ୍ଟ୍ରର ସ୍ବାସ୍ଥ୍ୟ ଓ ହ୍ୟୁମାନ ସର୍ଭିସ ବିଭାଗ ଅନୁଯାୟୀ, ଯେଉଁମାନେ କ୍ରନିକ୍ କୀଡ଼ନୀ (Chronic kidney Disease) ରୋଗରେ ଆକ୍ରାନ୍ତ ଥାଆନ୍ତି ସେମାନେ ସୀମିତ ମାତ୍ରାରେ ପୋଟାସିୟମ ଯୁକ୍ତ ଖାଦ୍ୟ (potassium rich food) ଖାଇବା ଉଚିତ୍ । ଟମାଟୋରେ ଅଧିକ ପରିମାଣରେ ଅକ୍ସାଲେଟ୍ ରହିଥାଏ । ଏହାକୁ ବେଶି ମାତ୍ରାରେ ଖାଇବା ଦ୍ବାରା ଏହା କିଡ଼ନୀ ସମସ୍ୟା (kidney problem ) ସୃଷ୍ଟି କରିଥାଏ।
ଗଣ୍ଠି ଯନ୍ତ୍ରଣା
ଅନୁସନ୍ଧାନରୁ ଜଣାପଡିଛି ଯେ, ଅତ୍ୟଧିକ ଟମାଟୋ ଖାଇବା ଦ୍ୱାରା ଗଣ୍ଠିରେ ଫୁଲା ଓ ଯନ୍ତ୍ରଣା (joint pain) ପରି ସମସ୍ୟା ଦେଖାଦେଇଥାଏ ।
ଆଲର୍ଜି ଓ ସଂକ୍ରମଣ
ଟମାଟୋରେ ଥିବା ହିଷ୍ଟାମାଇନ୍ (Histamine) ନାମକ ପୋଷକ ତତ୍ତ୍ବ ଚର୍ମରେ ଆଲର୍ଜି ସମସ୍ୟା (skin allergy) ସୃଷ୍ଟି କରିଥାଏ । ଅଧିକ ଟମାଟୋ ଖାଇବା ଦ୍ବାରା ପାଟି, ଜିଭ ଓ ମୁହଁ ଫୁଲିଯିବା ଓ ଗଳାରେ ସଂକ୍ରମଣ ପରି ସମସ୍ୟା ଦେଖାଦେଇଥାଏ ।
Also Read-Papaya leaf for constipation: କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ଦେଇଥାଏ ଅମୃତଭଣ୍ତା ପତ୍ର!
Also Read-Health Update: ଆପଣଙ୍କ ଯୌନ ସ୍ୱାସ୍ଥ୍ୟକୁ ମଜବୁତ କରେ କଞ୍ଚା ପିଆଜ! ଜାଣନ୍ତୁ ଏହାର ଉପକାରିତା
Also Read-Watermelon Side Effects: ଏମାନଙ୍କ ପାଇଁ ଲାଭ ବଦଳରେ ଶରୀରରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ ତରଭୁଜ
Also Read-Oranges Side Effects: ଏହି ରୋଗରେ ପୀଡି଼ତ ଥିବା ଲୋକେ ଖାଆନ୍ତୁ ନାହିଁ କମଳା, ଶରୀରକୁ ହୋଇପାରେ ବଡ଼ କ୍ଷତି!
Also Read-Banana Peel Benefits: ଅନେକ ରୋଗର ସଞ୍ଜିବନୀ କଦଳୀ ଚୋପା, ବ୍ୟବହାର ଦ୍ବାରା ମିଳିଥାଏ ଏହିସବୁ ଫାଇଦା
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି, ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)