Monday Upay: ସୋମବାର ଦିନ ଭୁଲରେ ମଧ୍ଯ କରନ୍ତୁ ନାହିଁ ଏହିସବୁ କାମ, ନଚେତ୍ ହୋଇପାରେ ବଡ଼ କ୍ଷତି!
Advertisement
Article Detail0/zeeodisha/odisha1705982

Monday Upay: ସୋମବାର ଦିନ ଭୁଲରେ ମଧ୍ଯ କରନ୍ତୁ ନାହିଁ ଏହିସବୁ କାମ, ନଚେତ୍ ହୋଇପାରେ ବଡ଼ କ୍ଷତି!

Monday Upay: ସୋମବାର ଦିନକୁ ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି । କେତେକ ଲୋକ ଏହି ଦିନ ଉପବାସ ମଧ୍ଯ କରିଥାଆନ୍ତି । ଏପରି କିଛି କାମ ରହିଛି ଯାହା ସୋମବାର ଦିନ କରିବା ଉଚିତ୍ ନୁହେଁ ।  ବିଶ୍ୱାସ କରାଯାଏ ଯେ, ଏହି କାମ କରିବା ଦ୍ୱାରା ଭଗବାନ ଶଙ୍କରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇନଥାଏ ।

 

ସୌ(ସୋସିଆଲ ମିଡିଆ)

Monday Upay: ସୋମବାର ଦିନକୁ ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି । ସୋମବାର ଦିନ ଭୋଳାନାଥଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। କେତେକ ଲୋକ ଏହି ଦିନ ଉପବାସ ମଧ୍ଯ କରିଥାଆନ୍ତି । କୁହାଯାଏ, ଭଗବାନ ଶିବ ଖୁବ ଶ୍ରୀଘ୍ର ଭକ୍ତଙ୍କ ଡ଼ାକ ଶୁଣିଥାଆନ୍ତି । ଏହି କାରଣରୁ ତାଙ୍କୁ ଭୋଳାବାବା ବୋଲି କୁହାଯାଇଥାଏ ।  ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ଭକ୍ତ ବିଭିନ୍ନ ଉପାୟରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି । ତଥାପି, ଏପରି କିଛି କାମ ରହିଛି ଯାହା ସୋମବାର ଦିନ କରିବା ଉଚିତ୍ ନୁହେଁ ।  ବିଶ୍ୱାସ କରାଯାଏ ଯେ, ଏହି କାମ କରିବା ଦ୍ୱାରା ଭଗବାନ ଶଙ୍କରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇନଥାଏ ।

  • ସୋମବାର ଦିନ ଅତି କମ୍ ପରିମାଣର ଚିନି ବ୍ୟବହାର କରନ୍ତୁ। ଏହି ଦିନ କାହକୁ ଧଳା ପୋଷାକ କିମ୍ବା କ୍ଷୀର ଦାନ କରନ୍ତୁ ନାହିଁ ।
  • ଏହି ଦିନ ଉତ୍ତର, ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଯାତ୍ରା କରିବା ଅଶୁଭ ବୋଲି ବିବେଚନା କରାଯାଏ । ଯଦି କିଛି ଜରୁରୀ କାମ ପାଇଁ ଭ୍ରମଣ କରିବାକୁ ପଡୁଛି ତାହାଲେ, ପ୍ରଥମେ ବିପରୀତ ଦିଗକୁ କିଛି ପାଦ ଚାଲିବା ପରେ ଏହି ସବୁ ଦିଗକୁ ଯାତ୍ରା କରିପାରିବେ ।  
  • ସୋମବାର ଦିନ ପିତା ମାତାଙ୍କ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ । ଏହି ଦିନ କୂଳ ଦେବତାଙ୍କୁ ନିଶ୍ଚିତ ଭାବେ ପୂଜାର୍ଚ୍ଚନା କରନ୍ତୁ, ସୋମବାର କୂଳ ଦେବତାଙ୍କୁ ପୂଜା ନକରିବା ଅତ୍ୟନ୍ତ ଅଶୁଭ ହୋଇଥାଏ , ଫଳରେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
  • ସୋମବାର ଦିନ ରାହୁ କାଳରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ। ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଆଧ୍ୟାତ୍ମିକ ଓ ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ସୋମବାର ଦିନ ଶନି ଦେବଙ୍କ ସହ ଜଡିତ ଖାଦ୍ୟ ଓ ପୋଷାକ ପିନ୍ଧିବା ଉଚିତ୍।
  • ଏହି ଦିନ କଦଳୀ, ସୋରିଷ ଶାଗ, କଳା ତେଲ, ମସଲାଯୁକ୍ତ ପନିପରିବା ଓ କଞ୍ଚା ଫଳ ଖାଆନ୍ତୁ ନାହିଁ । ଏହା ବ୍ୟତୀତ କଳା, ନୀଳ, ବାଦାମୀ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।
  • ଏହି ଦିନ ଭଗବାନ ଶିବଙ୍କୁ ହଳଦିଆ ମିଠା ଓ କଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ ନାହିଁ । ଏପରି କରିବା ଅଶୁଭ ମନାଯାଇଥାଏ । ସୋମବାର ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଏନେଇ ବହୁ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
  • ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଦୋଷ ରହିଛି ତେବେ ସେ ଏହି ଦିନ କ୍ଷୀର ଦାନ କରିବା ଉଚିତ୍ ନୁହେଁ । ସକାଳେ ଉଠିବା ପରେ ଓସ୍ତ ଗଛ ମୂଳେ ଜଣ ଅର୍ପଣ ଦ୍ବାରା ଶୁଭଫଳ ମିଳିଥାଏ ।

Also Read- ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହିସବୁ କାମ

Also Read- Surya Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ମହାସଂଯୋଗ, ଏହି ୪ ରାଶିଙ୍କ ପାଇଁ ରାଜଯୋଗ

Also Read-Savitri Vrat 2023: ସାବିତ୍ରୀ ବ୍ରତକୁ ନେଇ କ’ଣ କୁହେ ପୁରାଣ, କାହିଁକି ଏହିଦିନ ସାଧବା ନାରୀ ପୂଜନ୍ତି ବରଗଛ?

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )