Advertisement
Photo Details/zeeodisha/odisha2464012
photoDetails0hindi

Horoscope 9 October 2024: ୯ ଅକ୍ଟୋବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Rashifal 9 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୯ ଅକ୍ଟୋବର ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଉତ୍ସର୍ଗ କରାଯାଇଛି। ଜାଣନ୍ତୁ ୯ ଅକ୍ଟୋବର ୨୦୨୪ ରେ କେଉଁ ରାଶି ମାନେ ଉପକୃତ ହେବେ ଓ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।...

1/12
ମେଷ: ପ୍ରଭୁ ଗଣେଶଙ୍କ କୃପାରୁ ଦିନଟି ଶୁଭ ରହିବ। ବିଶେଷକରି,  ରାଜନୀତି କ୍ଷେତ୍ରରେ ଜଡିତ ଥିବା ଲୋକେ ସଫଳତା ପାଇବେ। ଦଳ ପକ୍ଷରୁ କୌଣସି ଏକ ବଡ଼ ଦାୟିତ୍ବ ମିଳିପାରେ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ପରିବାରରେ ହସ-ଖୁସିର ମାହୋଲ୍ ଲାଗି ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ନିଜ ପରିବାର ଲୋକଙ୍କ ଠାରୁ ସମସ୍ତ କାର୍ଯ୍ୟରେ ସହଯୋଗ ପାଇବେ। ନିଜର ବୁଦ୍ଧି ବଳରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବେ। ସ୍ବାସ୍ଥ୍ୟ ଭଲ ରହିବା ସହ ମନ ଖୁସି ରହିବ। 

ALSO READ: Budh Nakshatra Parivartan 2024: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ୫ରାଶିଙ୍କୁ ଦେବ ଶୁଭଫଳ, କିଣିବେ ନୂଆ ଗାଡି, ବ୍ୟବସାୟରେ ହେବ ଉନ୍ନତି!

ALSO READ: Today Horoscope: ମେଷ- ମିଥୁନ ସହ ଏହିସବୁ ରାଶିଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ମଙ୍ଗଳବାର?

2/12
ବୃଷ: ଦିନ ଆରମ୍ଭରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।   ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଜଡ଼ିତ ଥିବା ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ । ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ । ଯେଉଁମାନଙ୍କ ନୂଆ ନୂଆ ବିବାହ ହୋଇଛି, ସେମାନେ ନିଜର ସାଥିଙ୍କ ଠାରୁ ବହୁତ ଖୁସି ପାଇବେ । କହିବାକୁ ଗଲେ ଦାମ୍ପତ୍ୟ ଜୀବନରେ ସୁଖମୟ ପରିସ୍ଥିତି ରହିବ। ପ୍ରେମୀ ମାନଙ୍କ ଲାଗି ଦିନଟି ଶୁଭ ରହିବ।

3/12
  ମିଥୁନ: ଦିନ ଆରମ୍ଭରୁ ନିଜ ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ କରିବେ । ସହକର୍ମୀ ଓ  ବରିଷ୍ଠ ଅଧିକାରୀଙ୍କ ସହ ମତଭେଦ ଦେଖାଦେଇପାରେ।  ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ନଚେତ୍ ସମସ୍ୟାରେ ପଡିବେ। କିଛି ପରିବାରର ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଆୟ -ବ୍ୟୟ ସମାନ ରହିବ। 

4/12
କର୍କଟ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ।  ଦୂର ଯାତ୍ରା କରିବାର ସୁଯୋଗ ପାଇପାରିବେ । ବ୍ୟବସାୟ -ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ୱୀକାର କରିହେବନି । ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ ରହିବ । କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ । ସଙ୍ଗୀତ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ ।

5/12
ସିଂହ: ଦିନ ଆରମ୍ଭରୁ ଶୁଭ ସମାଚାର ମିଳିବ। ଯାହାକୁ ନେଇ ମନ ଖୁସି ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ । ସନ୍ତାନଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ ଅଧୁରା କାର୍ଯ୍ୟ ପୂରଣ ହେବ ।

6/12
କନ୍ୟା:   ଏହି ରାଶିଙ୍କ ପାଇଁ ଦିନଟି ଅଶୁଭ ରହିବ। ସ୍ଵାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ବିଶେଷକରି ଆଖି ଜନିତ ସମସ୍ୟା ଦେଖାଦେବ।  ଫଳରେ ମନ ମଧ୍ୟ ଭଲ ରହିବ ନାହିଁ। ବ୍ୟବସାୟରେ କ୍ଷତି ସହିବେ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ମନବଳିବ। ନିଜ ପରିବାରରେ ଟଙ୍କା-ପଇସାକୁ ନେଇ ସ୍ତ୍ରୀ ଓ ପିଲାଙ୍କ ମଧ୍ୟରେ ଝଗଡା ହେବ। ଚାକିରିରେ ହେବାକୁ ଥିବା ପଦୋନ୍ନତି ଅଟକିଯିବ। 

7/12
ତୁଳା:  ଦିନ ଆରମ୍ଭରୁ ଦେବ ଦର୍ଶନର ଯୋଗ ରହିଛି।  ଘରେ କୌଣସି ପ୍ରକାର ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ନଚେତ୍ କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ନଚେତ୍ କୌଣସି ପ୍ରକାର ଅଘଟଣ ଘଟିପାରେ। ନିଜ ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଏବଂ ସ୍ଵାସ୍ଥ୍ୟକୁ ନେଇ ଯତ୍ନବାନ୍ ହୁଅନ୍ତୁ। 

8/12
  ବିଛା: ଏହି ରାଶିଙ୍କ ପାଇଁ ଦିନଟି ଖୁବ୍ ମଙ୍ଗଳମୟ ରହିବ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଭଲ ରହିଛି। ସନ୍ତାନମାନଙ୍କର ପାଠପଢ଼ାରେ ସଫଳତା ପାଇଁ ଉତ୍ତମ ସମୟ । ବିଦେଶ ବ୍ୟାପାରରେ ଲାଭ ହେବ। ଆପଣଙ୍କ ହାତରେ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ହେବ । ଆର୍ଥିକ ଲାଭ ହେବ। ବ୍ୟବସାୟ କ୍ଷେତ୍ରରେ ଦିନଟି ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ। ସନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହିତ ବାହାରକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

9/12
  ଧନୁ:  ଏହି ରାଶିଙ୍କ ପାଇଁ ଦିନଟି ଅଶୁଭ ରହିବ।  ଦିନ ଆରମ୍ଭରୁ କିଛି ମାମଲାରେ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ନିଜ ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ନିଜ ବନ୍ଧୁ ବାନ୍ଧବଙ୍କ ସହିତ ଟଙ୍କା -ପଇସାକୁ ନେଇ ବାଦ-ବିବାଦ ଦେଖାଦେଇପାରେ। କିନ୍ତୁ କର୍ମକ୍ଷେତ୍ରରେ ସମୟ ଭଲ ରହିବ। ବ୍ୟବସାୟରେ ଲାଭ ଅପେକ୍ଷା ଅଧିକ କ୍ଷତି ହୋଇପାରେ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ।

10/12
ମକର:  ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ। ନିଜ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ଦେହ ଓ ମନ ଭଲ ରହିବ। ନୂଆ ବସ୍ତ୍ର ଓ ଅଳଙ୍କାର କ୍ରୟରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି।

11/12
କୁମ୍ଭ : କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟ ଭାର ରହିବ।  ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାଯୋଗୁଁ ହତାଶା ଅନୁଭବ କରିବେ।  ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିବ ନାହିଁ। ଆର୍ଥିକ ଦେଣନେଣ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ନୂଆ କାର୍ଯ୍ୟର ଆରମ୍ଭ ପାଇଁ ସମୟ ଉଚିତ ନୁହେଁ। ଅଫିସ୍ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟର କାରଣରୁ ଥକ୍କା ଅନୁଭବ କରିବେ। ଚାକିରି କରୁଥିବା ଲୋକଙ୍କୁ ଯଶ ଏବଂ ସଫଳତା ମିଳିବ। ଆର୍ଥିକ ଲାଭ ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

12/12
ମୀନ: ଏହି ରାଶିଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦେହ ଓ ମନ ଭଲ ରହିବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ ପାଇବେ।  ନିଜର ପ୍ରିୟ ବ୍ୟକ୍ତିଙ୍କର ସହିତ ଭେଟ ହେବା କାରଣରୁ ଖୁସି ରହିବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି ହେବ। ନୂଆ କାର୍ଯ୍ୟ ପାଇଁ ଭଲ ସମୟ ଅଟେ। ନିବେଶକାରୀମାନଙ୍କ ପାଇଁ ଦିନଟି ଲାଭଦାୟୀ ଅଟେ। ଧାର୍ମିକ ସ୍ଥଳକୁ ଯାତ୍ରା କରିବାର ଯୋଗ ରହିଛି।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )