Baryl Vanneihsangi: ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଥିଲେ ଏବେ ଟ୍ରେଣ୍ଡ୍ ହେଉଛନ୍ତି ମିଜୋରାମର ଏହି ବିଧାୟକ
Advertisement
Article Detail0/zeeodisha/odisha1996029

Baryl Vanneihsangi: ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଥିଲେ ଏବେ ଟ୍ରେଣ୍ଡ୍ ହେଉଛନ୍ତି ମିଜୋରାମର ଏହି ବିଧାୟକ

  ଯେତେବେଳେ ତାଙ୍କୁ ଟିକେଟ୍ ଦିଆଯାଇଥିଲା ସେତେବେଳେ  ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲିଂ ଆରମ୍ଭ ହୋଇଥିଲା । ଏତେ କମବୟସର ଫେସନବୁଲ ଝିଅ ରାଜନୀତି ପାଇଁ ଫିଟ୍ ନୁହେଁ କେବଳ ଲାଇମ୍ ଲାଇଟ୍ ପାଇଁ ରାଜନୀତିକୁ ଆସିଛନ୍ତି ବୋଲି ଟ୍ରୋଲର ତାଙ୍କୁ ଟ୍ରୋଲ କରୁଥିଲେ । କିନ୍ତୁ ସୋମବାର ସବୁ ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଇଛନ୍ତି ମି

SOCIAL MEDIA

Baryl Vanneihsangi: 

ଯେତେବେଳେ ତାଙ୍କୁ ଟିକେଟ୍ ଦିଆଯାଇଥିଲା ସେତେବେଳେ  ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲିଂ ଆରମ୍ଭ ହୋଇଥିଲା । ଏତେ କମବୟସର ଫେସନବୁଲ ଝିଅ ରାଜନୀତି ପାଇଁ ଫିଟ୍ ନୁହେଁ କେବଳ ଲାଇମ୍ ଲାଇଟ୍ ପାଇଁ ରାଜନୀତିକୁ ଆସିଛନ୍ତି ବୋଲି ଟ୍ରୋଲର ତାଙ୍କୁ ଟ୍ରୋଲ କରୁଥିଲେ । କିନ୍ତୁ ସୋମବାର ସବୁ ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଇଛନ୍ତି ମିଜୋରାମର ସର୍ବକନିଷ୍ଠ ବିଧାୟିକା ବେରିଲ ବତ୍ରୋଇହସଙ୍ଗୀଙ୍କ କଥା । ଯିଏକି ZMP ପକ୍ଷରୁ ଲଢ଼ି ନିର୍ବାଚନ ଜିତି ବେଶ ଚର୍ଚ୍ଚାରେ ରହିଛନ୍ତି । ସୋମବାର ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ବିଜୟ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ମନୋରଞ୍ଜନ ଦୁନିଆରୁ ଆସିଥିବା ବେରିଲଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ କିଛି ଅଜଣା କଥା । 

ସିଲଙ୍ଗର ହିଲ ୟୁନିଭରସିଟିରେ ସାମ୍ବାଦିକତା ସାରିବା ପରେ ରେଡିଓ ଜକିଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବୋରିଲ । ନିଜ ପ୍ରଜେଣ୍ଟସନ୍ ଷ୍ଟାଇଲ ଦ୍ୱାରା ସେ କମ ସମୟରେ ମିଜୋରାମରେ ପରିଚିତ ହୋଇଥିଲେ । ସାମ୍ବାଦିକତା କରିଥିବା ବେରିଲ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଥିଲେ । ତେଣୁ ସେ ରାଜନୀତିକୁ ବାଛିଥିଲେ । ପ୍ରଥମେ ସେ ପୌର ନିର୍ବାଚନରେ ପ୍ରାର୍ଥୀ ହୋଇ ରାଜେନୖତିକ ମଇଦାନରେ ପାଦ ଥାପିଥିଲେ । ଆଉ କର୍ପୋରେଟର ହୋଇ ଜନସାଧାରଣଙ୍କ ପାଇଁ କାମ କରିଥିଲେ । କିନ୍ତୁ ଯେତେବେଳେ ସାଧାରଣ ନିର୍ବାଚନରେ ZMP ତାଙ୍କୁ ଟିକେଟ ଦେଇଥିଲା ସୋସିଆଲ ମିଡିଆରେ ତାଙ୍କୁ ବହୁ ସମାଲୋଚନା କରାଯାଇଥିଲା । ଟ୍ରୋଲର ତାଙ୍କୁ ଟ୍ରୋଲ୍ କରିବାକୁ ଲାଗିଥିଲେ । ରାଜନୀତି କରିବା ରିଲ୍ସ କରିବା ନୁହେଁ ବୋଲି କମେଣ୍ଟ୍ କରିଥିଲେ । କିନ୍ତୁ ଏସବୁକୁ ଖାତିର କରିନଥିଲେ ବେରିଲ । ବେରିଲ ପୁରା ଦମରେ ନିର୍ବାଚନ ଲଢିଥିଲେ ।  ଆଉ ଫଳ ହେଉଛି ବିଜୟ ।

 ନିଜର ରାଜନୈତିକ କ୍ୟାରିୟରକୁ ବେରିଲ କୁହନ୍ତି ଯେ, ରାଜନୀତିରେ ପ୍ରବେଶ କରିବା ମୋ ପାଇଁ ସହଜ ନଥିଲା । ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦିଆଯାଉନଥିବାବେଳେ ଘରର ଚାରିକାନ୍ଥ ହିଁ ଆମ ଦୁନିଆ ବୋଲି ପିଲାଦିନରୁ ଶିଖା ଯାଇଥିଲା । କିନ୍ତୁ ଏହାକୁ ଅତିକ୍ରମ କରି ରାଜନୀତି ମଇଦାନରେ ପ୍ରବେଶ କରି ବିଧାୟିକାଭାବେ ଜିତିବାର ଯାତ୍ରା ବେଶ କଷ୍ଟସାଧ୍ୟ । ମିଜୋରାମରେ ଜିତିଥିବା ୩ଜଣ ମହିଳା ବିଧାୟିକା ମଧ୍ୟରେ ସେ ଜଣେ । ମହିଳାଙ୍କ ପାଇଁ ରାଜ୍ୟରେ ବହୁ କଡ଼ା ନୀତି ନିୟମ ସାଙ୍ଗକୁ ପ୍ରତିବନ୍ଧକ ରହୁଥିବାବେଳେ ଏହି ବିଜୟ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି ବରେଲି । ଯେତେବେଳେ ସେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଥିଲେ ସେ ଭାଙ୍ଗ ପଡ଼ିନଥିଲେ । ଦୃଢ଼ ମନୋବଳ ସହ ନିର୍ବାଚନ ଲଢ଼ି ବିଜୟ ହାସଲ କରି ବିଧାନସଭାରେ ପ୍ରବେଶ କରିଥିବାବେଳେ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।