Trending Photos
Most expensive fish in the world:
କୁହାଯାଏ ଯେ ସମୁଦ୍ର ହେଉଛି ଗୁପ୍ତଧନର ଗନ୍ତାଘର । ସମୁଦ୍ର କେବଳ ଦେଶ ନୁହେଁ ଲୋକଙ୍କ ଭାଗ୍ୟ ମଧ୍ଯ ରାତାରାତି ବଦଳାଇ ଦିଏ । ଭାଗ୍ୟ ବଦଳାଇବା ଭଳି ଗୋଟିଏ ଘଟଣା ପାକିସ୍ତାନରେ ଘଟିଛି । ଯେଉଁଥିରେ ୭ ଜଣ ମତ୍ସ୍ୟଜୀବି ଜାଲ ନେଇ ସମୁଦ୍ର ଭିତରକୁ ଯାଇଥିଲେ,ଆଉ ଫେରିଲା ବେଳକୁ ସମସ୍ତେ କୋଟିପତି ହୋଇଯାଇଥିଲା । ସମୁଦ୍ରରୁ ଏହି ମତ୍ସ୍ୟଜୀବି ସୁନା ରୂପା ଭର୍ତିତ କୌଣସି ପୁରୁଣା ଜାହାଜ ଆବିଷ୍କାର କରି ନଥିଲେ । ସେମାନଙ୍କୁ ପ୍ରକୃତି ଦେଇଥିଲା ଏଭଳି ଦୁର୍ଲଭ ମାଛ,ଯାହାର ଦାମ ମର୍ସିଡିଜ୍ କାର ସହିତ ସମାନ
ପାକିସ୍ତାନର କରାଚି ନିକଟରେ ଏକ ଗାଁରେ ରହୁଥିବା ହାଜି ବାଲୋଚଙ୍କ ଭାଗ୍ୟ ଆରବ ସାଗର ବଦଳାଇ ଦେଇଛି । ନିକଟରେ ସେ ମାଛ ଧରିବା ପାଇଁ ତାଙ୍କର କିଛି ସାଙ୍ଗମାନଙ୍କ ସହିତ ସମୁଦ୍ରକୁ ଯାଇଥିଲେ । ସମୁଦ୍ରରେ ସେମାନଙ୍କ ଜାଲରେ କିଛି ଏମିତି ପଡିଥିଲା ଯାହା ଚାହୁଁଚାହୁଁ ସେମାନଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ହାଜି ଏପରି ଏକ ପ୍ରଜାତିର ମାଛ ଧରିଥିଲେ, ଯାହା ଏତେ ବିରଳ ଯେ, ତାହା କଦବାକ୍ୱଚିତ ଜାଲରେ ପଡିଥାଏ । ଏହି ମାଛ ବିଭିନ୍ନ ପ୍ରକାରର ଔଷଧ ତିଆରିରେ ବ୍ୟବହୃତ ହୁଏ ହାଜି ୧୦ଟି ଗୋଲ୍ଡେନ୍ ଫିସ୍ମାଛ ଧରିଥିଲେ, ଯାହାକୁ ସ୍ଥାନୀୟ ଭାଷାରେ ସୋଭା ମଧ୍ୟ କୁହାଯାଏ । ମାଛ ଧରିବା ସହିତ ହାଜି ଜାଣି ସାରିଥିଲେ ସେମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।
ମାଛର ଦାମ୍ କେତେ ?
ମାଛ ଧରିବା ପରେ ହାଜି କରାଚି ବନ୍ଦରରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କର ମୋଟ୧୦ ମାଛ ପ୍ରାୟ ୭ କୋଟିରେ ବିକ୍ରି ହୋଇଥିଲା । ପାକିସ୍ତାନ ମତ୍ସ୍ୟଜୀବୀ ଫୋରମର ସଦସ୍ୟ ମୁବାରକ ଖାନ କହିଛନ୍ତି ଯେ ଶୁକ୍ରବାର ଦିନ ସମସ୍ତ ୧୦ ମାଛ ପାଇଁ ନିଲାମୀ ଡକା ଯାଇଥିଲା ଏବଂ ଏହାକୁ ୭ କୋଟିରେ ବିକ୍ରି କରାଯାଇଥିଲା। ହାଜି କହିଛନ୍ତି ଯେ ସେ ତାଙ୍କ ସାଙ୍ଗମାନଙ୍କ ସହ ଖୋଲା ସମୁଦ୍ରରେ ଥିବା ବେଳେ ସେମାନଙ୍କ ନଜର ଗୋଲ୍ଡେନ୍ ଫିସଙ୍କ ଉପରେ ପଡିଥିଲା । ସେମାନେ ତୁରନ୍ତ ସେମାନଙ୍କ ପଛରେ ଯାଇଥିଲେ । ଜାଲ ପକାଇ ସେମାନେ ମୋଟ ୧୦ ମାଛ ଧରିବାରେ ସକ୍ଷମ ହୋଇଥିଲେ । ଏହି ମାଛକୁ ଦେଖିବା ପରେ ଆମେ ଜାଣିସାରିଥିଲୁ ଯେ,ଆମକୁ ମୋଟା ଟଙ୍କା ମିଳିବାକୁ ଯାଉଛି
ପ୍ରତ୍ୟେକ ବନ୍ଧୁ ହୋଇଗଲେ କୋଟିପତି
ହାଜି କହିଛନ୍ତି ଯେ ତାଙ୍କ ଡଙ୍ଗାରେ ୭ ଜଣ ସାଥୀ ଥିଲେ ଏବଂ ମାଛ ବିକ୍ରୟରୁ ପ୍ରାପ୍ତ ଟଙ୍କା ନିଜ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଏହିପରି ଭାବେ ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ୧ କୋଟି ଟଙ୍କା ପାଇଲେ । ସୋଭା ଅର୍ଥାତ୍ ସୁବର୍ଣ୍ଣ ମାଛର ମଧ୍ୟ ସାଂସ୍କୃତିକ ଏବଂ ପାରମ୍ପାରିକ ମହତ୍ୱ ରହିଛି । ପାରମ୍ପାରିକ ଔଷଧ ତିଆରି କରିବା ସହିତ ଏଥିରୁ ସ୍ଥାନୀୟ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ । ହାଜି କହିଛନ୍ତି ଯେ ଏହି ମାଛଗୁଡ଼ିକ କେବଳ ପ୍ରଜନନ ଋତୁରେ ଉପକୂଳକୁ ଆସନ୍ତି, ଅବଶିଷ୍ଟ ସମୟ ସେମାନେ ଗଭୀର ପାଣିରେ ରହିଥାନ୍ତି ।
ଏହି ମାଛ କାହିଁକି ମହଙ୍ଗା?
ସୁବର୍ଣ୍ଣ ମାଛକୁ ଅତି ମୂଲ୍ୟବାନ ବିବେଚନା କରାଯାଏ, ବିଶେଷତଃ ଏହାର ପେଟରେ ମିଳୁଥିବା ପଦାର୍ଥ ଯାହା କ୍ଷତକୁ ଭଲ କରିବାର ଚମତ୍କାର କ୍ଷମତା ରଖିଥାଏ । ଏହା ବ୍ୟତୀତ, ଶରୀରରୁ ଏକ ପ୍ରକାରର ସୂତା ମିଳିଥାଏ, ଯାହା ଅସ୍ତ୍ରୋପଚାର ଇତ୍ୟାଦିରେ ବ୍ୟବହୃତ ହୁଏ । ଏହି ମାଛର ଓଜନ ୨୦ ରୁ ୪୦ କିଲୋଗ୍ରାମ ଏବଂ ପ୍ରାୟ ୧.୫ ମିଟର ଲମ୍ବ ହୋଇପାରେ । ଏହି କାରଣରୁ ନିଲାମରେ ଗୋଟିଏ ମାଛର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହୋଇଥିଲା । ଯାହା ପାକିସ୍ତାନରେ ବିକ୍ରି ହେଉଥିବା ମର୍ସିଡିଜ୍ କାରଠାରୁ ମହଙ୍ଗା (୪୫.୮୦ ଲକ୍ଷ ଟଙ୍କା)।