1. Earthquake in Delhi: ଦିଲ୍ଲୀ ଓ ଏନ୍ସିଆର୍ ଅଞ୍ଚଳରେ ଆଜି ଭୋର୍ରୁ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪ ଥିଲା ବୋଲି ଜାତୀୟ ସିସ୍ମୋଲୋଜି ପ୍ରତିଷ୍ଠାନ ସ୍ପଷ୍ଟ କରିଛି। ସକାଳ ପ୍ରାୟ ସାଢ଼େ ୫ଟା ସମୟକ ସେମାନଙ୍କ ଘର ଦୋହଲିବା ଅନୁଭବ କରିବା ପରେ ଉଚ୍ଚ ଅଟ୍ଟାଳିକାରେ ରହୁଥିବା ଲୋକେ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇବା ଆରମ୍ଭ କରିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ଧୌଳାକୂଆଁ ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି। ଏହା ୫ କିଲୋମିଟର ତଳକୁ ବ୍ୟାପିଥିବା ସ୍ପଷ୍ଟ କରିଛି ବିଭାଗ।
2. PM on Earthquake: ଦିଲ୍ଲୀ ସ ଆଖପାଖ ଅଞ୍ଚଳରେ ହୋଇଥିବା ଭୂକମ୍ପକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କା ଶାନ୍ତ ଓ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି। ସମସ୍ତ ପ୍ରକାର ପରିସ୍ଥିତି ଉପରେ ଅଧିକାରୀମାନେ ଧ୍ୟାନ ରଖିଛନ୍ତି। ସତର୍କତାମୂଳକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋଶାଲ୍ ମିଡିଆ ଏକ୍ସରେ ନିବେଦନ କରିଛନ୍ତି।
3. 3rd Batch of Deportees land Amritsar: ଆମେରିକାରେ ଥିବା ବେଆଇନ ଭାରତୀୟଙ୍କୁ ନେଇ ତୃତୀୟ ବିମାନ ଆଜି ସକାଳେ ଅମୃତ ସର ପହଞ୍ଚିଛି। ଏଥିରେ ୧୧୨ ଜଣ ଅପ୍ରବାସୀ ରହିଥିବା ସୂଚନା ମିଳିଛି। ବିଗତ ୧୦ ଦିନ ଭିତରେ ଏହା ତୃତୀୟ ହସ୍ତାନ୍ତରଣ।
4. State Budget Today: ଆଜି ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ। ଏହା ମୋହନ ମାଝିଙ୍କ ସରକାରର ପ୍ରଥମ ସମ୍ପୂର୍ଣ୍ଣ ବଜେଟ୍ ରହିବ। ଏଥିରେ ସରକାରଙ୍କ ନୂତନ ନୀତି ଓ ଯୋଜନା ସ୍ପଷ୍ଟ ହେବ।
5. Delhi CM Selection: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚୟନ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଧାୟକମାନେ ଯୋଗ ଦେବେ। ଏହାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ସଭାପତି ଜଗତପ୍ରକାଶ ନଡ୍ଡା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିବେ। ଏଥର ପ୍ରଥମଥର ଲାଗି ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ରହିବା ସମ୍ଭାବନା ରହିଛି। ଏହାସହ ୧୫ ମନ୍ତ୍ରୀଙ୍କ ନାଁ ମଧ୍ୟ ସ୍ଥିର କରାଯିବାର ସମ୍ଭାବନା ରହିଛି।
6. Putin-Trump Meet: ପାରମ୍ପରିକ ଶତୃ ରାଷ୍ଟ୍ର ଭାବେ ବିବେଚିତ ରୁଷ ଏବଂ ଆମେରିକାର ଅଧିକାରୀମାନେ ସାଉଦି ଆରବରେ ଏକ ବୈଠକ କରିବାକୁ ଯାଉଛନ୍ତି, ଯେତେବେଳେ ଏବେ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ ସେ ଶୀଘ୍ର ରୁଷ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି। ରବିବାର ଟ୍ରମ୍ପ କହିଥିଲେ ଯେ ସେ "ଖୁବ ଶୀଘ୍ର" ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ସେ ବିଶ୍ୱାସ କରନ୍ତି ଯେ ତାଙ୍କ ରୁଷୀୟ ପ୍ରତିପକ୍ଷ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି। ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ ସମୟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଏହି ବୈଠକ ବହୁତ ଶୀଘ୍ର ହେବ। ମାର୍କୋ ରୁବିଓ ଆଗାମୀ ଦିନରେ ସାଉଦି ଆରବର ରାଜଧାନୀ ରିୟାଦରେ ରୁଷୀୟ ଅଧିକାରୀଙ୍କ ସହ ଆଲୋଚନା ପାଇଁ ଏକ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ। ଯଦି ସବୁକିଛି ଠିକ୍ ଠାକ୍ ରହେ, ତେବେ ଟ୍ରମ୍ପ ନିଜେ ରୁଷ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି।
7. IPL Schedule:ଆଇପିଏଲ୍ ୨୦୨୫ ପାଇଁ ରବିବାର ଘୋଷଣା ହୋଇଛି ତାରିଖ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ। କୋଲକାତାରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ମେ’ ୨୫ ତାରିଖରେ ଖେଳାଯିବା ଫାଇନାଲ ମ୍ୟାଚ୍। କୋଲକାତାରେ ହେବ ଏହି ମ୍ୟାଚ୍।
8. Nepal Student Death:ଭୁବନେଶ୍ବରର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। KIITରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଉତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଏହାକୁ ନେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ସାମ୍ନାରେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ନେପାଳର ଛାତ୍ରୀ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ଛାତ୍ରୀ ଜଣଙ୍କ ବିଟେକ କରୁଥିଲେ।
9. OPCC Padayatra: ରାଜ୍ୟରେ ନୂଆ ପିସିସି ସଭାପତି ଚୟନ ପରେ ଫୁଲ୍ ଜୋସ୍ରେ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ ଯାତ୍ରା ଭଳି କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଦଳ ୧୮ ତାରିଖରୁ ତିନିଦିନିଆ ପଦଯାତ୍ରା କରିବ। ୮ ମାସ ଧରି ମୁରବୀ ବିହୀନ ଥିବା ରାଜ୍ୟ କଂଗ୍ରେସର ନୂଆ ସଭାପତି ଓ ପ୍ରଭାରୀ ଚୟନ ପରେ ଏବେ ପୂରା ଦମ୍ରେ ଦଳ। ଲୋକଙ୍କ ସହ ଯୋଡ଼ି ହେବା ପାଇଁ କଂଗ୍ରେସ ୧୮ ତାରିଖରୁ ଆରମ୍ଭ କରିବ ସଂକଳ୍ପ ପଦଯାତ୍ରା। ଭୁବନେଶ୍ବରରୁ ପୁରୀ ଚାଲି ଚାଲି ଯିବେ ଦଳୀୟ ନେତା ଓ କର୍ମୀ।
10.Weather Updates: ପୁଣି ୩୬ ଟପିଲା ତାପମାତ୍ରା । ଫେବ୍ରୁଆରୀ ଅଧା ହୋଇଥିବା ବେଳେ ବଢ଼ିଲାଣି ଖରାର ପ୍ରକୋପ । ଆଜି ରାଜ୍ୟର ୧୩ ସହରରେ ପାରଦ ୩୬ ଡିଗ୍ରୀ ଉପରେ ରହିଛି । ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୬ ଡିଗ୍ରୀ ରେକର୍ଡ କରା ଯାଇଥିବା ବେଳେ ଝାରସୁଗୁଡ଼ାରେ ୩୬.୨ ଡିଗ୍ରୀ, ଅନୁଗୁଳରେ ୩୬.୧ ଡିଗ୍ରୀ ରହିଛି । ସେହିଭଳି ବଲାଙ୍ଗିର, ଭବାନୀପାଟଣା, ଟିଟିଲାଗଡ଼ ଓ ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି । ଢେଙ୍କାନାଳ ୩୫.୮ ଡିଗ୍ରୀ, ସମ୍ବଲପୁର ଓ ସୋନପୁରରେ ୨୫.୭ ଡିଗ୍ରୀ, ହୀରାକୁଦ ୩୫.୬ ଡିଗ୍ରୀ, ଭଦ୍ରକ ୩୫.୫ ଡିଗ୍ରୀ, ଭୁବନେଶ୍ଵର ୩୫.୪ ଡିଗ୍ରୀ ଓ ବାରିପଦାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି । ଫେବ୍ରୁଆରୀରେ ଦ୍ଵିତୀୟଥର ପାଇଁ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି ।