BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପତ୍ନୀଙ୍କ ଫର୍ଚୁନର କାର୍ ଚୋରି ଘଟଣାରେ ସାମ୍ନାକୁ ଆସିଲା ସତ!
Advertisement
Article Detail0/zeeodisha/odisha2193067

BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପତ୍ନୀଙ୍କ ଫର୍ଚୁନର କାର୍ ଚୋରି ଘଟଣାରେ ସାମ୍ନାକୁ ଆସିଲା ସତ!

JP Nadda Wife: ଏହି ମାମଲାରେ ଡ୍ରାଇଭର ଜୋଗିନ୍ଦରଙ୍କ ଅଭିଯୋଗରେ ଏଫ୍ଆଇଆର୍ ରେଜିଷ୍ଟ୍ରେସନ କରାଯାଇଥିଲା। ଏହା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯେତେବେଳେ ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜ ସ୍କାନ କରିଥିଲା, କାରଟି ଗୁରୁଗ୍ରାମ ଆଡକୁ ଯାଉଥିବାର ଦେଖାଯାଇଥିଲା। 

 

BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପତ୍ନୀଙ୍କ ଫର୍ଚୁନର କାର୍ ଚୋରି ଘଟଣାରେ ସାମ୍ନାକୁ ଆସିଲା ସତ!

JP Nadda Wife: ଉତ୍ତରପ୍ରଦେଶର ବାରାଣାସୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚୁନର କାର ଚୋରି ହୋଇଥିବା ବେଳେ ଆଜି ସେହି କାରକୁ ଉଦ୍ଧାର କରିଛି ପୋଲିସ। କାର ଜବତ ସହିତ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତର ନାମ ସହିଦ ଏବଂ ଶିବଙ୍ଗ ତ୍ରିପାଠୀ ବୋଲି ଜଣାପଡ଼ିଛି। ଯେଉଁମାନେ ବାଦକଲର ବାସିନ୍ଦା ବୋଲି ପୋଲିସ କହିଛି। ଦୁହେଁ କାରକୁ ନାଗାଲାଣ୍ଡ ପଠାଇବାକୁ ଯୋଜନା କରୁଥିଲେ। ଅଭିଯୁକ୍ତମାନେ କ୍ରେଟାରେ ଆସି କାର ଚୋରି କରିବାକୁ ଯୋଜନା କରିଥିଲେ। ଏହାକୁ ବାଡକାଲକୁ ନେବା ପରେ ସେ କାରର ନମ୍ବର ପ୍ଲେଟ୍ କୁ ବଦଳାଇ ଦେଇଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୯ରେ ଦକ୍ଷିଣ ପୂର୍ବ ଦିଲ୍ଲୀର(New Delhi) ଗୋବିନ୍ଦପୁରୀ ଅଞ୍ଚଳରୁ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ଚୋରି (Fortuner Car Stolen) ହୋଇଥିଲା। କୁହାଯାଉଛି ଯେ ଚୋରି ଘଟିବା ପରେ ଡ୍ରାଇଭର ଗୋବିନ୍ଦପୁରୀର ସର୍ଭିସ ସେଣ୍ଟରରେ(Service Center) କାର ଦେଇଥିଲେ ଏବଂ ତାଙ୍କ ଘରକୁ ରାତ୍ରୀ ଭୋଜନ କରିବାକୁ ଆସିଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତମାନେ କାର ଚୋରି କରିବାକୁ କ୍ରେଟା କାରରେ ଆସିଥିଲେ। ପ୍ରଥମେ ଅଭିଯୁକ୍ତ ଚୋରି ହୋଇଥିବା କାରକୁ ବାଦକଲକୁ ନେଇ ସେଠାରେ କାରର ନମ୍ବର ପ୍ଲେଟକୁ ବଦଳାଇ ଦେଇଥିଲା।  ଏହା ପରେ ସେମାନେ ଆଲିଗଡ, ଲଖିମପୁର ଖେରୀ, ବରେଲି, ସୀତାପୁର, ଲକ୍ଷ୍ନୌ ଦେଇ କାର ଯୋଗେ ବାରାଣାସୀରେ ପହଞ୍ଚିଥିଲେ।

ଏହି ମାମଲାରେ ଡ୍ରାଇଭର ଜୋଗିନ୍ଦରଙ୍କ ଅଭିଯୋଗରେ ଏଫ୍ଆଇଆର୍ ରେଜିଷ୍ଟ୍ରେସନ(FIR Registration) କରାଯାଇଥିଲା। ଏହା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯେତେବେଳେ ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜ ସ୍କାନ କରିଥିଲା, କାରଟି ଗୁରୁଗ୍ରାମ ଆଡକୁ ଯାଉଥିବାର ଦେଖାଯାଇଥିଲା। ଯେତେବେଳେ ପୋଲିସ ଏହି ଘଟଣାର ତଦନ୍ତକୁ ଜୋରଦାର କରିଥିଲା, ସେମାନେ ଜାଣିବାକୁ ପାଇଲେ ଯେ କାରଟି ବାରାଣାସୀରେ ପହଞ୍ଚିଛି। ସୂଚନାଯୋଗ୍ୟ, ଏଠାରେ କହିରଖୁଛୁ ଯେ ଏହି ଫର୍ଚୁନର କାର ର ନମ୍ୱର ପ୍ଲେଟ ହିମାଚଳ ପ୍ରଦେଶର ଲଗାଯାଇଛି। ପ୍ରକୃତରେ, ଜେପି ନଡ୍ଡା ମୂଳତଃ ହିମାଚଳ ପ୍ରଦେଶର (Himachala Pradesh) ଏବଂ ଗାଡି ସେଠାରୁ କିଣା ହେବା ସହ ସେଠାରେ ପଞ୍ଜିକୃତ କରାଯାଇଥିଲା। 

Also Read: Elephant Death: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ପୁଣି ଏକ ହାତୀର ମୃତ୍ୟୁ